ଗୋଟିଏ କୋଠରିରେ ୫ ଶ୍ରେଣୀ

କେନ୍ଦୁଝର, ୭ା୭(ସ୍ବ.ପ୍ର.)-ବିଦ୍ୟାଳୟ ବାହାରେ କୌଣସି ପିଲା ରହିବେ ନାହିଁ ଏବଂ ସବୁ ପିଲା ବିଦ୍ୟାଳୟକୁ ଆସି ପାଠ ପଢିବା ଲାଗି ସରକାର ଯୋଜନା କରିଥିବା ବେଳେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ପ୍ରାଥମିକ ଶିକ୍ଷାନୁଷ୍ଠାନକୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ଲାଗି ଘର ତିଆରି କରାଯାଉଥିଲେ ମଧ୍ୟ କାମ ଶେଷ ହୋଇ ପାରୁ ନାହିଁ ା ଫଳରେ ଛାତ୍ରୀଛାତ୍ର ପାଠପଢାରୁ କିଭଳି ବଞ୍ଚିତ ହେଉଛନ୍ତି, ତାହର ଏକ ନଜିର କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ଦୁର୍ଗମ ତଳକାଇଁସାରୀ ପଞ୍ଚାୟତ ଭେଜିଡିହି ଓ ମେଦିନିପୁର ଗ୍ରାମରେ ଦେଖିବାକୁ ମିଳିଛି।
ଭୂୟାଁ ଜନଜାତିର ଲୋକେ ବସବାସ କରୁଥିବା ଏହି ଗ୍ରାମରେ ବିଦ୍ୟାଳୟ ନ ଥିବାରୁ ଆଗରୁ ପିଲାମାନେ ପାଠ ପଢିପାରୁ ନ ଥିଲେ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭେଜିଡିହି ଓ ମେଦିନିପୁର ଗ୍ରାମର ପିଲାଙ୍କ ସକାଶେ ୨୦୧୪ରେ ଭେଜିଡିହିରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ୧ ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୨୨ ଛାତ୍ରୀଛାତ୍ର ନାମ ଲେଖାଇ ପାଠ ପଢୁଛନ୍ତି। ୨ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ବିଦ୍ୟାଳୟର ସ୍ଥାୟୀ ଘର ନ ଥିବାରୁ ପିଲାଙ୍କ ପାଠ ପଢାରେ ଅସୁବିଧା ହେଉଛି। କାମ ଚଳା ବ୍ୟବସ୍ଥା ସ୍ବରୂପ ସ୍ଥାନୀୟ ବନ ବିଭାଗର ଏକ କୋଠରିରେ ୫ଟି ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢାଯାଉଛି। ସ୍ଥାୟୀ ଗୃହ ନିର୍ମାଣ ଲାଗି ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ୬ ଲକ୍ଷ ଟଙ୍କା ଦିଆଯାଇଥିଲା। ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଛାତ ପର୍ଯ୍ୟନ୍ତ କାମ କରାଯାଇଛି। ଅବଶିଷ୍ଟ ଅର୍ଥ ମିଳି ନ ଥିବାରୁ ଦୁଇ ବର୍ଷ ହେଲା ସ୍କୁଲ ଗୃହ ଅଧାପନ୍ତରିଆ ହୋଇ ପଡିରହିଛି ା ଫଳରେ ଏହା କୌଣସି କାମରେ ଲାଗିପାରୁ ନାହିଁ । ନିର୍ମାଣାଧୀନ ଘର ଏବେ ଖରାବର୍ଷାରେ ନଷ୍ଟ ହେବାକୁ ବସିଲାଣି।
ପାହାଡ ତଳି ଇଲାକାରେ ଚାଲିଥିବା ଏହି ବିଦ୍ୟାଳୟ ଲାଗି ପାଚେରି ତିଆରି ହୋଇ ନାହିଁ। ପିଇବା ପାଣିର ବ୍ୟବସ୍ଥା ନାହିଁ ା ପିଲାଙ୍କ ଖେଳିବା ପାଇଁ ଉପକରଣ ଯୋଗାଇ ଦିଆଯାଇ ନାହିଁ। ଏଭଳି ପରିବେଶରେ କିଭଳି ପାଠପଢା ଯାଉଥିବ ତାହା ଅନୁମେୟ। ଶିକ୍ଷାନୁଷ୍ଠାନର ଦୁରବସ୍ଥା ଦେଖି ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ସେଠାରେ ପାଠ ପଢାଇବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା କହିଛନ୍ତି। ଶିକ୍ଷକମାନେ ପ୍ରତିଦିନ ବାହାରେ ବସି ଅଫିସ କାମ କରି ଫେରୁଛନ୍ତି। ବର୍ଷା ଦିନେ ବନ ବିଭାଗ କୋଠରିରେ ପାଠ ପଢିବା ସମ୍ଭବ ହେଉ ନ ଥିବାରୁ ଏ ସମ୍ପର୍କରେ ଶିକ୍ଷା ବିଭାଗକୁ ଜଣାଇ ଦିଆଯାଇଛି ା ସର୍ବଶିକ୍ଷା ଅଭିଯାନ ବର୍ତ୍ତମାନ ସମଗ୍ର ଶିକ୍ଷା ଯୋଜନାକୁ ପରିବର୍ତ୍ତିତ ହୋଇଥିବା କାରଣରୁ ଅର୍ଥ ମଞ୍ଜୁରୀରେ ବିଳମ୍ବ ଘଟିଥିବା ପ୍ରଧାନଶିକ୍ଷକ ସୁଦର୍ଶନ ଦଳେଇ କହିଛନ୍ତି। ଅଭିଭାବକ ଓ ଶିକ୍ଷକ ସଂଘ ବୈଠକରେ ବିଦ୍ୟାଳୟର ସ୍ଥାୟୀ ଗୃହ ନିର୍ମାଣ ବିଳମ୍ବ ହେବା ନେଇ ଉଦ୍‌ବେଗ ପ୍ରକାଶ କରାଯାଇ ଏ ସମ୍ପର୍କରେ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ପ୍ରଶାସନ ଏ ଯାଏ କୌଣସି ପଦକ୍ଷେପ ନେଇ ନ ଥିବାରୁ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri