ଏମାର ମଠରେ ପୁଣି ଗୁପ୍ତଧନ ସନ୍ଧାନ

ପୁରୀ ଅଫିସ,୧୭।୯: ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ (ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି) ଓ ରୁପାଇଟା ଥିବା ସନ୍ଧାନରେ ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ଏମାର ମଠର ପାଠଶାଳା, ବାଟ ଅଗଣା, ସିନ୍ଦୁକ, ଗାଦିଘର ସମେତ ଅନେକ ଗୁପ୍ତ କୋଠରିକୁ ମେଟାଲ ଡିଟେକ୍ଟର ଦ୍ୱାରା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ୪ଜଣିଆ ଟିମ୍‌ ଯାଞ୍ଚ କରିଛନ୍ତି। ମଠ ମହନ୍ତ, ଦେବୋତ୍ତର କମିଶନଙ୍କ ପ୍ରତିନିଧି, ଟ୍ରଷ୍ଟ ବୋର୍ଡ ସଦସ୍ୟ, ପୋଲିସ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଛି। ତନ୍ନତନ୍ନ ଭାବେ ଯାଞ୍ଚ ପରେ ପାଠଶାଳା ଓ ବାଟ ଅଗଣାର ୪ଟି ସ୍ଥାନ ସ୍କାନରରେ ଆସିଥିବାରୁ ଗୋଲାକାର ଚିହ୍ନ ଦିଆଯାଇଛି। ସମ୍ପୃୃକ୍ତ ସ୍ଥାନଗୁଡ଼ିକରେ କୌଣସି ଧାତବ ପଦାର୍ଥ ଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ସମୟରେ ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡ ବୈଠକ ବସି ଖନନ ଲାଗି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ କହିଛନ୍ତି, ୨୦୧୧ରେ ଏମାର ମଠର ଗୁପ୍ତ ସୁଡ଼ଙ୍ଗରୁ ୫୨୨ ଖଣ୍ଡ ରୁପାଇଟା ମିଳିଥିଲା। ଏହାପରେ ଗତ ଏପ୍ରିଲ ୧୦ ତାରିଖରେ ଆଉ ୪୫ ଖଣ୍ଡ ରୁପାଇଟା ବାହାରିଥିଲା। ଏସବୁକୁ ଏବେ ପୁରୀ ଟ୍ରେଜେରିରେ ରଖାଯାଇଛି। ତେଣୁ ଏହି ମଠରେ ଆହୁରି ମୂଲ୍ୟବାନ ଧନସମ୍ପତ୍ତି ଓ ରୁପାଇଟା ଥିବା ସନ୍ଦେହ କରି ନୂଆ ଟ୍ରଷ୍ଟ ବୋର୍ଡ ଯାଞ୍ଚ ଲାଗି ଅନୁରୋଧ କରିଥିଲେ। ଏହି କ୍ରମରେ ଗୁରୁବାର ଏମାର ମଠର ପାଠଶାଳା, ବାଟ ଅଗଣା ଓ ଅନେକ ଗୁପ୍ତ କୋଠରିକୁ ଏକ ଟିମ୍‌ ଯାଞ୍ଚ କରିଛନ୍ତି। ଏଥିରେ ବ୍ୟବହୃତ ହୋଇଥିବା ମେଟାଲ ଡିଟେକ୍ଟର ଚଟାଣରୁ ମାତ୍ର ୨ଫୁଟ୍‌ ତଳେ ଥିବା ଧାତବ ପଦାର୍ଥକୁ ଚିହ୍ନଟ କରିବାରେ ସମର୍ଥ ହୋଇଥାଏ। ତେଣୁ ଆହୁରି ଗଭୀରରେ ଧାତବ ପଦାର୍ଥ ରହିଥିବା ଅନୁମାନ କରାଯାଉଛି। ଏଥିଲାଗି ଆବଶ୍ୟକ ପଡ଼ିଲେ ଅଧିକ କ୍ଷମତାସମ୍ପନ୍ନ ମେଟାଲ ଡିଟେକ୍ଟର ଆଣି ପୁନଶ୍ଚ ଯାଞ୍ଚ କରାଯିବ। ଆଗାମୀ ଦିନରେ ମଧ୍ୟ ଟ୍ରଷ୍ଟ ବୋର୍ଡ ଓ ଦେବୋତ୍ତର ବିଭାଗକୁ ସମସ୍ତ କାର୍ଯ୍ୟରେ ପ୍ରଶାସନ ଏଭଳି ଭାବେ ସହଯୋଗ କରିବ।
ସେହିପରି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ରାମାନୁଜ ନାରାୟଣ ଦାସ କହିଛନ୍ତି, ଟ୍ରଷ୍ଟ ପକ୍ଷରୁ ଚିଠି ଲେଖାଯିବା ପରେ ଏହି ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି। ଆଗାମୀ ଦିନରେ ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡର ବୈଠକ ପରେ କିଭଳି ସମ୍ପୃକ୍ତ ସ୍ଥାନ ଖନନ କରାଯିବ ଓ ଆଗକୁ କି ପଦକ୍ଷେପ ନିଆଯିବ ସେନେଇ ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଟ୍ରଷ୍ଟ ସଦସ୍ୟ ଗବେଷକ ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଏମାର ମଠ ହେଉଛି ଏକ ପୁରାତନ ତଥା ବିତ୍ତଶାଳୀ ମଠ। ନଅଙ୍କ ଦୁର୍ଭିକ୍ଷ ସମୟରେ ଏଠାରୁ ହଜାର ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବାର ଇତିହାସ ରହିଛି। ସେହିପରି ଏହି ମଠକୁ ଦାନ ସୂତ୍ରରେ ଅନେକ ଧନସମ୍ପତ୍ତି ମିଳିଥିଲା। ତେଣୁ ଏଠାକାର ମାଟିତଳେ ଅନେକ ମୂଲ୍ୟବାନ ସାମଗ୍ରୀ ପୋତା ରହିଥାଇପାରେ। ଯାଞ୍ଚ ଟିମ୍‌ ଦ୍ୱାରା ଚିହ୍ନଟ ଗୋଲାକାର ସ୍ଥାନର ଖନନ ପାଇଁ ଦେବୋତ୍ତର ବିଭାଗ କମିଶନରଙ୍କୁ ଟ୍ରଷ୍ଟ ବୋର୍ଡ ଚିଠି ଲେଖିବ। କମିଶନରଙ୍କଠାରୁ ଯାହା ନିର୍ଦ୍ଦେଶ ଆସିବ, ସେହି ଅନୁଯାୟୀ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri