Posted inଖେଳ

ମହିଳା ହକି ଇତିହାସରେ ଭାରତକୁ ଶ୍ରେଷ୍ଠ ମାନ୍ୟତା

ନୂଆଦିଲ୍ଲୀ,୩।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ସୋମବାର ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ଇତିହାସରେ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି। ଏଭଳି ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆର ର଼୍ୟାଙ୍କିଙ୍ଗ୍‌ରେ ଆସିଛି ଉଲ୍ଲେଖନୀୟ ଉନ୍ନତି। ପୂର୍ବରୁ ମହିଳା ଦଳଗତ ର଼୍ୟାଙ୍କିଙ୍ଗ୍ସରେ ୧୦ମ ସ୍ଥାନରେ ଥିଲା ରାନୀ ରାମପାଲଙ୍କ ଭାରତୀୟ ଦଳ। ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟ ପରେ ଭାରତ ୭ମ ସ୍ଥାନକୁ ଉଠିଛି। ଏହା ଦର୍ଶାଇଛି ଏଫ୍‌ଆଇଏଚ୍‌ (ବିଶ୍ୱ ହକି ଫେଡେରେଶନ) ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ମହିଳା ଦଳଗତ ର଼୍ୟାଙ୍କିଙ୍ଗ୍ସ। ବିଶ୍ୱ ମହିଳା ହକି ଇତିହାସରେ ଏହା ଭାରତୀୟ ଦଳର ଶ୍ରେଷ୍ଠ ମାନ୍ୟତା। ଟିମ୍‌ ଇଣ୍ଡିଆ ପାଖରେ ଏବେ ୧୮୫୭.୩୩୮ ପଏଣ୍ଟ ରହିଛି।

ଅନ୍ୟପକ୍ଷରେ ଭାରତ ଠାରୁ ପରାଜୟ ସହ ଟୋକିଓ ଅଲିମ୍ପିକ୍ସରୁ ବିଦାୟ ନେଇଥିବା ଅଷ୍ଟ୍ରେଲିଆ ତଳକୁ ଖସିଛି। ଗୋଟିଏ ସୋପାନ ତଳକୁ ଖସି ୩ୟ ସ୍ଥାନରେ ପହଞ୍ଚିଛି ଅଷ୍ଟ୍ରେଲିଆ।

ଭାରତୀୟ ଦଳ ବୁଧବାର ଖେଳାଯିବାକୁ ଥିବା ସେମିଫାଇନାଲରେ ନୂଆ କରି ଦ୍ୱିତୀୟ ମାନ୍ୟତା ପାଇଥିବା ଆର୍ଜେଣ୍ଟିନାକୁ ଭେଟିବ। ଏହି ଦଳ ତା’ର କ୍ୱାର୍ଟର ଫାଇନାଲରେ ଜର୍ମାନୀକୁ ୩-୦ରେ ହରାଇଥିଲା। ଆର୍ଜେଣ୍ଟିନା ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

IIT ହାଇଦ୍ରାବାଦରେ ଇତିହାସ: ଛାତ୍ରଙ୍କୁ ମିଳିଲା ୨.୫ କୋଟି ଟଙ୍କାର ଚାକିରି ଅଫର୍

ନୂଆଦିଲ୍ଲୀ,୨।୧: ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (IIT), ହାଇଦ୍ରାବାଦର ଜଣେ ଛାତ୍ର ଏକ ବିରାଟ ସଫଳତା ହାସଲ କରିଛନ୍ତି। କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂର ଅନ୍ତିମ ବର୍ଷର...

ପୁରୀ ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ, ନାବାଳକ ମୃତ

ପୁରୀ, ୨/୧( ଅଜିତ୍ କୁମାର ମହାନ୍ତି ): ସକାଳୁ ସକାଳୁ ବଡ଼ଦାଣ୍ଡରେ ଦୁର୍ଘଟଣା । ଶୁକ୍ରବାର ପୂର୍ବାହ୍ନରେ ପୁରୀ ବଡ଼ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ...

୨୦୨୬ରେ ୩ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବେ ବିରାଟ! ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହେବ ଆରମ୍ଭ!

ନୂଆଦିଲ୍ଲୀ,୨।୧: ୨୦୨୫ ମସିହାରେ ବିରାଟ କୋହଲିଙ୍କ ପାଇଁ ବହୁତ କିଛି ଘଟିଥିଲା। ସେ ଏପରି କିଛି ସଫଳତା ହାସଲ କରିଥିଲେ ଯାହା ସେ ଏପର୍ଯ୍ୟନ୍ତ ପାଇ...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ଭାରତରେ ବ୍ୟାପିଲା ବାର୍ଡ ଫ୍ଲୁ ସଂକ୍ରମଣ; ଏହିସବୁ ରାଜ୍ୟରେ ଜାରି ହେଲା ସତର୍କତା

ନୂଆଦିଲ୍ଲୀ,୨।୧: କେରଳର ଆଲପୁଜା ଏବଂ କୋଟାୟମ ସମେତ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ୱର ମାମଲା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

ଉମର ଖଲିଦ୍‌ଙ୍କୁ ଚିଠି ଲେଖିଲେ NYC ମେୟରଙ୍କ ସମେତ ୮ ଆମେରିକୀୟ ସାଂସଦ, ଭାରତକୁ କଲେ ବଡ ଅପିଲ୍

ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍‌ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri