କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଦୁଇବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା କରାଯାଇଛି। ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ଲାଗି ୨୦୧୯ ମସିହା ପାଇଁ ଅନନ୍ତ ମହାପାତ୍ରଙ୍କୁ ଓ ୨୦୨୦ ପାଇଁ ଓଡ଼ିଶୀନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି। ଏ ନେଇ ଶୁକ୍ରବାର ସଂସ୍କୃତି ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଘୋଷଣା କରିଛନ୍ତି।
ଏଥିସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି। ହିନ୍ଦୁସ୍ଥାନୀ କଣ୍ଠସଙ୍ଗୀତ ବର୍ଗରେ ୨୦୧୯ ପାଇଁ ଡ. ରଘୁନାଥ ସାହୁ ଓ ୨୦୨୦ ପାଇଁ ବନ୍ଦିତା ରାୟଙ୍କୁ ‘ସୁନନ୍ଦା ସମ୍ମାନ’ ଏବଂ ଗୀତିକବିତା ବର୍ଗରେ ୨୦୧୯ ପାଇଁ ବିନୋଦ କୁମାର ପଶାୟତ ଓ ୨୦୨୦ ପାଇଁ ଅଲେଖ ଚନ୍ଦ୍ର ପଢ଼ିହାରୀଙ୍କୁ ‘ସାରଦା ପ୍ରସନ୍ନ ସମ୍ମାନ’ ଦିଆଯିବ। ସେହିପରି ୨୦୧୯ ବର୍ଷ ନିମନ୍ତେ ଅଭିନୟ ପାଇଁ ନବକିଶୋର ଆଚାର୍ଯ୍ୟ ଓ ମମତା ମହାନ୍ତି, ନାଟ୍ୟ ରଚନା ପାଇଁ ସୁଧାକର ନନ୍ଦ, ନିର୍ଦ୍ଦେଶନା ପାଇଁ ହରିହର ମିଶ୍ର, ମଞ୍ଚକଳା ପାଇଁ ପ୍ରଭାସ ଚନ୍ଦ୍ର ମିଶ୍ର, ଲୋକସଙ୍ଗୀତ ପାଇଁ ରାଧାଶ୍ୟାମ ସାହୁଶର୍ମା, ଲୋକବାଦ୍ୟ ପାଇଁ ଶଙ୍କର ପ୍ରଧାନ, ଲୋକନୃତ୍ୟ ପାଇଁ କାଳୁଚରଣ ସାହୁ, ଲୋକନାଟ୍ୟ ପାଇଁ କଣ୍ଠ ଗୌଡ଼, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ତାଳ) ପାଇଁ ଡ. ଜଗନ୍ନାଥ କୁଅଁର, ଯନ୍ତ୍ର ସଙ୍ଗୀତ (ତାରବାଦ୍ୟ) ପାଇଁ କୈଳାସ ଚନ୍ଦ୍ର ପାତ୍ର, ଓଡ଼ିଶୀନୃତ୍ୟ ପାଇଁ ରତିକାନ୍ତ ମହାପାତ୍ର, ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଚନ୍ଦ୍ରମଣି ଲେଙ୍କା, ସୁଗମ ସଙ୍ଗୀତ ପାଇଁ ତାନ୍‌ସେନ୍‌ ସିଂଙ୍କୁ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି।
୨୦୨୦ ନିମନ୍ତେ ଅଭିନୟ ପାଇଁ ସୁଶୀଳା ନାୟାର ଏବଂ ବିଜୟ କୁମାର ପଟ୍ଟନାୟକ, ନାଟ୍ୟ ରଚନା ପାଇଁ ଭାସ୍କର ଚନ୍ଦ୍ର ମହାପାତ୍ର, ନିର୍ଦ୍ଦେଶନା ପାଇଁ ସୁବୋଧ ପଟ୍ଟନାୟକ, ମଞ୍ଚକଳା ପାଇଁ ପ୍ରଭାତ ମହାରଣା, ଲୋକସଙ୍ଗୀତ ପାଇଁ ନବୀନ କିଶୋର କୁଅଁର, ଲୋକବାଦ୍ୟ ପାଇଁ କିଶୋର ଚନ୍ଦ୍ର ପ୍ରଧାନ, ଲୋକନୃତ୍ୟ ପାଇଁ ନାରାୟଣ ମହାରଣା, ଲୋକନାଟ୍ୟ ପାଇଁ ନିର୍ମଳ ଚନ୍ଦ୍ର ରାଉତ, ଯନ୍ତ୍ର ସଙ୍ଗୀତ(ଆନଦ୍ଧ ବାଦ୍ୟ) ପାଇଁ ଶରତ କୁମାର ପାଣି, ଯନ୍ତ୍ର ସଙ୍ଗୀତ(ସୁଶୀର ବାଦ୍ୟ) ପାଇଁ ନିତ୍ୟାନନ୍ଦ ମହାପାତ୍ର, ଓଡ଼ିଶୀ ନୃତ୍ୟ ପାଇଁ ଗଜେନ୍ଦ୍ର ପଣ୍ଡା, ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ରଘୁନାଥ ପାତ୍ର, ସୁଗମ ସଙ୍ଗୀତ ପାଇଁ ବିଭୁଧେନ୍ଦ୍ର ଦାସଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯିବ।
ଆସନ୍ତା ୩୦ ତାରିଖରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଁ ମାନପତ୍ର, ଉପଢ଼ୌକନ, କୃତିଫଳକ ଓ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ମିଳିବ। ‘ସୁନନ୍ଦା ସମ୍ମାନ’ ଓ ‘ସାରଦା ପ୍ରସନ୍ନ ସମ୍ମାନ’ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ଏକାଡେମୀ ସଚିବ ପ୍ରବୋଧ ରଥ ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏକାଡେମୀ ଉପସଭାପତି ମନ୍ମଥ ଶତପଥୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri