ପରଦାରେ ଯୋଡ଼ି ଥିଲା ସୁପରହିଟ୍‌; ହେଲେ ଏହି ସାମାନ୍ୟ କଥାକୁ ନେଇ ଅକ୍ଷୟ କୁମାରଙ୍କ ମୁହଁ ଦେଖିବାକୁ ଚାହୁଁ ନ ଥିଲେ ସୁନିଲ ସେଟ୍ଟୀ…

ବମ୍ବେ: ଏକ ସମୟରେ ପରସ୍ପରର ଭଲ ବନ୍ଧୁ ଥିଲେ ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀ-ଅକ୍ଷୟ କୁମାର। ପରଦାରେ ଉଭୟଙ୍କ ଯୋଡ଼ି ସୁପରହିଟ୍‌ ହୋଇଥିଲା। ‘ମୋହରା’, ‘ହେରାଫେରି’, ‘ଫିର ହେରା ଫେରି’, ‘ଧଡକନ୍‌’, ‘ଦିବାନେ ହୁଏ ପାଗଲ’, ‘ସପୁତ’ ଭଳି ଫିଲ୍ମରେ ଦୁହେଁ ଏକାଠି କାମ କରିଥିଲେ। ସବୁ ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଭୁଲ ବୁଝାମଣା ଯୋଗୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

୧୯୯୪ରେ ଫିଲ୍ମ ‘ମୋହରା’ରେ ସୁନିଲ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ଅକ୍ଷୟ ମଧ୍ୟ ଥିଲେ। ଏହା ବକ୍ସଅଫିସରେ ଜବରଦସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏଭଳି ସଫଳତା ପରେ ଦୁହେଁ ଏକାଧିକ ଫିଲ୍ମରେ ନଜର ଆସିଥିଲେ। ୨୦୦୨ରେ ‘ହେରାଫେରି’ରେ ପରେଶ ରାଓ୍ବଲଙ୍କ ସହ ଉଭୟ କଳାକାର ନଜର ଆସିଥିଲେ। ସମସ୍ତଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନରେ ଛାପ ଛାଡ଼ିଥିଲା। ହେଲେ ଫିଲ୍ମ ବେଳେ ଉଭୟଙ୍କ ମଧ୍ୟରେ ମତଭେଦର ଖବର ଶୁଣିବାକୁ ମିଳିଥିଲା। ଅକ୍ଷୟ ଫିଲ୍ମରେ ତାଙ୍କ ସିନ୍‌ କାଟି ଦେଇଥିବା ସୁନିଲଙ୍କୁ ଲାଗିଥିଲା। ଏଥିରେ ସେ ଏତେ ଖପ୍ପା ହୋଇଥିଲେ ଯେ ଅକ୍ଷୟଙ୍କୁ ମୁହଁ ଦେଖିବାକୁ ଚାହୁଁ ନ ଥିଲେ।

ଏକ ସାକ୍ଷାତକାରରେ ସୁନିଲ ଅକ୍ଷୟକୁ ଜଣେ ଖରାପ ସହ ଅଭିନେତା ବୋଲି କହିଥିଲେ। ଯେତେବେଳେ ସୁନିଲ ଏଭଳି କହିଥିବା ଅକ୍ଷୟ ଜାଣିଥିଲେ ସେ ତୁରନ୍ତ ଅଭିନେତାଙ୍କୁ ଫୋନ କରିଥିଲେ। ଏହି ସମୟରେ ସେ ତାଙ୍କର କୈାଣସି ଦୃଶ୍ୟ କାଟି ନ ଥିବା ବୁଝାଇଥିଲେ। ସେତେବେଳେ ସୁନିଲ ନିଜର ଭୁଲ ବୁଝିପାରି ଥିଲେ। ଫଳରେ ସେମାନେ ପୂର୍ବଭଳି ବନ୍ଧୁ ହୋଇଥିଲେ। ତେବେ ଆଜି ହେଉଛି ସୁନିଲ ସେଟ୍ଟୀଙ୍କ ହାପି ବର୍ଥ ଡେ। ଏହାକୁ ନେଇ ଅଭିନେତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri