ବଲିଉଉଡ୍‌ର ଏହି ସବୁ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ଅକ୍ଷୟ କୁମାର: ସ୍ତ୍ରୀଙ୍କ ଥିଲା କଡ଼ା ନଜର

ସେପ୍ଟେମ୍ବର ୯ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର। କୌଣସି ଗଡ୍‌ଫାଦର ନଥାଇ ଅକ୍ଷୟ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିଲେ। ଆଜି ତାଙ୍କର ପ୍ରାୟ ପ୍ରତ୍ୟେକ ଫିଲ୍ମ କୋଟି କୋଟି ଟଙ୍କା ଆୟ କରୁଛି। ସେ ତାଙ୍କର ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ଯୋଗୁ ଆଲୋଚନାରେ ରହିଥାନ୍ତି। ଏପରିକି ତାଙ୍କ ନାମ ଅନେକ ବରିଷ୍ଠ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ଜାଣନ୍ତୁ କେଉଁ କେଉଁ ଅଭିନେତ୍ରୀମାନଙ୍କ ସହିତ ବେଲବଟମ୍‌ ତାରକା ଅକ୍ଷୟ କୁମାରଙ୍କ ନାମ ଯୋଡ଼ା ଯାଇଥିଲ।…

ଶିଳ୍ପା ସେଟ୍ଟୀ
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ଅଭିନେତା ଅକ୍ଷୟ କୁମାରଙ୍କ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ଦର୍ଶକ ପରଦା ଏବଂ ବାସ୍ତବ ଜୀବନରେ ଉଭୟଙ୍କୁ ଦେଖିବାକୁ ପସନ୍ଦ କରୁଥିଲେ। ଅକ୍ଷୟ ଶିଳ୍ପା ଏବଂ ଟ୍ବିଙ୍କଲ ଖାନ୍ନାଙ୍କୁ ଏକାଠି ଡେଟ କରୁଥିଲେ। ପରେ ସେ ଟ୍ବିଙ୍କଲଙ୍କୁ ବିବାହ କରିଥିଲେ। ଉଭୟଙ୍କ ବ୍ରେକଅପ ପରେ ଅକ୍ଷୟ ଏବଂ ଶିଳ୍ପାଙ୍କ ଫିଲ୍ମ ଧଡକନ୍‌ ରିଲିଜ୍‌ ହୋଇଥିଲା।

ରେଖା
କ ହିନ୍ଦୀ ସିନେମାର ସୁନ୍ଦର ଅଭିନେତ୍ରୀ ରେଖାଙ୍କ ସହ ମଧ୍ୟ ଅକ୍ଷୟଙ୍କ ନାମ ଯୋଡ଼ା ଯିବା ହେବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରେଖା ତାଙ୍କ ଫିଲ୍ମ ‘ଖିଲାଡିଓ କେ ଖିଲାଡି’ ସମୟରେ ଅକ୍ଷୟଙ୍କ ପ୍ରେମରେ ପଡିଥିଲେ। ଏକଦା ଅକ୍ଷୟଙ୍କ ଗର୍ଲଫ୍ରେଣ୍ଡ ଥିବା ରବିନା ଟଣ୍ଡନ ଗଣମାଧ୍ୟମ ଆଗରେ କହିଥିଲେ ଯେ, ରେଖା ତାଙ୍କ ସୀମାରେ ରହିବା ଉଚିତ୍‌।

ରବିନା ଟଣ୍ଡନ

୯୦ ଦଶକର ହିଟ ଯୋଡ଼ିମାନଙ୍କ ମଧ୍ୟରୁ ଅକ୍ଷୟ ଏବଂ ରବିନାଙ୍କ ନାମ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା। ଫିଲ୍ମ ମୋହରାର ସେଟରେ ଭେଟିବା ପରେ ଦୁହେଁ ତିନି ବର୍ଷ ଧରି ଏକାଠି ଥିଲେ। କିନ୍ତୁ, ପ୍ରତ୍ୟେକ ଝିଅ ସହିତ ଫ୍ଲର୍ଟ କରିବାର ଅକ୍ଷୟଙ୍କ ଅଭ୍ୟାସ ହେତୁ ସମ୍ପର୍କ ଭାଙ୍ଗିଯାଇଥିଲା।

ଆୟେଶା ଜୁଲ୍କା
ଅଭିନେତା ଅକ୍ଷୟ କୁମାରଙ୍କ ନାମ ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଆୟେଶା ଜୁଲ୍କାଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା। ପ୍ରତ୍ୟେକ ସମ୍ପର୍କ ପରି, ଏହି ସମ୍ପର୍କରେ ମଧ୍ୟ ଆୟେଶା ଅକ୍ଷୟଙ୍କୁ ବିବାହ କରିବା ପାଇଁ ଗମ୍ଭୀର ଥିଲେ, ତଥାପି ଅକ୍ଷୟ ଏଥିରେ ରାଜି ହୋଇ ନ ଥିଲେ।

କ୍ୟାଟ୍ରିନା କୈଫ
ଅଭିନେତ୍ରୀ କ୍ୟାଟ୍ରିନା କୈଫ ଙ୍କ ନା ଅକ୍ଷୟ କୁମାରଙ୍କ ସହ ଯୋଡ଼ା ଯାଇଥିଲା ତେବେ ଦୁହେଁ ଏହାକୁ କେବଳ ଗୁଜବ ବୋଲି ଖଣ୍ଡନ କରିଥିଲେ।

ପ୍ରିୟଙ୍କା ଚୋପ୍ରା

ଅକ୍ଷୟଙ୍କ ବିବାହ ପରେ ମଧ୍ୟ ତାଙ୍କ ପ୍ରେମ ସମ୍ପର୍କିୟ ଚର୍ଚ୍ଚା ଥମି ନ ଥିଲା। ବିବାହର କିଛି ବର୍ଷ ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲା। ତେବେ ଉଭୟ ଏହି ପ୍ରସଙ୍ଗରେ କୌଣସି ସ୍ପଷ୍ଟୀକରଣ ଦେଇ ନ ଥିଲେ। କିନ୍ତୁ, ଟ୍ବିଙ୍କଲ ଅକ୍ଷୟଙ୍କୁ ପ୍ରିୟଙ୍କାଙ୍କ ସହ କାମ କରିବାକୁ ବାରଣ କରିଥିଲେ।

ପୂଜା ବାତ୍ରା
ଅଭିନେତ୍ରୀ ପୂଜା ବାତ୍ରା ମଧ୍ୟ ଅକ୍ଷୟଙ୍କୁ ଡେଟ କରିଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କ ବେଶି ଦିନ ତିଷ୍ଠି ନ ଥିଲା।
ଟୁଇଙ୍କଲ ଖାନ୍ନା

ଟ୍ବିଙ୍କଲ ଖାନ୍ନା ତାଙ୍କର ପୁରୁଣା ସମ୍ପର୍କ ହେତୁ ଅକ୍ଷୟଙ୍କ ସହ ନିର୍ବନ୍ଧ ଭାଙ୍ଗିଥିଲେ। କିନ୍ତୁ, ପରେ ଅକ୍ଷୟ ବୁଝାଇବା ପରେ ବିବାହ ପାଇଁ ଟ୍ବିଙ୍କଲ ତାଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ଯଦି ଫିଲ୍ମ ମେଲା ଫ୍ଲପ ହୁଏ ତେବେ ସେ ତାଙ୍କୁ ବିବାହ କରିବେ। ଶେଷରେ ତାହାହିଁ ଘଟିଥିଲା। ଫିଲ୍ମ ମେଲା ବକ୍ସ ଅଫିସରେ ଫ୍ଲପ ହେବା ପରେ ଉଭୟ ବିବାହ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri