କେସିଙ୍ଗା,୩୦।୮(ଡି.ଏନ୍.ଏ.): ମାମୁ ଘର ବୁଲାଇ ନେବା କହି ଜଙ୍ଗଲରେ ସାଙ୍ଗ ସହ ମିଶି ସ୍ତ୍ରୀର ଗଳା କାଟିଲେ ସ୍ବାମୀ। ଅଚେତ ହୋଇ ଯିବାରୁ ଛାଡ଼ି ଚାଲି ଆସିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ନର୍ଲା ବ୍ଲକ ଧରାମାଲ ଗ୍ରାମରେ। ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନ୍ତର୍ଗତ ବାଇଦାର ନୂଆ ପାଲି ଗ୍ରାମର ନିହାର ସାହାଡ଼ି (୨୩) ନାମକ ଯୁବକ ଉକ୍ତ ଗ୍ରାମର ପ୍ରକାଶିନୀ ସାହାଡ଼ି (୨୨) ଙ୍କୁ ଗତ ବର୍ଷ ପ୍ରେମ ବିବାହ କରିଥିଲେ। ପ୍ରକାଶିନୀଙ୍କୁ ମାମୁ ଘର ବୁଲାଇ ନେବା କହି ରବିବାର ସାରେ ଆସିଥିଲେ। ସାଙ୍ଗରେ ଜଣେ ଘନିଷ୍ଠ ବନ୍ଧୁ ମଧ୍ୟ ଥିଲେ। ସାରେ ପ୍ରକାଶିନୀଙ୍କୁ ଜଙ୍ଗଲକୁ ନେଇ ଗଳାକାଟି ଦେଇଥିଲେ। ଚେତାଶୂନ୍ୟ ହେବାରୁ ଉଭୟ ତାଙ୍କୁ ସେଠାରେ ଛାଡି ଫେରାର ହୋଇ ଯାଇଥିଲେ। ପ୍ରକାଶିନୀ ଜଙ୍ଗଲ ନିକଟରେ ଥିବ ଏକ କୁଡ଼ିଆ ଘରେ ରାତ୍ରି କଟାଇ ଥିଲେ।
ସୋମବାର ସକାଳେ ଜମି ମାଲିକ କ୍ଷେତକୁ ଯାଇ ତାଙ୍କୁ ଦେଖିଥିଲେ। ଏ ନେଇ ପଲମ ଫାଣ୍ଡିକୁ ଖବର ଦେଇଥିଲେ।
ପଲମ ଫାଣ୍ଡି ଅଧିକାରୀ ଖବର ପାଇ କେସିଙ୍ଗା ପୋଲିସକୁ ଜଣାଇବାରୁ ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। ସେଠାରେ ସେ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ପ୍ରକାଶିନୀ ଗୁରୁତର ହେବାରୁ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ କେସିଙ୍ଗା ପୋଲିସ ୩୧୯/୨୧ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Posted inHome Left, ଆମ ଜିଲା ଖବର, କଳାହାଣ୍ଡି View All
ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ
କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...
ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!
ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...
Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ
ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...
ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!
ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...
ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି
ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...
ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ
ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ
ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...
Archives


