Posted inଖେଳ

କିଏ ସେହି ଶ୍ରୀକର ଭରତ, ଯାହାଙ୍କ ଛକା ଦେଖି ଖୁସିରେ ନାଚିଥିଲେ ଆର୍‌ସିବି ଅଧିନାୟକ

ଦୁବାଇ,୯।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଲିଗ୍‌ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଲିଗ୍‌ ରାଉଣ୍ଡର ଅନ୍ତିମ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ଥିଲା। ଦିଲ୍ଲୀ ଟିମ୍‌କୁ ବାଙ୍ଗାଲୋର ୭ ଉଇକେଟରେ ପରାସ୍ତ କରିଥିଲା। ଏହି ବିଜୟର ହିରୋ ପାଲଟିଥିଲେ ଶ୍ରୀକର ଭରତ। ଶେଷ ବଲ୍‌ରୁ ବିଜୟ ପାଇଁ ୫ ରନ୍‌ ଆବଶ୍ୟକତା ଥିବା ବେଳେ ସେ ଛକା ମାରି ଆର୍‌ସିବିକୁ ଜିତାଇଥିଲେ।

ତେବେ ଶେଷ ବଲ୍‌ରେ ଛକା ମାରିଥିବା ଶ୍ରୀକର ଭରତଙ୍କୁ କେ.ଏସ୍‌. ଭରତ ମଧ୍ୟ ଡାକନ୍ତି। ତାଙ୍କର ପୂରା ନାମ କୋନା ଶ୍ରୀକର ଭରତ। ବିଶାଖାପାଟନମରେ ଅକ୍ଟୋବର ୩ରେ ସେ ଜନ୍ମଗ୍ରହଣ କରିଥିଲେ। ନିକଟରେ ସେ ନିଜର ୨୮ତମ ଜନ୍ମଦିନ ପାଳନ କରିଛନ୍ତି। ସେ ଜଣେ ଉଇକେଟ କିପର ଏବଂ ଡାହାଣ ହାତୀ ବ୍ୟାଟ୍ସମ୍ୟାନ। ଘରୋଇ କ୍ରିକେଟରେ ଆନ୍ଧ୍ରପ୍ରଦେଶ ପାଇଁ ସେ ଖେଳନ୍ତି। ରଣଜୀ ଟ୍ରଫିରେ ତ୍ରିଶତକ ମାରି ସେ ଚର୍ଚ୍ଚାକୁ ଆସିଥିଲେ। ୨୦୧୮ ଜୁଲାଇରେ ସେ ଇଣ୍ଡିଆ ବ୍ଲୁ ଟିମ୍‌ରେ ସାମିଲ ହୋଇଥିଲେ। ପର ବର୍ଷ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ନାମ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଥିଲା। ସେବେଠାରୁ ୨୦୨୧ ଯାଏ ଅନେକ ସିରିଜରେ ଦଳରେ ଅନ୍ତର୍ଭୁକ୍ତ ଥିଲେ ହେଁ ତାଙ୍କୁ ସୁଯୋଗ ମିଳିପାରିନାହିଁ।

ପୂର୍ବରୁ ଶ୍ରୀକର ଦିଲ୍ଲୀ କ୍ୟାପିଟାଲ୍ସରେ ଥିଲେ। ସେଠାରୁ ସେ ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୫ରେ ଦିଲ୍ଲୀ ତାଙ୍କୁ ୧୦ ଲକ୍ଷରେ କିଣିଥିଲା। ୨୦୨୧ରେ ତାଙ୍କୁ ଆର୍‌ସିବି ୨୦ ଲକ୍ଷ ମୂଲ୍ୟରେ କିଣିଛି। ଚଳିତ ସିଜିନରେ ସେ ୭ ମ୍ୟାଚ୍‌ ଖେଳି ଗୋଟିଏ ଅର୍ଦ୍ଧଶତକ ମାରି ୧୮୨ ରନ୍‌ କରିଛନ୍ତି। ଉଇକେଟ ପଛରେ ରହି ସେ ୨ କ୍ୟାଚ୍‌ ଏବଂ ୧ ଷ୍ଟମ୍ପ ମଧ୍ୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri