ଉତ୍କଳ ଆଲୁମିନା ଚାରିପଟ ଗ୍ରାମକୁ ସ୍ଥାନାନ୍ତର ଦାବି

ରାୟଗଡ଼ା ଅଫିସ, ୨୯।୯: କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ରାୟଗଡ଼ା ଜିଲା ଟିକିରିସ୍ଥିତ ଉତ୍କଳ ଆଲୁମିନା ଚାରିପଟେ ଥିବା ଗ୍ରାମବାସୀଙ୍କୁ ନେଇ ମଙ୍ଗଳବାର ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆର୍‌ଡିସି ଟି.ଆଓଙ୍କୁ ଭେଟିଛନ୍ତି। କମ୍ପାନୀ ଚାରିପଟେ ରହିଥିବା ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସେ ଦାବି କରିଛନ୍ତି। କମ୍ପାନୀ ପ୍ରତିଷ୍ଠାବେଳେ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତିକୁ ଏଯାବତ୍‌ ପୂରଣ କରାଯାଇନି ବୋଲି ସେ ଆର୍‌ଡିସିଙ୍କୁ ଜଣାଇଥିଲେ।
ଟିକିରିର ଦୋରାଗୁଡାରେ ୨୦୦୪ କମ୍ପାନୀ ସ୍ଥାପନବେଳେ ପ୍ରଭାବିତ ହୋଇଥିବା ଦିମୁଣ୍ଡି, ଡ଼ି-କରଳ ଓ କେନ୍ଦୁଖୁଟି ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର, ଜମି ଓ ଘର ହରାଇଥିବା ପରିବାରକୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟରେ କାରଖାନା ସ୍ଥାପନକୁ ୧୭ବର୍ଷ ବିତିଗଲାଣି। କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ଆଜି ଯାଏ ହୋଇପାରିଲା ନାହିଁ। କାରଖାନାକୁ ଲାଗିରହିଥିବା ଗ୍ରାମଗୁଡିକରେ ବାୟୁ, ଶବ୍ଦ, ଜଳ ପ୍ରଦୂଷଣ ହେଉଛି। ଲୋକେ ଅନେକ ରୋଗରେ ପୀଡିତ ହୋଉଛନ୍ତି। ସେହିଭଳି ଆଜିଯାଏ କିଛି ବିସ୍ଥାପିତ ପରିବାରକୁ କମ୍ପାନୀରେ ନିଯୁକ୍ତି ମଧ୍ୟ ମିଳିଲା ନାହିଁ। ଏ ସମସ୍ତ ବିଷୟରେ ହାଇକୋର୍ଟଙ୍କୁ ଅବଗତ ପରେ ଆର୍‌ଡିସିଙ୍କୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନୀ ଚାରିପଟେ ଥିବା ଗ୍ରାମର ମୌଳିକ ଆବଶ୍ୟତା ପୂରଣ ପାଇଁ ସିଏସ୍‌ଆର୍‌ ପାଣ୍ଠିରୁ ଅର୍ଥ ପ୍ରଦାନ ପାଇଁ ବାରମ୍ବାର ଅବଗତ କଲେ ମଧ୍ୟ କିଛି ଫଳ ମିଳୁନି। ଅଞ୍ଚଳବାସୀ ବାରମ୍ବାର ଜିଲାପାଳ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଗୁହାରି କରିବା ସତ୍ତ୍ୱେ କୌଣସି ଫଳ ମିଳୁନାହିଁ ବୋଲି ଗ୍ରାମବାସୀ ଓ ଏମ୍‌ପି ଉଲ୍ଲାକା ଆର୍‌ଡିସିଙ୍କୁ କହିଥିଲେ। ୩ମାସ ମଧ୍ୟରେ ବିସ୍ଥାପିତ ଓ ପାରିପାର୍ଶ୍ୱିକ ବିକାଶ ପରାମର୍ଶଦାତା କମିଟି ବୈଠକ ରାୟଗଡ଼ାରେ କରାଯିବ। ସେଠାରେ ଏହି ସମସ୍ୟା ସମ୍ପର୍କରେ ଆଲୋଚନା ହେବ ବୋଲି ଆର୍‌ଡିସି ପ୍ରତିଶ୍ରୁତି ଦେଇଥିଲେ।
କମ୍ପାନୀ ପ୍ରତିଷ୍ଠା ହେବା ପୂର୍ବରୁ ଅନେକ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେ ତାହା ପୁରଣ କରୁନି। କମ୍ପାନୀର ଚତୁର୍ପାଶ୍ୱରେ ଆମ ଘର ହୋଇଥିବାରୁ ଶବ୍ଦ ପ୍ରଦୂଷଣ, ଧୁଆ ପ୍ରତିଦିନ ସହ୍ୟ କରିବାକୁ ପଡୁଛି। ପିଲାମାନେ ପାଠ ପଢିବା ପାଇଁ ଅନେକ ଅସୁବିଧା ହେଉଛି। ମାନସିକ ରୂପେ ଦୁର୍ବଳ ହୋଇଗଲୁଣି ବୋଲି ବାରମ୍ବାର ଜିଲା ପ୍ରଶାସନକୁ ଜଣାଇଲୁ। କମ୍ପାନୀ ଏବଂ ଗ୍ରାମକୁ ସଂଯୋଗ କରୁଥିବା ଏକ ଗେଟ ଦେଇ କମ୍ପାନୀ ଭିତରକୁ ଯାଇ କର୍ତ୍ତୃପକ୍ଷଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଲୁ। ଆମ ଉପରେ ଲାଠି ଚାର୍ଜ କରାଯାଇ ତୁରନ୍ତ ଜାଗା ଛାଡିବାକୁ କୁହାଯାଇ ଥିଲା। ଏବେ ଉକ୍ତ ଗେଟକୁ ବନ୍ଦ କରି ଦିଆଗଲା। ଆମକୁ ତୁରନ୍ତ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି କାଶୀପୁର ବ୍ଲକ ହାଡ଼ିଗୁଡା ପଞ୍ଚାୟତ ଦିମୁଣ୍ଡି ଗ୍ରାମର ସୁଶୀଳା ନାୟକ କହିଛନ୍ତି। କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ ଡି-କରଳ ଗ୍ରାମ ର ହଳ ଧର ନାୟକ କହିଛନ୍ତି, କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ଅଞ୍ଚଳବାସୀଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି କର୍ତ୍ତୃପକ୍ଷ କହିଥିଲେ। ରାସ୍ତାଘାଟ, ପାନୀୟ ଜଳ ସମସ୍ୟା ସମାଧାନ ସହ ଦୀର୍ଘ ୧୫ ବର୍ଷ ହେବ ଆମକୁ ସ୍ଥାନାନ୍ତର କରାଯାଉ ବୋଲି ଦାବି କରିଥିଲେ ମଧ୍ୟ ତାହା ପୂରଣ ହେଉ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri