ଅନ୍‌ଲାଇନରେ ସୁନା କ୍ରୟ ଟ୍ରେଣ୍ଡ

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ସୁନା କ୍ରୟ କରିବାକୁ ଚାହୁଁଛନ୍ତି ଏବଂ ପାଖରେ ବେଶି ଟଙ୍କା ନାହିଁ ତେବେ ୧୦୦ ଟଙ୍କାରୁ ସୁନାରେ ନିବେଶ ଆରମ୍ଭ କରିପାରିବେ। ଟାଟାର ତନିସ୍କ ଏବଂ କଲ୍ୟାଣ ଜୁଏଲର୍ସ ଭଳି କମ୍ପାନୀରେ ନିବେଶ କରି ନିର୍ଦ୍ଦିଷ୍ଟ ମୂଲ୍ୟ ଯୋଗ କରିବା ପରେ ଗ୍ରାହକଙ୍କୁ ଡେଲିଭରି ମିଳିପାରିବ। ଗ୍ରାହକଙ୍କୁ ଅତି କମ୍‌ରେ ୧ ଗ୍ରାମ ମୂଲ୍ୟ ଯାଏ ଟଙ୍କା ଯୋଡ଼ିବାକୁ ପଡିବ। ଏହା ପରେ ଯାଇ ଡେଲିଭରି ନେଇହେବ। ବର୍ତ୍ତମାନ ସୁନାରେ ଅନ୍‌ଲାଇନ ଶପିଂ ଟ୍ରେଣ୍ଡ ଦେଖାଯାଇଛି। ପାର୍ବଣ ଋତୁକୁ ଧ୍ୟାନରେ ରଖି ଜୁଏଲର୍ସ ଅନ୍‌ଲାଇନରେ ସୁନା ବିକ୍ରି କରିବା ଲାଗି ବିଭିନ୍ନ ପ୍ରକାର ଅଫର ଆଣୁଛନ୍ତି। ନିବେଶ ଜରିଆରେ ସୁନା କ୍ରୟକୁ ସହଜ କରିବା ଲାଗି ଅନ୍‌ଲାଇନ ବିକ୍ରି ବର୍ତ୍ତମାନ ଲୋକଙ୍କ ଦ୍ୱାରା ଆଦୃତ ହେଉଛି।
ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣନ କହିଛନ୍ତି, ସୁନାରେ ମ୍ୟୁଚୁଆଲ ଫଣ୍ଡ ଏସ୍‌ଆଇପି ଭଳି ବିକଳ୍ପ ପ୍ରତି ଯୁବବର୍ଗ ବିଶେଷ ଆଗ୍ରହ ଦେଖାଉଛନ୍ତି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ତନିସ୍କଠାରୁ ପିସି ଜୁଏଲର୍ସ ଭଳି କମ୍ପାନୀଗୁଡିକ କମ୍‌ ଦାମରୁ ସୁନାରେ ନିବେଶ ସୁଯୋଗ ଦେଉଛନ୍ତି। କୋଭିଡ୍‌ ଯୋଗୁ ଜୁଏଲେରି ଶୋ’ରୁମ୍‌ଗୁଡିକ ବନ୍ଦ ହେବାରୁ ସୁନା କାରବାର ଠପ୍‌ ହୋଇଯାଇଥିଲା। ଏଭଳି ସ୍ଥିତି ଜୁଏଲର୍ସ ପାରମ୍ପରିକ ସୁନା ବିକ୍ରି ପଦ୍ଧତି ବାଦ୍‌ ଅନ୍‌ଲାଇନରେ ବିକ୍ରି ଆଡକୁ ନଜର ଦେଇଛନ୍ତି। ତନିସ୍କ, କଲ୍ୟାଣ ଜୁଏଲର୍ସ, ପିସି ଜୁଏଲର୍ସ ଏବଂ ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଭଳି କମ୍ପାନୀଗୁଡିକ ୧୦୦ ଟଙ୍କାରୁ ସୁନାରେ ନିବେଶ ସୁଯୋଗ ଦେଉଛନ୍ତି। କମ୍ପାନୀଗୁଡିକ ନିଜ ଓ୍ବେବ୍‌ସାଇଟ କିମ୍ବା ଡିଜିଟାଲ ଗୋଲ୍ଡ ପ୍ଲାଟ୍‌ଫର୍ମରେ ଏହି ସୁବିଧା କରିଥିବା ଜଣାପଡ଼ିଛି।
ମୋଡ୍‌ରେ ସୁନା କ୍ରୟ କରିବା ଟ୍ରେଣ୍ଡ ବର୍ତ୍ତମାନର ନୁହେଁ ବୋଲି କୁହାଯାଇପାରିବ। ମୋବାଇଲ ଓ୍ବାଲେଟ ବାଦ୍‌ ସେଫ୍‌ ଗୋଲ୍ଡ ଏବଂ ଅଗ୍ମାଟ ଗୋଲ୍ଡ ଭଳି ପ୍ଲାଟ୍‌ଫର୍ମରେ ଡିଜିଟାଲରେ ସୁନା କ୍ରୟ କରିହେଉଛି। ଅଗ୍ମାଟ ଗୋଲ୍ଡର ନିର୍ଦ୍ଦେଶକ କୁହନ୍ତି , କୋଭିଡ୍‌ ଜୁଏଲର୍ସଙ୍କ ମନୋଭାବରେ ପରିବର୍ତ୍ତନ ଆଣିଛି। ଅନ୍‌ଲାଇନରେ ସୁନା ବିକ୍ରି ନେଇ ସେମାନେ ବର୍ତ୍ତମାନ ସକ୍ରିୟତା ଦେଖାଉଛନ୍ତି। ସେଫ୍‌ ଗୋଲ୍ଡର ପ୍ରତିଷ୍ଠାତା ଗୌରବ ମାଥୁର କୁହନ୍ତି, ସୁନା ମୂଲ୍ୟରେ ହ୍ରାସ ଯୋଗୁ ଏହାର ଫାଇଦା ଅନ୍‌ଲାଇନ ବିକ୍ରିକୁ ମିଳୁଛି। ଲୋକଙ୍କୁ ସୁନା ଏବେ ଶସ୍ତା ଲାଗୁଛି। ୩ରୁ ୪ ହଜାର ରେଞ୍ଜର ସୁନା କଏନ ଏବଂ ଗୋଲ୍ଡ ବାର୍‌ ଲୋକ କିଣିବାକୁ ଭଲ ପାଉଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri