Posted inଖେଳ

ହଠାତ୍‌ ସନ୍ୟାସ ଘୋଷଣା କରି ଚମକାଇଥିଲେ ଧୋନୀ; ଶାସ୍ତ୍ରୀ କହିଲେ ‘କ’ଣ ହୋଇଥିଲା ସେଦିନ’…

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ହଠାତ ବିଦାୟ ନେବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ହେଁ ସୀମିତ ଓଭର କ୍ରିକେଟରେ ସେ ସକ୍ରିୟ ଥିଲେ। କିନ୍ତୁ ଗତ ବର୍ଷ ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ସେ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଧୋନୀଙ୍କ ଅବସରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ଶାସ୍ତ୍ରୀ ତାଙ୍କ ପୁସ୍ତକରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ସମୟରେ ଧୋନୀଙ୍କୁ ଭେଟିଥିବା ଏବଂ ନିଷ୍ପତ୍ତି ବଦଳାଇବାକୁ କହିଥିବା ଲେଖିଛନ୍ତି। ଏହାକୁ ନେଇ ପ୍ରଶ୍ନରେ ଶାସ୍ତ୍ରୀ କହିଛନ୍ତି, ଧୋନୀଙ୍କ ନିଷ୍ପତ୍ତି ବିଷୟରେ କାହାକୁ ଜଣା ନ ଥିଲା। ମେଲବର୍ନରେ ମ୍ୟାଚ୍‌ ଶେଷ ହୋଇଥିଲା। ଏହାପରେ ସେ ଖବରଦାତା ସମ୍ମିଳନୀକୁ ଯିବାକୁ ଥିଲା। ଯିବା ପୂର୍ବରୁ ସେ ଫେରିବା ପରେ ଖେଳାଳିଙ୍କ ସହ କଥା ହେବେ ବୋଲି ମୋତେ କହିଥିଲେ। ଜବାବରେ ତୁମେ ଅଧିନାୟକ, ନିଶ୍ଚିତ କଥା ହୁଅ ବୋଲି କହିଥିଲି। ଧୋନୀ ସାମ୍ବାଦିକ ସମ୍ମିଳନୀରୁ ଫେରି ଏହା ମୋର ଶେଷ ଟେଷ୍ଟ ମ୍ୟାଚ୍‌ ହେବ ବୋଲି ଘୋଷଣା କରିଥିଲେ। ଧୋନୀ ଏଭଳି ହିଁ ବ୍ୟକ୍ତି। ସେ ୧୦୦ ନଚେତ ୧୨୦ ଟେଷ୍ଟ ଖେଳିବା ପରେ ସନ୍ୟାସ ନେବା କଥା ଭାବନ୍ତି ନାହିଁ। ତାଙ୍କୁ ତିନୋଟି ଯାକ ଫର୍ମାଟରେ ଖେଳିବା କଠିନ ବୋଲି ଲାଗିଥିଲା। ଏଣୁ ସେ ଅବସର ନେବା ଶ୍ରେୟସ୍କର ବୋଲି ଭାବିଥିଲେ। ପ୍ରତ୍ୟେକ ବ୍ୟକ୍ତିଙ୍କ ଆଭିମୁଖ୍ୟ ଭିନ୍ନ। ଏହା ଧୋନୀଙ୍କ ଗୁଣ। ସେ ଏହା କରିପାରିବେ।

ଏହାଛଡ଼ା ନଭେମ୍ବରରେ ଭାରତୀୟ ଦଳ ସହ ତାଙ୍କ ଚୁକ୍ତିନାମା ଶେଷ ହେଉଛି। ଏହାପରେ ତାଙ୍କର ଯୋଜନା ବିଷୟରେ ଶାସ୍ତ୍ରୀ କହିଛନ୍ତି, ମୁଁ ଆଗାମୀ ୪୫ ଦିନ ବିଷୟରେ ଚିନ୍ତା କରୁଛି। ଏହାପରେ କେଉଁଆଡେ ଯିବି ଜଣାପଡ଼ିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri