ଆଶାୟୀଙ୍କ ମଧ୍ୟରେ ହେଲାଣି ହଲ୍‌ଚଲ

କେନ୍ଦ୍ରାପଡ଼ା ଅଫିସ,୯।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସ୍ଥାନ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜ ଜିଲାର ୩,୬୯୮ ୱାର୍ଡ ସଭ୍ୟ, ୨୪୯ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ, ୩୨ଟି ଜିଲା ପରିଷଦ ସଭ୍ୟ ଓ ୯ଟି ବ୍ଲକ ଅଧ୍ୟକ୍ଷ ପଦର ସଂରକ୍ଷଣ ତାଲିକାର ଚିଠା ପ୍ରସ୍ତାବକୁ ମୋହର ମାରିଛନ୍ତି। ସଂରକ୍ଷଣ ପ୍ରସ୍ତାବ ଚିଠା ଆଗତ ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ହଲଚଲ ଆରମ୍ଭ ହୋଇଯାଇଛି। ଜିଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଆଶାୟୀ ପ୍ରାର୍ଥୀମାନେ ସଂରକ୍ଷଣ ଚିଠାକୁ ତନଖି କରୁଥିବା ଦେଖାଯାଇଛି।
ଜିଲା ପ୍ରଶାସନ ପକ୍ଷରୁ ୧୯୯୭ଠାରୁ ଗତ ୨୦୧୭ ମସିହା ପର୍ଯ୍ୟନ୍ତ ନିରନ୍ତର ସଂରକ୍ଷଣ ନିୟମକୁ ଆଧାର କରି ଚଳିତ ବର୍ଷର ସଂରକ୍ଷଣ ତାଲିକାକୁ ପ୍ରସ୍ତୁତ କରିଛନ୍ତି। ତେବେ ପୂର୍ବରୁ ଜନ ପ୍ରତିନିଧିଙ୍କ ଏହି ପଦଗୁଡିକ ପାଇଁ ସଂରକ୍ଷଣ ୬୫ ପ୍ରତିଶତ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୫୦ ପ୍ରତିଶତରେ ସୀମିତ ରହିଛି। ୱାର୍ଡ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ସଂରକ୍ଷଣ ଚିଠା ଉପରେ କୌଣସି ଅଭିଯୋଗ ଥିଲେ ଚଳିତ ମାସ ୧୬ ତାରିଖ ମଧ୍ୟରେ ଏ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ଜନସାଧାରଣ କରିପାରିବେ। ଅଭିଯୋଗକୁ ଭିତ୍ତିକରି ଚଳିତ ମାସର ୨୧ ତାରିଖ ସୁଦ୍ଧା ଜିଲାପାଳଙ୍କ ଶୁଣାଣି ପରେ ଚିଠା ପ୍ରସ୍ତାବ ଚୂଡାନ୍ତ ହେବ। ସେହିପରି ଜିଲା ପରିଷଦ ସଭ୍ୟ ପଦ ସଂରକ୍ଷଣ ତାଲିକା ଉପରେ ଜିଲାପାଳ ଚଳିତ ମାସ ୧୮ ତାରିଖ ସୁଦ୍ଧା ଅଭିଯୋଗପତ୍ର ଗ୍ରହଣ ଓ ୨୨ ତାରିଖରେ ଶୁଣାଣି ଶେଷ କରି ଚୂଡାନ୍ତ ତାଲିକା ପ୍ରକାଶ କରିବେ। ଜିଲାର ୯ ବ୍ଲକ ଅଧ୍ୟକ୍ଷ କ୍ଷେତ୍ରରେ ହୋଇଥିବା ସଂରକ୍ଷଣ ତାଲିକା ପ୍ରସ୍ତାବ ଅନୁଯାୟୀ ମାର୍ଶାଘାଇ ଓ ରାଜକନିକା ବ୍ଲକ ଅଧ୍ୟକ୍ଷ ପଦବୀ ଅଂସରକ୍ଷିତ ରଖାଯାଇଛି। ସେହିପରି ରାଜନଗର, ପଟ୍ଟାମୁଣ୍ଡାଇ ଓ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷ ପଦରେ ଅଂସରକ୍ଷିତ ମହିଳା ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ଆଳି ବ୍ଲକ ଅଧ୍ୟକ୍ଷ ପଦରେ ଅନୁସୂଚିତ ଜାତି, କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ପଦରେ ଅନୁସୂଚିତ ଜାତି ମହିଳା, ଗରଦପୁର ବ୍ଲକ ଅଧ୍ୟକ୍ଷ ପଦରେ ପଛୁଆବର୍ଗ ଓ ଡେରାବିଶ ବ୍ଲକ ଅଧ୍ୟକ୍ଷ ପଦରେ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଜିଲା ପରିଷଦ ଜୋନ ମଧ୍ୟରୁ ଆଳି ବ୍ଲକର ୨ ନଂ. ଜୋନ, ୪ ନଂ. ଜୋନ, କେନ୍ଦ୍ରାପଡ଼ାର ୮ନଂ. ଜୋନ, ଗରଦପୁରର ୧୦ ନଂ. ଜୋନ, ଡେରାବିଶର ୧୨ ନଂ. ଜୋନ, ୧୪ ନଂ. ଜୋନ, ରାଜକନିକାର ୨୮ ନଂ. ଜୋନ, ରାଜନଗର ବ୍ଲକର ୩୦ ନଂ. ଜୋନ, ୩୧ ନଂ. ଜୋନ ଓ ୩୨ ନଂ. ଜୋନକୁ ଅଂସରକ୍ଷିତ ରଖାଯାଇଛି। ସେହିପରି ଆଳି ବ୍ଲକର ୧ ନଂ. ଜୋନ, କେନ୍ଦ୍ରାପଡ଼ାର ୫ ନଂ. ଜୋନ, ୭ ନଂ. ଜୋନ ଓ ପଟ୍ଟାମୁଣ୍ଡାଇର ୧୫ ନଂ. ଜୋନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଥିବା ବେଳେ ମହାକାଳପଡ଼ା ବ୍ଲକର ୨୩ ନଂ. ଜୋନକୁ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ମହିଳାଙ୍କ ପାଇଁ ଆଳି ବ୍ଲକର ୩ ନଂ. ଜୋନ, କେନ୍ଦ୍ରାପଡ଼ାର ୬ ନଂ. ଜୋନ, ଗରଦପୁରର ୯ ନଂ. ଜୋନ, ୧୧ ନଂ. ଜୋନ, ମାର୍ଶାଘାଇର ୨୬ ନଂ. ଜୋନ ଓ ରାଜକନିକାର ୨୯ ନଂ. ଜୋନ ସଂରକ୍ଷିତ ଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୧୭ ନଂ. ଜୋନ, ମହାକାଳପଡାର ୧୯ ନଂ. ଜୋନ, ୨୧ ନଂ. ଜୋନ, ମାର୍ଶାଘାଇର ୨୫ ନଂ. ଜୋନ ଓ ରାଜକନିକା ବ୍ଲକର ୨୭ ନଂ. ଜୋନ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଏଥିସହ ମହାକାଳପଡା ବ୍ଲକର ୨୦ ନଂ. ଜୋନ, ୨୨ ନଂ ଜୋନ, ମାର୍ଶାଘାଇର ୨୪ ନଂ. ଜୋନ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଅଛି। ସେହିପରି ଅନୁସୂଚିତ ଜାତିଙ୍କ ପାଇଁ ଡେରାବିଶ ବ୍ଲକର ୧୨ ନଂ. ଜୋନ, ପଟ୍ଟାମୁଣ୍ଡାଇ ବ୍ଲକର ୧୬ ନଂ. ଜୋନ ଓ ୧୮ ନଂ. ଜୋନକୁ ସଂରକ୍ଷିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri