କାବୁଲରେ ତାଲିବାନ

ତାଲିବାନ ଅଗଷ୍ଟ ୧୫ରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଅକ୍ତିଆର କରି ରାଷ୍ଟ୍ରପତି ଭବନକୁ ହାତକୁ ନେଇଯିବା ପରେ ଦେଶର ନାଗରିକ ପୁଣି ଭିନ୍ନ ଏକ ଯୁଗକୁ ଠେଲି ହୋଇଯାଇଛନ୍ତି। ଆମେରିକା ଓ ପାଶ୍ଚାତ୍ୟ ସେନା ଆଫଗାନିସ୍ତାନରୁ ଅପସରି ଯିବା ପରେ ଯୁଦ୍ଧ ଶେଷ ହେଲା ବୋଲି ତାଲିବାନ ଘୋଷଣା କରିଛି। ଇତିମଧ୍ୟରେ ରାଷ୍ଟ୍ରପତି ଅଶ୍ରଫ୍‌ ଘନି ଦେଶ ଛାଡ଼ି ପଳାଇ ଯାଇଛନ୍ତି। ଅନ୍ୟପକ୍ଷରେ ତାଲିବାନର ପରିଚିତ ଚେହେରା ତଥା ରାଜନୈତିକ ମୁଖ୍ୟ ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହେବେ ବୋଲି କୁହାଗଲାଣି। ଏଭଳି ସ୍ଥଳେ ଆଫଗାନିସ୍ତାନ ନାଗରିକଙ୍କ ଦୁଃଖ ବହୁଗୁଣ ବଢ଼ିଯିବା ସ୍ବାଭାବିକ।
ଏହି ପରିପ୍ରେକ୍ଷୀରେ ଇତିହାସକୁ ଦେଖିଲେ ଆମେରିକାର ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଓ ଓ୍ବାଶିଂଟନ୍‌ ଡିସିସ୍ଥିତ ଆମେରିକାର ପ୍ରତିରକ୍ଷା କାର୍ଯ୍ୟାଳୟ ‘ପେଣ୍ଟାଗନ’ ଉପରେ ଓସାମା ବିନ୍‌ ଲାଡେନଙ୍କ ନେତୃତ୍ୱରେ ଅଲ୍‌-କାଏଦା ୧୧ ସେପ୍ଟେମ୍ବର ୨୦୦୧ରେ ଉଡ଼ାଜାହାଜରେ ଆକ୍ରମଣ କରିଥିଲା। ୯/୧୧ ଭାବେ ପ୍ରସିଦ୍ଧ ଏହି ଦିବସ ଆମେରିକାକୁ ଥରହର କରିଦେଇଥିଲା। ଏହି ଆକ୍ରମଣରେ ୨,୯୭୭ ଲୋକଙ୍କର ପ୍ରାଣହାନି ଘଟିଥିଲା। ଏହା କେବଳ ଆମେରିକା ନୁହେଁ, ପାଶ୍ଚାତ୍ୟ ସମାଜକୁ ମୁସଲ୍‌ମାନ ଜଗତ ପ୍ରତି ଭୟ ସୃଷ୍ଟି କରିଥିଲା। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ୨ୟ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ସହଯୋଗୀ ଦେଶଗୁଡ଼ିକ ସହ ମିଶି ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲେ। ସେତେବେଳର ଆକ୍ରମଣର କାରଣ ଦର୍ଶାଇବାକୁ ଯାଇ କୁହାଯାଇଥିଲା ଯେ, ୧୯୯୬ ମସିହାଠାରୁ ଆଫଗାନିସ୍ତାନ ଉପରେ ଶାସନ କରୁଥିବା ତାଲିବାନ ଗୋଷ୍ଠୀ ଦ୍ୱାରା ଅଲ୍‌-କାଏଦା ଏବଂ ତା’ର ନେତା ଓସାମା ବିନ୍‌ ଲାଡେନଙ୍କୁ ସମର୍ଥନ ଓ ସୁରକ୍ଷା ଦିଆଯାଉଛି। ମୁଲ୍ଲା ଉମାରଙ୍କ ନେତୃତ୍ୱରେ ପରିଚାଳିତ ଆଫଗାନିସ୍ତାନର ତାଲିବାନ ସରକାର ସେତେବେଳର ଆକ୍ରମଣକୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲା। ଅଧିକାଂଶ ସହରାଞ୍ଚଳକୁ ଛାଡ଼ି ସବୁ ତାଲିବାନ ଯୋଦ୍ଧା ଉପାନ୍ତ ଅଞ୍ଚଳକୁ ଖସି ପଳାଇଥିଲେ। ପରବର୍ତ୍ତୀ ସମୟରେ ମୁଲ୍ଲା ଉମାରଙ୍କୁ ଠାବ କରାଯାଇପାରି ନ ଥିଲା। ପାକିସ୍ତାନର ଆବଟ୍ଟାବାଦଠାରେ ଲୁଚି ରହିଥିବା ଓସାମାଙ୍କୁ ୨୦୧୧ରେ ଆମେରିକାର ନେଭି ସିଲ୍‌ ହତ୍ୟା କରିଥିଲା। ଇତିମଧ୍ୟରେ ଆଫଗାନିସ୍ତାନର ଅନେକ କଥା ଉପର ତଳ ହୋଇଯାଇଛି। ସେଠାରେ ବଞ୍ଚିଥିବା ନାଗରିକଙ୍କ ପାଇଁ ସବୁବେଳେ ଦୁଃଖ ଓ କଷ୍ଟ ଲାଗିରହିଥିବା ଭଳି ବାହାରୁ ଜଣାପଡ଼େ।
ଏଠାରେ ତାଲିବାନ ବିରୋଧରେ ଅନେକ କଥା କହିବା ଭଳି ଅଛି। ସେମାନଙ୍କର ଇସ୍‌ଲାମୀୟ ଜେହାଦୀ ମନୋଭାବକୁ ବିଶେଷକରି ମହିଳା, ଶିଶୁ ଓ ବୃଦ୍ଧଙ୍କ ପାଇଁ କୌଣସି ସାମାଜିକ ସମ୍ମାନ କିମ୍ବା ସ୍ଥାନ ରଖାଯାଇ ନାହିଁ। ଅପରପକ୍ଷରେ ଆମେରିକା ଓ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସହିତ ମିଶିଥିବା ତଥାକଥିତ ସରକାର ଓ ତା’ର ସେନା ଏବଂ ପୋଲିସର କାର୍ଯ୍ୟକଳାପ ମଧ୍ୟ କୌଣସି ଭାବେ ଊଣା ନୁହେଁ। ଉଦାହରଣ ସ୍ବରୂପ ‘ବଚ୍ଚାବାଜି’କୁ ଦେଖାଯାଇପାରେ। ସୈନ୍ୟବାହିନୀର କର୍ତ୍ତୃପକ୍ଷ, ପୋଲିସବାଲା ଏବଂ ଆଫଗାନିସ୍ତାନର ପୂର୍ବତନ ସରକାରକୁ ସମର୍ଥନ କରୁଥିବା ଅଣଆନୁଷ୍ଠାନିକ ସଶସ୍ତ୍ର ବାହିନୀର ସଦସ୍ୟମାନେ ଅଳ୍ପ ବୟସ୍କ ସୁନ୍ଦର ପୁଅପିଲାଙ୍କୁ ଯୌନ ଅତ୍ୟାଚାର କରୁଥିଲେ। ଏହି ଅସ୍ବାଭାବିକ ଅନ୍ୟାୟ ପ୍ରତି ପାଶ୍ଚାତ୍ୟ ମିଳିତ ସେନାର କୌଣସି ଅଧିକାରୀ ସ୍ବର ଉତ୍ତୋଳନ କରୁ ନ ଥିଲେ। ଭାରତରେ ଆମେ ସାଧାରଣତଃ ପାଶ୍ଚାତ୍ୟ ଗଣମାଧ୍ୟମର ମତ ଦ୍ୱାରା ପ୍ରଭାବିତ ହୋଇଥାଉ। ସେଥିପାଇଁ ବଚ୍ଚାବାଜି ଭଳି ଜଘନ୍ୟ ସାମାଜିକ ପ୍ରଥାକୁ ଭାରତୀୟମାନେ ଦୃଷ୍ଟି ପକାନ୍ତି ନାହିଁ।
ବର୍ତ୍ତମାନକୁ ଦେଖିଲେ ତାଲିବାନର ପୁନର୍ଜନ୍ମ ଏକ ନୂଆ ବିପଦ ସୃଷ୍ଟି କରିପାରେ। କାରଣ ପ୍ରଥମେ ତାଲିବାନ ଏବଂ ପରବର୍ତ୍ତୀ ସମୟରେ ଇସ୍‌ଲାମିକ୍‌ ଷ୍ଟେଟ୍ସ (ଆଇଏସ୍‌)ର ପତନ ପରେ, ବିଶ୍ୱବ୍ୟାପୀ, ଇସ୍‌ଲାମୀୟ ଆତଙ୍କବାଦରେ ହ୍ରାସ ଘଟିଛି। ଆତଙ୍କବାଦ ବିରୋଧରେ ବିଧିବଦ୍ଧ ଲଢ଼େଇ ଆରମ୍ଭ ହେଲା ୯/୧୧ ପରେ। ଏହାର ପ୍ରଥମ ପ୍ରତୀକ ଥିଲା ତାଲିବାନ ବିରୋଧୀ ଅଭିଯାନ। ଆମେରିକାର ଦୀର୍ଘ ଦୁଇ ଦଶନ୍ଧିର ଉପସ୍ଥିତି ସତ୍ତ୍ୱେ ଏବେ ତାଲିବାନ ବଞ୍ଚିରହିବା ଓ ପୁନର୍ବାର ଆଫଗାନିସ୍ତାନକୁ ଅକ୍ତିଆର କରିବା ବିଭିନ୍ନ ଅନ୍ତର୍ଜାତୀୟ ସଙ୍କେତ ଦେଇପାରେ। ତାଲିବାନ ଦ୍ୱାରା ପ୍ରୋତ୍ସାହିତ ନୂଆ ଆତଙ୍କବାଦୀ ଇସ୍‌ଲାମୀୟ ସଙ୍ଗଠନ ଗଢ଼ିଉଠିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାଦ୍ୱାରା କେବଳ ପାଶ୍ଚାତ୍ୟ ରାଷ୍ଟ୍ର ନୁହେଁ, ଆଫଗାନିସ୍ତାନର ପଡ଼ୋଶୀ ଦେଶଗୁଡ଼ିକ ପ୍ରବଳ ମାତ୍ରାରେ ପ୍ରଭାବିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri