Posted inଖେଳ

ମନର ଯନ୍ତ୍ରଣା ବଖାଣିଲେ ଶ୍ରେୟାସ୍‌: କାନ୍ଦି କାନ୍ଦି ଯାଇଥିଲେ ଡ୍ରେସିଂ ରୁମ୍‌

ନୂଆଦିଲ୍ଲୀ,୩୦।୮: ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟର ଏବେ କାନ୍ଧ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତାଙ୍କୁ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଖେଳୁଥିବା ଦେଖିବାକୁ ମିଳିବ। ଚଳିତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆୟାର କାନ୍ଧରେ ଆଘାତ ପାଇଥିଲେ। ଏହି କାରଣରୁ ସେ ଗତ କିଛି ମାସ ଧରି କ୍ରିକେଟ ପଡ଼ିଆରୁ ଦୂରରେ ଥିଲେ। କିନ୍ତୁ ଏବେ ସେ ୧୯ ସେପ୍ଟେମ୍ବରରୁ ଆଇପିଏଲରେ ଜଲଓ୍ବା ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି। ଆୟର ରୟାଲ ଲଣ୍ଡନ କପରେ କାଉଣ୍ଟି ଦଳ ଲାଙ୍କାଶେୟାର ପାଇଁ ଖେଳିବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଫିଟନେସ କାରଣରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ତେବେ ଏବେ ସେ ଫିଟ ଅଛନ୍ତି। ନିକଟରେ ସେ ତାଙ୍କ ଫିଟନେସ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଭିଡିଓରେ ତାଙ୍କୁ ଏକ ପାହାଡ ଉପରେ ଦୌଡୁଥିବା ଦେଖିବାକୁ ମିଳିଥିଲା।
୨୬ ବର୍ଷୀୟ ଆୟାର କ୍ରିକେଟ ପଡ଼ିଆକୁ ଫେରିବା ନେଇ ବହୁତ ଉତ୍ସାହିତ ଅଛନ୍ତି। ତେବେ ଗତ କିଛି ମାସ ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କାନ୍ଧରେ ଆଘାତ ଏବଂ ପରେ ଫେରିବା ପାଇଁ ସଂଘର୍ଷ ହେତୁ ସେ ଭାଙ୍ଗି ପଡିଥିଲେ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ଏବେ ଭଲ ଅନୁଭବ କରୁଛି। ଏ ପର୍ଯ୍ୟନ୍ତ ଯାତ୍ରା ଭଲ ଥିଲା । କିନ୍ତୁ ଯେତେବେଳେ ମୁଁ ଆଘାତ ପାଇଲି, ମୁଁ ବହୁତ ନିରାଶ ହୋଇଥିଲି। ମୁଁ କ’ଣ କରିବି ବୁଝିପାରିଲି ନାହିଁ। ଆଘାତ ପରେ ମୁଁ ପଡିଆରୁ କାନ୍ଦି କାନ୍ଦି ଡ୍ରେସିଂ ରୁମକୁ ଫେରୁଥିଲି। ଏହାକୁ ଗ୍ରହଣ କରିବାକୁ ମୋତେ କିଛି ସମୟ ଲାଗିଲା। ତଥାପି, ତୁମେ ଏହି ସବୁ ଜିନିଷ ଦେଇ ଗତି କରିବାକୁ ପଡିବ। କିନ୍ତୁ ତୁମକୁ ଦୃଢ ଭାବରେ ଫେରିବାକୁ ଚେଷ୍ଟା କରିବାକୁ ପଡିବ। ଆୟାର ଆହୁରି କହିଛନ୍ତି ଯେ, କାନ୍ଧର ଅସ୍ତ୍ରୋପଚାର ବିଷୟରେ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଯେତେବେଳେ ମୁଁ ଜାଣିଲି ଯେ କାନ୍ଧରେ ଆଘାତରୁ ମୁକ୍ତି ପାଇବା ପାଇଁ ମୋତେ ଅସ୍ତ୍ରୋପଚାର କରିବାକୁ ପଡିବ, ପ୍ରଥମେ ଏହାକୁ ହଜମ କରିବା ମୋ ପକ୍ଷେ ସହଜ ନଥିଲା। କାରଣ ଏହି ଆଘାତ ପୂର୍ବରୁ ମୋର ଫିଟନେସ ବହୁତ ଭଲ ଥିଲା। ମୁଁ ଭଲ ଟ୍ରେନିଂ କରିବାକୁ ସକ୍ଷମ ହେଲି। ଏହା କୌଣସି ଖେଳାଳିଙ୍କ କ୍ୟାରିୟରର ଏକ ଅଂଶ। ମୁଁ ଏହା ପରେ ମଧ୍ୟ ଗ୍ରହଣ କଲି । ଆୟର ଦିଲ୍ଲୀ ଦଳର ଏକ ସପ୍ତାହ ପୂର୍ବରୁ ତାଙ୍କ ପିଲାଦିନର ପ୍ରଶିକ୍ଷକ ପ୍ରବୀଣ ଆମ୍ରେଙ୍କ ସହ ଦୁବାଇରେ ପହଞ୍ଚି ସେଠାରେ ଅଭ୍ୟାସ କରୁଛନ୍ତି।
ଆୟରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଗତ ବର୍ଷ ୟୁଏଇରେ ଆୟୋଜିତ ଆଇପିଏଲର ଫାଇନାଲ ଖେଳିଥିଲା। ଏହି ସିଜିନରେ ଦଳର ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ଥିଲା। ଆୟରଙ୍କ ଆଘାତ ପରେ ରିଷଭ ପନ୍ତ ଦଳର ଅଧିନାୟକତ୍ୱ କରିଥିଲେ ଏବଂ କରୋନା କାରଣରୁ ଆଇପିଏଲ ୨୦୨୧ ସ୍ଥଗିତ ରଖିବା ପୂର୍ବରୁ ଦିଲ୍ଲୀ ୮ଟି ମ୍ୟାଚ ମଧ୍ୟରୁ ୬ଟି ଜିତି ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନରେ ରହିଥିଲା। ତେବେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ କିଏ ଦଳର ନେତୃତ୍ୱ ନେବ ତାହା ଦିଲ୍ଲୀର ଦଳ ପରିଚାଳନା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। ଲିଗ ସ୍ଥଗିତ ରଖିବା ପୂର୍ବରୁ ଆଇପିଏଲର ୨୭ଟି ମ୍ୟାଚ ହୋଇଥିଲା । ଅବଶିଷ୍ଟ ୩୧ ଟି ମ୍ୟାଚ ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ। ୨୨ ସେପ୍ଟେମ୍ବରରେ ଦୁବାଇରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀ ପ୍ରଥମ ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri