ଏକଦା ଶାହାରୁଖ କହିଥିଲେ ମୁଁ ଚାହୁଁଛି ମୋ ପୁଅ ସବୁ ଖରାପ କାମ କରୁ : ଡ୍ରଗ୍ସ ନେଉ, ଝିଅଙ୍କ ପଛେ ଗୋଡ଼ାଉ…

ଡ୍ରଗ୍ସ ମାମଲାରେ ବଲିଉଡର ଭେଟେରାନ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଧିକାରୀ ପଚରାଉଚରା କରୁଛନ୍ତି। ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜରେ ପାର୍ଟି ଚାଲିଥିବା ବେଳେ ସେଠାରେ ଆର୍ୟନ ମଧ୍ୟ ସାମିଲଥିଲେ। ଏନସିବି ଟିମ୍‌ର ଚଢ଼ାଉ ବେଳେ ଆର୍ୟନଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ପୂର୍ବରୁ ଶାହାରୁଖ ତାଙ୍କ ପୁଅ ବିଷୟରେ କିଛି କହିଥିଲେ, ଯେଉଁଥିପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶାହାରୁଖ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଚାହୁଁଛନ୍ତି, ତାଙ୍କ ପୁଅ ଆୟନ ସେହି ସବୁ ଭୁଲ କାମ କରନ୍ତୁ, ଯାହା ସେ ଯ ଯୁବାବସ୍ଥାରେ କରି ପାରି ନ ଥିଲେ। ବଲିଉଡ୍ର ଭେଟେରାନ ଅଭିନେତା ଶାହରୁଖ ଖାନ ଗତ ୨୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରିଆସୁଛନ୍ତି। ୫୫ ବର୍ଷ ବୟସ୍କ ଶାହରୁଖଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର କିଙ୍ଗ ଖାନ କୁହାଯାଏ। ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ସେ ଏଯାବତ୍‌ ୧୪ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ଯେତେବେଳେ ସେ ତାଙ୍କ ପୁଅ ବିଷୟରେ କହିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଶାହରୁଖ ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଚାହୁଁଛନ୍ତି ଯେ, ତାଙ୍କ ପୁଅ ଆର୍ୟନ ସେହି ସବୁ ଭୁଲ କାମ କରୁ, ଯାହା ସେ ଯୁବକ ଅବସ୍ଥାରେ କରିନାହାନ୍ତି।

୧୯୯୭ ମସିହାରେ ଶାହରୁଖ ସିମି ଗରଓ୍ବୋଲଙ୍କ ଟକ ଶୋ’ରେ ପହଞ୍ଚିଥିଲେ। ତାଙ୍କ ସହିତ ତାଙ୍କ ସ୍ତ୍ରୀ ଗୌରୀ ମଧ୍ୟ ଥିଲେ। କିଛି ଦିନ ପୂର୍ବରୁ ସେମାନଙ୍କ ପୁଅ ଆୟନ ଜନ୍ମ ହୋଇଥିଲେ। ସାକ୍ଷାତକାରରେ ଯେତେବେଳେ ସେ ତାଙ୍କ ପୁଅ ବିଷୟରେ କହିଥିଲେ, ସେ ଏପରି କହିବେ ବୋଲି କେହି ଭାବି ନ ଥିଲେ ।

ସାକ୍ଷାତକାରରେ, ଯେତେବେଳେ ସିମି ଶାହରୁଖଙ୍କୁ ପଚାରିଲେ ସେ କିପରି ତାଙ୍କ ପୁଅ ଆର୍ୟନଙ୍କୁ ବଢ଼ାଇବେ? ଏହା ଉପରେ ଶାହରୁଖ କହିଛନ୍ତି ଯେ, ସେ ଚାହୁଁଛନ୍ତି ତାଙ୍କ ପୁଅ ସେହି ସବୁ କାମ କରୁ, ଯାହା ସେ କିଶୋର ଅବସ୍ଥାରେ କରିପାରି ନ ଥିଲେ।
ଶାହରୁଖ କହିଛନ୍ତି ଯେ, ସେ ତାଙ୍କ ପୁଅକୁ ଡ୍ରଗ୍ସ ନେବାକୁ ଏବଂ ଝିଅଙ୍କ ପଛେ ଗୋଡ଼ାଇବାକୁ କହିବେ। ଆର୍ୟନ ଶୀଘ୍ର ସମସ୍ତ କାର୍ଯ୍ୟ ଆରମ୍ଭ କରିବା ଉଚିତ, ଯାହା ମୁଁ କରିପାରିଲି ନାହିଁ ବୋଲି ଶାହରୁଖ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri