ମାସେ ପରେ ମଧ୍ୟ ମୃତ୍ୟୁ ଉପରୁ ହଟିନି ରହସ୍ୟ

ପାରଳାଖେମୁଣ୍ଡି,୧୨ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ଶୁକ୍ରବାର ମାସେ ପୂରିବ। ହେଲେ ଏ ଯାଏ ପୋଲିସ ସୌମ୍ୟଙ୍କ ଦେହରେ କିଭଳି ନିଆଁ ଲାଗିଲା ତାହା ସ୍ପଷ୍ଟ କରିପାରି ନାହିଁ। ଅନ୍ୟପକ୍ଷେ ନ୍ୟାୟ ପାଇଁ ସୌମ୍ୟଙ୍କ ପରିବାର ଲୋକେ ଚାହିଁ ରହିଛନ୍ତି। ଘଟଣାର ତଦନ୍ତ ପାଇଁ ପୋଲିସ ସୌମ୍ୟଙ୍କ ଘର ବାଲେଶ୍ୱର ଜିଲା ଖଇରା, ଶ୍ୱଶୁର ଘର ମୟୂରଭଞ୍ଜ ଜିଲା କପ୍ତିପଦା ଓ ସ୍ତ୍ରୀ ବିଦ୍ୟାଭାରତୀ ପଢୁଥିବା ବଲାଙ୍ଗୀର ଜିଲାକୁ ଯାଇ ତଦନ୍ତ କରିଛି। ଏପର କି ପାରଳାଖେମୁଣ୍ଡି ଡିଏଫଓଙ୍କୁ ମଧ୍ୟ ପଚରାଉଚୁରା କରିଛି। ଏସବୁ ସତ୍ତ୍ୱେ ପୋଲିସ ସୌମ୍ୟଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରି ନ ଥିବାରୁ ତଦନ୍ତକୁ ନେଇ ସୌମ୍ୟଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ ସମୟରେ ଗଜପତି ଏସ୍‌ପି ଥିବା ତପନ କୁମାର ପଟ୍ଟନାୟକ ଗତମାସରେ ଅବସର ଗ୍ରହଣ କରିଛନ୍ତି। ବର୍ତ୍ତମାନ ଏସ୍‌ପିଙ୍କ ଦ୍ୱାୟିତ୍ୱରେ ଥିବା ବାମଦେବ ସିଂ ସୌମ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛନ୍ତି। ଟେକ୍ନିକାଲ ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖ ରାତିରେ ସ୍ତ୍ରୀଙ୍କ ସହ ଥିବା ବେଳେ ପୋଡ଼ି ଯାଇଥିଲେ ସୌମ୍ୟ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରେ ବ୍ରହ୍ମପୁର ବଡ଼ ମେଡିକାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ୧୩ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କୁ ଯୋଜନାବଦ୍ଧ ଭାବେ ପୋଡ଼ି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଘଟଣା ପରେ ପୋଲିସ, ସାଇଣ୍ଟିଫିକ୍‌ ତଦନ୍ତ କରିଛି। ଏପରିକି କ୍ରାଇମ୍‌ବ୍ରାଞ୍ଚ ଟିମ ମଧ୍ୟ ପାରଳାଖେମୁଣ୍ଡିକୁ ଯାଇ ପୋଲିସକୁ ତଦନ୍ତରେ ସହଯୋଗ କରିଛି। ୩୦ ଦିନ ଭିତରେ ବିଦ୍ୟାଭାରତୀଙ୍କୁ ତାଙ୍କ ବାଘଘରେ ପୋଲିସ ୨ ଥର ଜେରା କରିଛି। ତାଙ୍କ ସହ ମାମଲାରେ ପକ୍ଷଭୁକ୍ତ ଥିବା ଗଜପତି ଡିଏଫଓ, ରୋଷେୟା ଓ ଗୁରାଣ୍ଡି ଥାନା ଆଇଆଇସି, ବଲାଙ୍ଗୀର ଯାଇଥିବା କାର୍‌ ଡ୍ରାଇଭରଙ୍କୁ ବି ଜେରା ହୋଇସାରିଛି। ତଥାପି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri