ଭିତ୍ତିଭୂମି ଥାଇ ମାନ୍ୟତା ପାଉନି ଜଳପ୍ରପାତ

କେନ୍ଦୁଝର, ୭ା୭ (ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶରେ ପର୍ଯ୍ୟଟନର ବିକାଶ କରି ବହୁ ଦେଶ, ରାଜ୍ୟ ସମୃଦ୍ଧ ହୋଇଥିବା ବେଳେ କେନ୍ଦୁଝର ଜିଲାରେ ଥିବା ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଭୌଗୋଳିକ ଦୃଷ୍ଟି କୋଣରୁ ବଣପାହାଡ ଘେରା କେନ୍ଦୁଝର ଜିଲାର ପ୍ରତ୍ୟେକଟି ସ୍ଥାନ ମନୋରମ ଓ ସୌନ୍ଦର୍ଯ୍ୟମୟ ା ଏହି ଜିଲାରେ ୬ ଟି ଜଳପ୍ରପାତ ମାନ୍ୟତା ପାଇଥିବା ଜଣାପଡ଼ିଛି। ତେବେ ଅନ୍ୟ ସବୁ ଜଳପ୍ରପାତ ଗୁଡିକ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ମାନ୍ୟତାପ୍ରାପ୍ତ ଜଳପ୍ରପାତର ବିକାଶ କରିବା ସହ ନୂତନ ଜଳପ୍ରପାତ ଗୁଡିକୁ ମାନ୍ୟତା ଦେଇ ବିକାଶ କରାଗଲେ କେନ୍ଦୁଝର ଜିଲା ରାଜ୍ୟ ତଥା ଦେଶରେ ‘ଜଳପ୍ରପାତର ଭୂମି’ର ମାନ୍ୟତା ପାଇପାରିବ ବୋଲି ମତ ପ୍ରକାଶ ପାଉଛି ା
ଏହା ଦ୍ୱାରା ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିବେ ବୋଲି ମଧ୍ୟ କୁହାଯାଉଛି। ସେଗୁଡିକ ହେଲା ସାନଘାଗରା, ବଡଘାଗରା, ଖଣ୍ଡାଧାର, ଗୁଣ୍ଡିଚାଘାଗୀ, ମୁର୍ଗା, ହାଣ୍ଡିଭଙ୍ଗା ଆଦି ଜଳପ୍ରପାତ ଅନ୍ୟତମ। ଏତଦବ୍ୟତୀତ ପର୍ଯ୍ୟଟନ ମାନ୍ୟତା ପାଇ ନ ଥିବା ଭୀମକୁଣ୍ଡ, କାଇଯୋଡା, ଟେଣ୍ଟେଇନାଳୀ, କାଇଁଝର, ଗିରିଡିବନ୍ଧ, ମହାଦେବମୁଣ୍ଡି, ପୁଟୁଘରଘାଗୀ ଆଦି ବହୁ ପ୍ରାକୃତିକ ଜଳପ୍ରପାତ ରହିଛି ଯାହାକି ପର୍ଯ୍ୟଟକଙ୍କ ଦ୍ୱାରା ଆଦୃତ ପାଇଥିଲେ ହେଁ ପର୍ଯ୍ୟଟନ ବିଭାଗର ମାନ୍ୟତା ମିଳିନାହିଁ। ସରକାର ଖଣି ଓ ଶିଳ୍ପକୁ ପ୍ରୋତ୍ସାହନ ଦେଉଥିବା ବେଳେ ପର୍ଯ୍ୟଟନ ଶିଳ୍ପକୁ ସେଭଳି ପ୍ରୋତ୍ସାହନ ଦେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ା ଏସବୁ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ ହେଲେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ଏବଂ ବ୍ୟାପକ ରାଜସ୍ବ ଆଦାୟ ହୋଇ ପାରିବ ା ଏହାଛଡା ଏହା ଦ୍ୱାରା ବନବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇ ପାରିବ ବୋଲି ସଂଗ୍ରାହକ ତଥା ପରିବେଶପ୍ରେମୀ ପ୍ରଦୀପ ରାଉତ କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ପର୍ଯ୍ୟଟନର ବିକାଶ ପାଇଁ ୨୦୧୬ ମସିହାରେ ଟୁରିଜିମ ପଲିସି ଗଠନ କରାଯାଇଥିଲା ା ପର୍ଯ୍ୟଟନ ବିଭାଗ ବିଜ୍ଞପ୍ତି ନମ୍ବର ୮୦୨୯/୭-୭-୨୦୧୩ ଅନୁଯାୟୀ ପଲିସି ଗଠନ ପରେ ୧୦-୫-୨୦୧୭ ରେ ଜିଲା ଟୁରିଜିମ ପ୍ରମୋସନ କାଉନସିଲ (ଡିଟିପିସି) ଗଠନ ହୋଇଥିଲେ ହେଁ ଅଦ୍ୟାବଧି ବୈଠକ ବସୁ ନ ଥିବା ଅଭିଯୋଗ ହୋଇଛି ା ଫଳରେ ନୂତନ କେନ୍ଦ୍ର ଗୁଡିକୁ ମାନ୍ୟତା ମିଳିପାରୁନାହିଁ କିମ୍ବା ମାନ୍ୟତାପ୍ରାପ୍ତ କେନ୍ଦ୍ର ଗୁଡିକର ବିକାଶ ନେଇ ଆଲୋଚନା ହୋଇପାରୁନାହିଁ ା ଏହାକୁ ସଦର ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ତୀବ୍ର ଉଦବେଗ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ କରିବା ପାଇଁ ପଦକ୍ଷେପ ନିଆଯାଉଛି ା ଏଥିପାଇଁ ଖୁବ ଶୀଘ୍ର ଡିଟିପିସି ବୈଠକ ବସିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri