ନକଲି ନମ୍ବର ଟ୍ରେଲରକୁ ଖସାଇଦେଲେ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୨୩।୧୦:ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ୩ଟି ନକଲି ନମ୍ବର ଥିବା ଟ୍ରେଲରକୁ ପୋଲିସ ଓ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ବିଭାଗ(ଆର୍‌ଟିଓ) ଅଧିକାରୀ ସଲାସୁତୁରା କରି ଖସେଇ ଦେଇଥିବା ଅଭିଯୋଗ ହେଉଛି।
ଗତ ୧୨ ତାରିଖରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌) କାରଖାନାରୁ ବାହାରୁଥିବା ସମୟରେ କଳିଙ୍ଗନଗର ଥାନା ପୋଲିସ ୨ଟି ଟ୍ରେଲର(ପିବି୨୩ଜି୯୬୩୪ ଓ ପିବି୨୩ଜି୯୭୩୪)କୁ ଜବତ କରି ନିଜ ଅଧୀନରେ ରଖିଥିଲା। ପୋଲିସ ଜବତ କରୁଥିବା ଜାଣି ତୃତୀୟ ଟ୍ରେଲରଟି କାରଖାନାରୁ ବାହାରି ନ ଥିଲା। ପରେ ଉକ୍ତ ଟ୍ରକକୁ ସଲାସୁତୁରାରେ ଉଭାନ କରାଯାଇଥିବା କୁହାଯାଉଛି। ଗୁରୁବାର ଚଣ୍ଡିଖୋଲ ଆରଟିଓର ଜୁନିୟର ଏମ୍‌ଭିଆଇ ଜବତ ଗାଡିଗୁଡ଼ିକର ତଦନ୍ତ କରିବା ପରେ ପୋଲିସକୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଗାଡ଼ି ମାଲିକ, ପୋଲିସ, ଆର୍‌ଟିଓଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ପରେ ଏଭଳି ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି।
ନୀଳାଚଳ କାରଖାନାରେ ପିଗ୍‌ ଆଇରନ ଲୋଡିଂ କରିବାକୁ ୨୦୧୯ରେ ଗୁରୁଦେବ ଇସ୍ପାତ ଇମ୍ପେକ୍ସ ପ୍ରାଇଭେଟ ଲିଃ ପରିବହନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ପରିବହନ ସଂସ୍ଥା ପକ୍ଷରୁ ଟାଟା ଲେଖାଥିବା ୩ଟି ଟ୍ରେଲର କାରଖାନା ଭିତରକୁ ଯାଇଥିଲା। ୨ ବର୍ଷ ହେଲା ଏହି ୩ଟି ଗାଡ଼ି କାରଖାନା ଭିତରେ କୌଣସି ଲୋଡିଂ କାମ ନ କରି ଠିଆ ହୋଇଥିଲା, ଯାହାକି କାରଖାନାର କର୍ମଚାରୀମାନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏହି ୩ ଗାଡ଼ି (ପିବି୨୩ଇ୪୮୩୪, ପିବି୨୩ଜି୯୬୩୪ ଓ ପିବି୨୩ଜି୯୭୩୪) ନମ୍ବରକୁ ନେଇ ‘ବାହାନ’ ଓ୍ବେବ୍‌ସାଇଟ୍‌ରେ ତଦନ୍ତ କରାଯାଇଥିଲା। ସେଥିରୁ ୨ଟି ଟ୍ରେଲର (ପିବି୨୩ଜି୯୬୩୪ ଓ ପିବି୨୩ଜି୯୭୩୪) ଅଶୋକ ଲିଲାଣ୍ଡ କମ୍ପାନୀ ନିର୍ମିତ ଗାଡ଼ି ଏବଂ ପଞ୍ଜାବ ପଟିଆଲା ଆର୍‌ଟିଓରେ ରେଜିଷ୍ଟ୍ରେଶନ ହୋଇଥିବା ଜଣାପଡ଼ିଥିଲା। ଅର୍ଥାତ୍‌ ୨ଟି ଅଶୋକ ଲେଲାଣ୍ଡ ଗାଡ଼ିର ଚେଚିସ୍‌ ନମ୍ବରକୁ ଚୋରା ଟାଟା ଗାଡ଼ିରେ ଲଗାଯାଇଥିବା ନେଇ ଅଭିଯୋଗ ହେଉଛି
ସୂଚନାଯୋଗ୍ୟ ଯେ, ୨୦୧୬ରେ ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ ୨୮ଟି ଗାଡ଼ି ଧରାପଡ଼ିଥିଲା। ସେଗୁଡ଼ିକର ମାଲିକ ନିଜର ବହୁ ପୁରୁଣା ଗାଡ଼ି ପାଇଁ ନୂଆ ଗାଡ଼ିର ଇଞ୍ଜିନ ଓ ଚେଚିସ୍‌ ନମ୍ବର ଉଲ୍ଲେଖ ଥିବା ଜାଲ୍‌ ସେଲ୍‌ ଲେଟର ଓ ଇନ୍‌ଭଏସ୍‌ ପ୍ରସ୍ତୁତ କରି ପଞ୍ଜୀକୃତ କରାଉଥିଲେ। ଏହା ମାଧ୍ୟମରେ ଦଲାଲମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। ଗାଡିକୁ ଠିକ ଭାବେ ନ ଦେଖି କିଭଳି ଭାବେ ପଞ୍ଜୀକୃତ କରାଯାଇଥିଲା ସେ ନେଇ ଅଭିଯୋଗ ହୋଇଥିଲା। ଏହି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯିବାରୁ ସମ୍ପୃକ୍ତ ଆରଟିଓ, ଏମ୍‌ଭିଆଇ ପ୍ରମୁଖ ନିଲମ୍ବିତ ହୋଇଥିଲେ। ଏବେ ନୀଳାଚଳ କାରଖାନା ମଧ୍ୟରେ ରହିଥିବା ୩ଟି ଟ୍ରେଲରରେ ଅନୁରୂପ ଭାବେ ଜାଲ ହୋଇଥିବା ସ୍ପଷ୍ଟ ହେଉଛି। ଏହାବାଦ ଏହି ୩ ଗାଡ଼ିର ରୋଡ୍‌ ଟ୍ୟାକ୍ସ ଓ ବୀମା ପ୍ରାୟ ୫ ବର୍ଷ ପୂର୍ବରୁ ଶେଷ ହୋଇସାରିଛି। ଏଭଳି ସ୍ଥଳେ ସମ୍ପୃକ୍ତ ପରିବହନ ସଂସ୍ଥାକୁ କେଉଁ ଆଧାରରେ କ୍ଲିନ୍‌ଚିଟ୍‌ ଦିଆଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହିକ୍ରମରେ ଯାଜପୁର ଜିଲାର ବିଭିନ୍ନ ଖଣି, ଶିଳ୍ପ କାରଖାନାରେ ଏକାଧିକ ନକଲି ନମ୍ବରରେ ଗାଡ଼ି ପଞ୍ଜୀକୃତ ହୋଇ ପରିବହନ ଚାଲିଥିବା ସନ୍ଦେହ ଘନୀଭୂତ ହୋଇଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଆହୁରି ନକଲି ଗାଡି ନମ୍ବରର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ଦାବି ଉଠିଛି।
ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଟିଓ କେଶବ ନାଏକଙ୍କୁ ପଚାରିବାରେ ସେ କହିଛନ୍ତି, ଟ୍ରେଲର ଗାଡି ଛଡ଼ାଯିବା ବିଷୟ ତାଙ୍କ ପାଖରେ ଖବର ନାହିଁ। ଆବଶ୍ୟକ ତଦନ୍ତ କରି ନକଲି ନମ୍ବର ସଂକ୍ରାନ୍ତରେ ସତ୍ୟତା ମିଳିଳେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri