ଓଡ଼ିଶାରେ ୪୦% ବୃଦ୍ଧି ପାଇଛି ଜିଏସ୍‌ଟି ସଂଗ୍ରହ

କଟକ, ୩।୧୦:  ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ କ୍ରମାଗତ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ୨୦୨୧ ସେପ୍ଟେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି ସଂଗ୍ରହ ୩୩୨୫.୯୪ କୋଟି ଟଙ୍କା ହୋଇଥିବାବେଳେ ୨୦୨୦ ସେପ୍ଟେମ୍ବରରେ ଏହା ଥିଲା ୨୩୮୩.୯୯ କୋଟି ଟଙ୍କା। ଫଳରେ ଏହି କ୍ଷେତ୍ରରେ ୪୦ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ବୃଦ୍ଧି ହାର ସର୍ବାଧିକ। ୨୦୨୧ ସେପ୍ଟେମ୍ବର ସୁଦ୍ଧା ମୋଟ୍‌ ଉପରେ ୨୦୩୦୩.୮୬ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ସେପ୍ଟେମ୍ବର ୨୦୨୦ ସୁଦ୍ଧା ୧୨,୨୭୨.୯୮ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଥିଲା। ଏ କ୍ଷେତ୍ରରେ ୬୫.୪୪ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୧୯ ସେପ୍ଟେମ୍ବର ସୁଦ୍ଧା ୧୫,୦୨୬.୦୮ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଥିଲା।
ରାଜ୍ୟ ଜିଏସ୍‌ଟି ବାବଦରେ ୨୦୨୧ ସେପ୍ଟେମ୍ବରରେ ୯୨୯.୬୮ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୦ ସେପ୍ଟେମ୍ବରରେ ଏହା ଥିଲା ୬୩୧.୦୮ କୋଟି ଟଙ୍କା। ଫଳରେ ଏ କ୍ଷେତ୍ରରେ ୪୮ ପ୍ରତିଶତ ଅଭିବୃଦ୍ଧି ଘଟିଛି। ସେହିପରି ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ସୁଦ୍ଧା ମୋଟ ରାଜ୍ୟ ଜିଏସ୍‌ଟି ସଂଗ୍ରହ ୫୭୬୬.୪୩ କୋଟି ଟଙ୍କା ରହିଥିବାବେଳେ ୨୦୨୦ ସେପ୍ଟେମ୍ବର ବେଳକୁ ଏହି ପରିମାଣ ଥିଲା ୩୬୭୧.୪୫ କୋଟି ଟଙ୍କା। ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୫୭.୦୬ ପ୍ରତିଶତ। ୨୦୧୯ ସେପ୍ଟେମ୍ବର ସୁଦ୍ଧା ଏହି ସଂଗ୍ରହ ପରିମାଣ ଥିଲା ୪୩୩୨.୪୯ କୋଟି ଟଙ୍କା। ସେହିପରି ୨୦୨୧ ସେପ୍ଟେମ୍ବରରେ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି), ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ଓ ଅତିରିକ୍ତ ଜିଏସ୍‌ଟି (ସେସ୍‌) ବାବଦକୁ ଯଥାକ୍ରମେ ୭୭୨.୯୩ କୋଟି, ୯୯୬.୪୮ କୋଟି ଓ ୬୨୬.୮୫ କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ଏ କ୍ଷେତ୍ରରେ ଯଥାକ୍ରମେ ୫୫.୪୬ ପ୍ରତିଶତ, ୩୦.୫୬ ପ୍ରତିଶତ ଓ ୨୭.୨୮ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି।
୨୦୨୧ ସେପ୍ଟେମ୍ବର ରେ ପେଟ୍ରୋଲ ଓ ମଦ ଉପରୁ ଭାଟ୍‌ ବାବଦରେ ମୋଟ୍‌ ୮୦୭.୮୧ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୦ ସେପ୍ଟେମ୍ବରରେ ଏହି ପରିମାଣ ଥିଲା ୫୭୭.୨୭ କୋଟି ଟଙ୍କା। ଫଳରେ ଏହି କ୍ଷେତ୍ରରେ ୪୦ ପ୍ରତିଶତ ଅଭିବୃଦ୍ଧି ଘଟିଛି।
୨୦୨୧ ସେପ୍ଟେମ୍ବରରେ ମୋଟ୍‌ ୧୩.୬୭ ଲକ୍ଷ ଇ-ୱେବିଲ୍‌ ନିର୍ଗମନ ହୋଇଥିବାବେଳେ ୨୦୨୦ରେ ଏହା ଥିଲା ୧୨.୩୩ ଲକ୍ଷ।ଫଳରେ ଏ କ୍ଷେତ୍ରରେ ୧୦.୯୮ ପ୍ରତିଶତ ବୃଦ୍ଧି ଘଟିଛି।
ତଥ୍ୟ ବିଶ୍ଳେଷଣ ବ୍ୟବସ୍ଥାର ଉପଯୋଗକରି ଭୁଲ୍‌ ରିଟନର୍‌ସ ଦାଖଲକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କଠାରୁ ଆଇନ ଅନୁଯାୟୀ ଟିକସ ଆଦାୟ କରିବା ପାଇଁ ନିକଟରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ଆୟୁକ୍ତ ସୁନୀଲ କୁମାର ଲୋହାନି କ୍ଷେତ୍ରୀୟ ଅଧିକାରୀମାନଙ୍କର କାର୍ଯ୍ୟର ସମୀକ୍ଷାକରି ନିର୍ଦ୍ଦେଶ ଦେଇଛନ୍ତି। ସଚ୍ଚୋଟ ଟିକସଦାତାମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri