ଧୋନୀଙ୍କୁ ଆଇସିସିର ଭୂୟସୀ ପ୍ରଶଂସା

ଲିଡ୍ସ,୭।୭(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନଙ୍କ ପ୍ରଶଂସାରେ ଶତମୁଖ ହୋଇଛି ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି)। ଧୋନୀ ଭାରତୀୟ କ୍ରିକେଟର ରୂପରେଖରେ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି ବୋଲି ଆଇସିସି ତରଫରୁ କୁହାଯାଇଛି। ଜଣେ ଅଧିନାୟକ ଓ ଖେଳାଳି ହିସାବରେ ଧୋନୀ ଭାରତ ପାଇଁ ସବୁ ପ୍ରକାର ସଫଳତା ହାସଲ କରିଛନ୍ତି। ଧୋନୀ ୨୦୧୧ ବିଶ୍ୱକପ୍‌ ଜିତିବା ସହ ୨୦୦୭ ଟି୨୦ ବିଶ୍ୱକପ୍‌, ଚାମ୍ପିୟନ୍ସ ଟ୍ରଫି ମଧ୍ୟ ହାସଲ କରିଛନ୍ତି। ରବିବାର ୩୮ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ଆଇସିସି ତରଫରୁ ଧୋନୀଙ୍କୁ ବେଶ୍‌ ପ୍ରଶଂସା କରାଯାଇଛି। ଧୋନୀଙ୍କ ସଫଳତା ନେଇ ଆଇସିସି ଏକ ଭିଡିଓ ପୋଷ୍ଟ କରିଛି।
ଧୋନୀ ଭାରତୀୟ କ୍ରିକେଟରେ ପରିବର୍ତ୍ତନ ଆଣିଛନ୍ତି। ବିଶ୍ୱସାରା ତାଙ୍କ ଦ୍ୱାରା ଅନୁପ୍ରାଣିତ ଓ ପ୍ରେରଣା ପାଇଛନ୍ତି। ସେ ଜଣେ ମହାନ କ୍ରିକେଟର ଓ ଧୋନୀଙ୍କ ଆଗାମୀ ପିଢ଼ି ପାଇଁ ଜ୍ୱଳନ୍ତ ଛାପ ଛାଡିଯିବେ ବୋଲି ଆଇସିସି ତା’ର ଟ୍ବିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛି। ଏହି ଭିଡିଓରେ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ସୁପରଷ୍ଟାର ବିରାଟ କୋହଲି ଧୋନୀଙ୍କ ଉପରେ ନିଜର ମତ ରଖୁଥିବାର ଦେଖାଯାଇଛି। ଭାରତୀୟ କ୍ରିକେଟରେ ଧୋନୀଙ୍କ ପ୍ରଭାବ ନେଇ ଏହି ଦୁଇ କ୍ରିକେଟର ମତ ରଖିଛନ୍ତି। ବାହାରକୁ ଧୋନୀ ଯେଭଳି ଦେଖାଯାଆନ୍ତି ପ୍ରକୃତରେ ସେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ସବୁବେଳେ ଧୀର ଓ ଶାନ୍ତ ମନେ ହେଉଥିବା ଧୋନୀଙ୍କଠାରୁ ବହୁତ କିଛି ଶିକ୍ଷା କରିବାର ଅଛି ବୋଲି କୋହଲି କହିଛନ୍ତି। ସେ ମୋର ଅଧିନାୟକ ଥିଲେ ଓ ଆଗକୁ ମଧ୍ୟ ମୋର ଅଧିନାୟକ ରହିବେ। ଆମ ମଧ୍ୟରେ ବୁଝାମଣା ଉଚ୍ଚକୋଟୀର ରହି ଆସିଛି। ସବୁବେଳେ ତାଙ୍କ ପରାମର୍ଶ ଶୁଣିଥାଏ ଓ ଉପଦେଶକୁ ମାନିଥାଏ ବୋଲି କୋହଲି ଧୋନୀଙ୍କୁ ପ୍ରଶଂସା କରି କହିଛନ୍ତି।
୨୦୧୬ରେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିଲି। ସେତେବେଳେ ଧୋନୀ ଅଧିନାୟକ ଥିଲେ। ସାରା ଦଳ ଉପରେ ତାଙ୍କର ପ୍ରଭାବ ଥିଲା ଓ ସମସ୍ତେ ତାଙ୍କ କଥା ଶୁଣୁଥିଲେ ବୋଲି ବୁମରା କହିଛନ୍ତି। ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ମଧ୍ୟ ଧୋନୀଙ୍କୁ ତାରିଫ କରିଛନ୍ତି। ଧୋନୀଙ୍କ ଭଳି କେହି ଭଲ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଅବସରରେ ଷ୍ଟୋକ୍ସ ରାଇଜିଂ ପୁନେ ଜାଏଣ୍ଟ୍ସ ପାଇଁ ଧୋନୀଙ୍କ ସହ ଡ୍ରେସିଂରୁମ୍‌ ଶେୟାର କରିଥିଲେ। ଜଣେ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ହିସାବରେ ଧୋନୀଙ୍କ ସଫଳତା ଦୃଷ୍ଟାନ୍ତମୁଲକ । ତାଙ୍କ ଭଳି କେହି ହୋଇପାରିବେ ନାହିଁ ବୋଲି ଷ୍ଟୋକ୍ସ କହିଛନ୍ତି।
ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ମଧ୍ୟ ଧୋନୀଙ୍କ ତାରିଫ କରିଛନ୍ତି। ଧୋନୀଙ୍କର ମୁଁ ଜଣେ ପ୍ରଶଂସକ। ଧୋନୀଙ୍କୁ ଆଦର୍ଶମାନି ବଡ଼ ହୋଇଛି ବୋଲି ବଟଲର କହିଛନ୍ତି। ପଡିଆରେ ତାଙ୍କ ବ୍ୟକ୍ତିତ୍ୱ ପ୍ରୋରଣାଦାୟକ। ପଡିଆରେ ସେ ବେଶ୍‌ ଶାନ୍ତ ମନେହୁଅନ୍ତି। ସେ କ୍ରିକେଟର ଜଣେ ବଡ଼ ଆମ୍ବାସାଡାର ଓ ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ବଟଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୫: ଭାରତୀୟ ମୂଳ କ୍ରିକେଟର ନିଖିଲ ଚୌଧୁରୀ ଅଷ୍ଟ୍ରେଲିଆରେ ଖେଳନ୍ତି ଏବଂ ବିଗ ବାସ ଲିଗ (ବିବିଏଲ)ରେ ଏକ ଜଣାଶୁଣା ନାମ। ୨୮ ବର୍ଷୀୟ ନିଖିଲ...

ଏହି ଭାରତୀୟ କ୍ରିକେଟର୍‌ଙ୍କୁ ପସନ୍ଦ କରନ୍ତି ଅଷ୍ଟ୍ରେଲିଆ ଅଧିନାୟକ: ନା କରିବା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୫: ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ୟାଟ କମିନ୍ସଙ୍କ ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦକୁ ୭ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

ଲାଇଭ୍‌ ମ୍ୟାଚ୍‌ରେ ସଞ୍ଜୁଙ୍କ ସହ ହେଲା ଧୋକା!ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮।୫: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ସଞ୍ଜୁ ରାଜସ୍ଥାନକୁ ନିଜ...

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ...

ସୂର୍ଯ୍ୟ ୩ନଂ.ରେ ଖେଳିବା ଉଚିତ: ଲାରା

ନୂଆଦିଲ୍ଲୀ, ୮।୫ : ଆସନ୍ତା ମାସରେ ହେବାକୁ ଯାଇଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଭାରତୀୟ ବ୍ୟାଟିଂ କ୍ରମରେ ୩ ନମ୍ବରରେ ଆସିବା ଉଚିତ ବୋଲି...

‘ଟି୨୦ ବିଶ୍ୱକପ୍‌ ପୂର୍ବରୁ ରୋହିତଙ୍କୁ ବିଶ୍ରାମ ଆବଶ୍ୟକ’

ମୁମ୍ବାଇ, ୮ା୫ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ୍‌ ପୂର୍ବରୁ ବିଶ୍ରାମ ଆବଶ୍ୟକ ବୋଲି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ...

ଓଡ଼ିଶାର ଜୁଲି, ପ୍ୟାରୀ, ଲିନ୍‌ଡା ସାମିଲ

ନୂଆଦିଲ୍ଲୀ, ୮।୫: ତାସକେଣ୍ଟଠାରେ ମେ’ ୩୧ ଓ ଜୁନ୍‌ ୪ରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ଉଜ୍‌ବେକିସ୍ତାନ ବିପକ୍ଷରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ।...

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri