ଆମେରିକାର ଅର୍ଥନୈତିକ ଉତ୍ଥାନ ପତନ

ଡ. ଚିତ୍ତରଞ୍ଜନ ମିଶ୍ର

କୋଭିଡ୍‌-୧୯ ଟିକା କାର୍ଯ୍ୟକ୍ରମରେ ଅହେତୁକ ସଫଳତା ଏବଂ ଏଥିପାଇଁ ସରକାରଙ୍କ ପ୍ରୋତ୍ସାହନ ଦ୍ୱାରା ଏ ବର୍ଷ ଆମେରିକାର ଅର୍ଥନୀତି ୭ ପ୍ରତିଶତ ହାରରେ ଦ୍ରୁତ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି । ସଂପ୍ରତି ବିଶ୍ୱ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାରେ ଆମେରିକା ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ଜୁଲାଇ ୪ରେ ଆମେରିକାର ୨୪୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ସମାରୋହରେ ଭାଷ୍ୟକାରମାନେ ଆମେରିକାର ପୁନରଭ୍ୟୁଦୟ ବିଷୟରେ ଅବତାରଣା କରିଥିଲେ ଏବଂ ଆମେରିକାର ଭବିଷ୍ୟତକୁ ନେଇ ବିଶ୍ୱ ଭବିଷ୍ୟତ ସହ ଏକ ତୁଳନାମତ୍କ ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ। କିନ୍ତୁ ଗୋଟିଏ ସମସ୍ୟା ରହିଛି। ଆମେରିକା ଖୁବ୍‌ ନିକଟ ଅତୀତରେ ଏକ ଅର୍ଥନୈତିକ ପୁନରଭ୍ୟୁଦୟ ପ୍ରକ୍ରିୟା ମଧ୍ୟଦେଇ ଗତି କରିଆସିଛି। ଏହା ପୁଣି ଥରେ ପୁନର୍ଜନ୍ମ ନେବ ଏ ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ଗୋଟାଏ ଦଶକ ପୂର୍ବରୁ ୨୦୦୮ର ଅର୍ଥନୈତିକ ସଙ୍କଟକାଳରେ ପ୍ରଥମଥର ପାଇ ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍ସ ସମେତ ବିଶ୍ୱର ଏକାଧିକ କ୍ରେଡିଟ୍‌ ରେଟିଂ ଏଜେନ୍ସି ଆମେରିକା ସରକାରଙ୍କ ପାଇଁ ସେମାନଙ୍କର କ୍ରେଡିଟ୍‌ ରେଟିଙ୍ଗ୍‌ସକୁ ନିମ୍ନସ୍ତରକୁ ଖସାଇ ଦେଇଥିଲେ, ଯାହାଫଳରେ ଅଗଷ୍ଟ ୫, ୨୦୧୧ରେ ଆମେରିକାର ରେଟିଙ୍ଗ୍‌ସ ଆଉଟଷ୍ଟାଣ୍ଡିଂ (AAA)ରୁ ଏକ୍ସଲେଣ୍ଟ (AA+) କୁ ଖସି ଆସିଥିଲା। ଏହା ଆମେରିକା ଅଧୋଗତିର ଭୟଙ୍କର ଭବିଷ୍ୟବାଣୀ ଉପସ୍ଥାପନ କରିଥିଲା। ଏହା ପରିବର୍ତ୍ତେ ୨୦୧୦ ଦଶକରେ ଆମେରିକୀୟ ଅର୍ଥନୈତିକ ଶକ୍ତିର ସଂପ୍ରସାରଣ ହେଲା। ଏହା ଆମେରିକାର ଅଭୂତପୂର୍ବ ବୈଷୟିକ ଶକ୍ତିର ପରାକାଷ୍ଠା ଦ୍ୱାରା ହିଁ ସମ୍ଭବ ହୋଇପାରିଲା। ପୁନଶ୍ଚ ଆମେରିକା ମଧ୍ୟ ତା’ର ଋଣ ସମସ୍ୟାକୁ ଶୀଘ୍ର ସମାଧାନ କରି ତୁଳନାମତ୍କ ଭାବେ ଅର୍ଥନୈତିକ ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିଲା।
ଗ୍ଲୋବାଲ୍‌ ଜିଡିପିରେ ଆମେରିକାର ଅଂଶ ୨୦୧୧ରେ ଥିବା ୨୧ ପ୍ରତିଶତରୁ ୨୦୨୦ରେ ୨୫ ପ୍ରତିଶତକୁ ବୃଦ୍ଧି ଘଟିଥିଲା। ୨୦୧୦ଦଶକର ଆରମ୍ଭରେ ଆମେରିକାର ହାରାହାରି ରୋଜଗାର ୟୁରୋପ ଅପେକ୍ଷା ୨୬ ପ୍ରତିଶତ ଅଧିକ ଥିଲାବେଳେ ଦଶକର ଶେଷଭାଗକୁ ତାହା ୬୦ ପ୍ରତିଶତ ଅଧିକ ଥିଲା। ଏପରିକି ଜାପାନ ଅପେକ୍ଷା ଆମେରିକାର ରୋଜଗାର ନାଟକୀୟ ଢଙ୍ଗରେ ଅଭିବୃଦ୍ଧି ଘଟିଲା। ୨୦୨୦ର ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକୀୟ ମଧ୍ୟବିତ୍ତ ଶ୍ରେଣୀରେ ଚାକିରି କ୍ଷେତ୍ରରେ ନୈରାଶ୍ୟ ଦେଖାଯାଇ ବେରୋଜଗାରୀ ୫୦ବର୍ଷ ତଳକୁ ଖସିଯାଇଥିଲା।
୨୦୧୦ ଦଶକରେ ଆମେରିକାର ଷ୍ଟକ୍‌ ମାର୍କେଟରେ ୨୫୦ପ୍ରତିଶତ ଅଭିବୃଦ୍ଧି ଘଟିଥିଲା ଏବଂ ତା’ର ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିକାଶଦୌଡ଼ରେ ପଛକୁ ଠେଲିଦେଇଥିଲା। ଗ୍ଲୋବାଲ୍‌ ଷ୍ଟକ୍‌ ମାର୍କେଟରେ ମଧ୍ୟ ଆମେରିକାର ଅଂଶଧନ ୪୨ ପ୍ରତିଶତରୁ ୫୮ପ୍ରତିଶତକୁ ଅଭିବୃଦ୍ଧି ଘଟିଲା। ଫଳରେ ଆମେରିକୀୟ ଡଲାର ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରମାନଙ୍କ ମଧ୍ୟରେ ନିଜର ନେତୃତ୍ୱ ଜାହିର କରିବା ପାଇଁ ପଥ ପ୍ରଦର୍ଶନ କରାଇଲା।
୨୦୧୯ର ଶେଷ ଭାଗକୁ ବ୍ୟକ୍ତିବିଶେଷ ଓ କର୍ପୋରେଶନମାନଙ୍କୁ ଆମେରିକା ପ୍ରଦାନ କରିଥିବା ତା’ର ସମସ୍ତ ବିଦେଶୀ ଋଣର ୭୫ ପ୍ରତିଶତ ଡଲାର ଦ୍ୱାରା ହିଁ କରିଥିଲା। ୨୦୦୮ର ଅର୍ଥନୈତିକ ସଙ୍କଟ ପୂର୍ବରୁ ଥିବା ୬୦ପ୍ରତିଶତରୁ ଏହା ଅଧିକ ଥିଲା। ପୃଥିବୀର ପ୍ରତ୍ୟେକ ୧୦ଟି ରାଷ୍ଟ୍ରରୁ ୬ଟି ରାଷ୍ଟ୍ର ଆମେରିକୀୟ ଡଲାରକୁ ସେମାନଙ୍କ ଦେଶର ‘ଆଙ୍କର’ ବା ଲଙ୍ଗର ଭାବେ ବ୍ୟବହାର କଲେ, ଯେଉଁ ଡଲାର ମାଧ୍ୟମରେ ସେମାନେ ସେମାନଙ୍କ ଦେଶର ମୁଦ୍ରାର ମୂଲ୍ୟ ନିର୍ଦ୍ଧାରଣ କରିବା ସହ ତାକୁ ସୁଦୃଢ ମଧ୍ୟ କରିପାରିଲେ। ୨୦୧୦ ଦଶକରେ ଆମେରିକୀୟ ଡଲାରକୁ ବିଶ୍ୱର ଅଧିକ ଆଦରଣୀୟ ‘ରିଜର୍ଭ କରେନ୍ସି’ ଭାବେ ଚାଇନାର ଚ୍ୟାଲେଞ୍ଜ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଚରମ ବିଫଳତାର ମୁଖ ଦର୍ଶନ କରିଥିଲା।
୨୦୧୦ ଦଶକରେ ଆମେରିକା ଚାଖିଥିବା ବିକାଶର ଅମୃତ ସ୍ବାଦ ୨୦୨୦ ଦଶକରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବୋଲି ପ୍ରତୀୟମାନ ହେଉଛି। ୧୯୬୦ ଦଶକରେ ଆମେରିକାର ଅର୍ଥନୀତି ବିଶ୍ୱରେ ନେତୃତ୍ୱ ନେଇଥିଲା, କିନ୍ତୁ ୧୯୭୦ ଦଶକରେ ଏହା ସୋଭିଏଟ ଦେଶ ପଛକୁ ପଡ଼ିଗଲା। ପରେ ୧୯୮୦ ଦଶକରେ ଆମେରିକା ଜାପାନକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ିଲା। କିନ୍ତୁ ୧୯୯୦ ଦଶକରେ ଟେକ୍ନୋଲୋଜିର ଅଭୂତପୂର୍ବ ଅଭିବୃଦ୍ଧି ଫଳରେ ଆମେରିକା ପୁଣି ପ୍ରତ୍ୟାବର୍ତ୍ତନ କଲା ଓ ବିକାଶରାସ୍ତାରେ ଆଗେଇଚାଲିଲା। ହେଲେ ୨୦୦୦ ଦଶକରେ ଚିତ୍ର ବଦଳିଗଲା ଓ ଚାଇନା ନେତୃତ୍ୱରେ ବିଶ୍ୱ ବଜାର ବ୍ୟବସ୍ଥା ସଗର୍ବେ ମୁଣ୍ଡ ଟେକି ଉଠିଲା। ଏସୀୟ ବ୍ୟାଘ୍ର ଚାଇନା ସମଗ୍ର ବିଶ୍ୱରେ ନିଜର ବାଣିଜି୍ୟକ ଆଧିପତ୍ୟ ଜାହିର କରିବାକୁ ଲାଗିଲା।
ଆଉ ଏକ ଆମେରିକୀୟ ଦଶନ୍ଧିର ଶୁଭ ଆଗମନକୁ ନେଇ ଆକଳନ କରାଯାଉଛି। ଏହା ନିର୍ଭର କରୁଛି,ଆମେରିକା କେତେଦୂର ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱ ନେତୃତ୍ୱକୁ ବଳବତ୍ତର ରଖିପାରିବ। କିନ୍ତୁ ଏବେ ବୃହତ୍‌ ଆମେରିକୀୟ ଇଣ୍ଟରନେଟ କମ୍ପାନୀଗୁଡ଼ିକ ଏସିଆରୁ ଆଫ୍ରିକା ପର୍ଯ୍ୟନ୍ତ ମୁଣ୍ଡଟେକି ଉଠୁଥିବା ବଜାର ବ୍ୟବସ୍ଥାରେ କଠିନ ଆହ୍ବାନର ମୁକାବିଲା କରୁଛନ୍ତି ଯେଉଁଠାରେ ଆଞ୍ଚଳିକ ଉଦ୍ୟୋକ୍ତାମାନେ ଇ-କମର୍ସ, ଇ-ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଜାତୀୟ ଓ ଆଞ୍ଚଳିକ ବଜାର ନେତୃତ୍ୱ ଗଢି ତୋଳୁଛନ୍ତି।
ରୋବୋଟିକ୍ସ ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ୟୁରୋପ ନିଜର ପତିଆରା ଜାହିର କରିବାରେ ଲାଗିପଡିଛି। ୟୁରୋପୀୟ ଷ୍ଟାର୍ଟ ଅପ୍‌ କମ୍ପାନୀଗୁଡ଼ିକ ପୂର୍ବାପେକ୍ଷା ଅଧିକ ଘରୋଇ ଅଂଶଧନ ଆକର୍ଷଣ କରୁଛନ୍ତି। ‘ଗ୍ଲୋବାଲ୍‌ ଭେଞ୍ଚର କ୍ୟାପିଟାଲ’ କ୍ଷେତ୍ରରେ ୟୁରୋପୀୟ ଭାଗୀଦାରିରେ ଧୀରେ ଧୀରେ ଅଭିବୃଦ୍ଧି ଘଟୁଛି ଏବଂ ଏହାର ଟେକ୍ନୋଲୋଜି ସେକ୍ଟର ମଧ୍ୟ ଗତ ୫ବର୍ଷ ଭିତରେ ଚାରିଗୁଣା ଅଭିବୃଦ୍ଧି ହାସଲ କରିଛି।
ଆମେରିକା ଅତ୍ୟଧିକ ଆମତ୍ସନ୍ତୋଷ ଲାଭକରିବା ହିଁ ତା’ ଅଭିବୃଦ୍ଧିରେ ଗ୍ରହଣ ଲଗେଇ ଦେଉଛି। ଆମେରିକାର ଉଭୟ ସରକାରୀ ଓ ବିରୋଧୀ ଦଳ ଯୁକ୍ତି ବାଢିଥାନ୍ତି ଯେ ଆମେରିକା ଋଣ କରି ସେହି ଅର୍ଥକୁ ମୁକ୍ତ ଭାବେ ଖର୍ଚ୍ଚ କରିବା ପ୍ରକ୍ରିୟା ଜାରି ରଖୁ। ସେଥିପାଇଁ ବିଶ୍ୱର ସର୍ବାଧିକ ଆକାଂକ୍ଷିତ ମୁଦ୍ରା ଭାବେ ଆମେରିକୀୟ ଡଲାରର ଅଦ୍ୱିତୀୟତା ଧନ୍ୟବାଦାର୍ହ । କୋଭିଡ୍‌-୧୯ ମହାମାରୀ ସହ ଲଢ଼ିବା ପାଇଁ ୨୦୨୦ରେ ଆମେରିକାର ସରକାରୀ ଋଣ ପରିମାଣ ମୋଟ ଆଭ୍ୟନ୍ତରୀଣ ଉପତ୍ାଦ (ଡିଡିପି)ର ୧୦୯ ପ୍ରତିଶତରୁ ୧୩୧ ପ୍ରତିଶତକୁ ବୃଦ୍ଧି ଘଟିଥିଲା ଯାହାକି ବିକଶିତ ବିଶ୍ୱର ହାରାହାରି ପରିମାଣଠାରୁ ବହୁ ଅଧିକ ଥିଲା।
ଆମେରିକାର ସଂଘୀୟ ସରକାର ଏବଂ କର୍ପୋରେଶନଗୁଡ଼ିକ ଏବେ ଅତ୍ୟଧିକ ଋଣ ଭାରରେ ବୁଡ଼ି ରହିଛନ୍ତି । ଏଣୁ ସେମାନେ ପୁନଶ୍ଚ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବେ ବୋଲି କେବେ ବି କଳ୍ପନା କରିହେଉନାହିଁ। ୨୦୧୦ରେ ଅବଶିଷ୍ଟ ବିଶ୍ୱ ପାଖରେ ଆମେରିକାର ଋଣ ଭାର ୨.୫ ଟ୍ରିଲିୟନ ଡଲାର ଥିଲା। ଏହା ସେତେବେଳେ ତା’ ଜିଡିପିର ୧୭ପ୍ରତିଶତ ସହ ସମାନ ଥିଲା। ୨୦୨୦ର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଦାୟ ପରିମାଣରେ ଅଭିବୃଦ୍ଧି ଘଟି ୧୦ ଟ୍ରିଲିୟନ ଡଲାରରେ ପହଞ୍ଚତ୍ଥିଲା, ଯାହାକି ଆମେରିକା ଜିଡିପିର ୫୦ ପ୍ରତିଶତରୁ ବି ଅଧିକ। ଏହାକୁ ଅର୍ଥନୀତିର ଏରୁଣ୍ଡିବନ୍ଧର ସୀମା ବୋଲି ଅଭିହିତ କରାଯାଇଥାଏ ଏବଂ ଅତୀତରେ ମଧ୍ୟ ଏଭଳି କାରଣରୁ ଆମେରିକାରେ ମୁଦ୍ରା ସଙ୍କଟ ଦେଖାଦେଇଥିଲା। ସଂପ୍ରତି ଏହି ଦାୟ ପରିମାଣ ୧୪ ଟ୍ରିଲିୟନ ଡଲାରରେ ପହଞ୍ଚତ୍ ସାରିଲାଣି, ଯାହାକି ଆମେରିକା ଜିଡିପିର ୬୭ ପ୍ରତିଶତ।
ବିଶ୍ୱାସ କରାଯଏ ଯେ ଆମେରିକୀୟ ଉପଭୋକ୍ତାମାନେ କୋଭିଡ୍‌-୧୯ ମହାମାରୀ ଅପସରିଗଲା ପରେ ମୁକ୍ତ ଭାବେ ଅର୍ଥ ବ୍ୟୟ କରିବେ ଯାହାକି ଆମେରିକାରେ ଏକ ନୂତନ ଅର୍ଥନୈତିକ ସମ୍ଭାବନା ସୃଷ୍ଟି ହେବ। ଏହା ମଧ୍ୟ ଆର୍ଥିକ କ୍ଷେତ୍ରରେ ସୂର୍ଯ୍ୟୋଦୟ ଘଟାଇବ। ହେଲେ ଏ ପର୍ଯ୍ୟନ୍ତ ଆମେରିକୀୟ ଉପଭୋକ୍ତାମାନେ ସେମାନଙ୍କ ଅର୍ଥର ପ୍ରମୁଖ ଅଂଶକୁ ଋଣ ପରିଶୋଧ କ୍ଷେତ୍ରରେ କିମ୍ବା ଶେୟାର କାରବାରରେ ବିନିଯୋଗ କରୁଛନ୍ତି।
ବିଶ୍ୱ ଅର୍ଥନୀତିରେ ଚାଇନାର ଅଭ୍ୟୁଦୟ ଓ କ୍ରମବର୍ଦ୍ଧିଷ୍ଣୁ ଭାଗୀଦାରି ମୁଖ୍ୟତଃ ୟୁରୋପ ଓ ଜାପାନର ମୂଲ୍ୟ ବିନିମୟରେ ହିଁ ସମ୍ଭବପର ହୋଇପାରିଛି। ଅନେକ ଆମେରିକୀୟ ବିଶ୍ୱାସ କରନ୍ତି ଯେ ଚାଇନା ଆମେରିକାକୁ ଟପି ବିକାଶର ରାଜରାସ୍ତାରେ ଖୁବ୍‌ ଶୀଘ୍ର ଆଗକୁ ବଢ଼ିଯିବ। ହେଲେ ସେମାନେ ଜାଣିପାରୁନାହାନ୍ତି ଯେ, ଚାଇନା ଉପରେ ମଧ୍ୟ ଏକ ବିରାଟ ଋଣର ବୋଝ ରହିିଛି।
ଆମେରିକା ଆଗକୁ ଏକ ମଧ୍ୟମ ସ୍ତରର ଦଶନ୍ଧି ଦେଇ ଗତି କରିବାକୁ ଯାଉଛି ବୋଲି ପ୍ରତୀୟମାନ ହେଉଥିଲେ ମଧ୍ୟ ନିକଟ ଅତୀତର ଦ୍ରୁତ ଉତ୍ଥାନର ବୋଝରେ ଭାରାକ୍ରାନ୍ତ ହୋଇ ନଇଁପଡ଼ିବ ବୋଲି ବିଶ୍ୱାସ କରାଯାଉଛି। ଅନ୍ୟ ମାର୍କେଟ ତୁଳନାରେ ଆମେରିକାର ଷ୍ଟକ୍‌ ମାର୍କେଟ ୧୦୦ବର୍ଷ ମଧ୍ୟରେ ଶୀର୍ଷ ସ୍ଥାନରେ ପହଞ୍ଚତ୍ ପାରିଛି। ଅର୍ଥନୈତିକ ମୂଲ୍ୟାୟନ ଏକ ନୂତନ ଆଶା ସଂଚାର କରିପାରିଛି। ଆମେରିକାର ଅପ୍ରତ୍ୟାଶିତ ସଫଳତାର ଏକ ଦଶନ୍ଧି ପରେ ଏକାଧିକ ଅର୍ଥନୈତିକ ବିଶ୍ଳେଷକ ଆମେରିକା ପାଇଁ ଆଗକୁ ଠିକ୍‌ ସେହିପରି ଭଲ ସମୟ ଆସିବ ବୋଲି କଳନା କରିଛନ୍ତି। ଏହା ‘ଆମେରିକାର ଦଶନ୍ଧି’ ହେବ ବୋଲି ମଧ୍ୟ ଭବିଷ୍ୟବାଣୀ କରାଯାଇଛି। ହେଲେ ‘ସମୟ’ ହିଁ ଠିକ୍‌ ଭାବେ ଏ ପ୍ରଶ୍ନର ଉତ୍ତର ଦେଇପାରିବ।
ନୟାପଲ୍ଲୀ, ଭୁବନେଶ୍ୱର
ମୋ- ୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri