ଏଇ ଭାରତରେ

ଘର ଅଗଣାଠାରୁ ଛାତ, ଯୁଆଡ଼େ ଚାହିଁବ ପରିବା ଓ ଫୁଲ। ଏମିତି ଏକ ଅର୍ବାନ ଗାର୍ଡେନ୍‌ ବା ସହରୀ ବଗିଚା କରିଛନ୍ତି ବିହାର ରାଜ୍ୟ ଔରଙ୍ଗାବାଦର ଗଣେଶ କୁଲ୍‌କର୍ଣ୍ଣି। ପେସାରେ ସେ ଜଣେ ଲାଇବ୍ରେରିଆନ। ସେ ତାଙ୍କ ଘରେ ୪୦୦ କୁଣ୍ଡରେ ଏହି ବଗିଚା କରିଛନ୍ତି। ସେଥିରେ ୨୦୦ ପ୍ରକାର ପରିବା ଫଳାଉଛନ୍ତି। ୮୦୦ ବର୍ଗଫୁଟ ଅଗଣା ଓ ଛାତରେ ୫ ପ୍ରକାର ଲାଉ, ଟମାଟୋ, କଖାରୁ, ପୋଇ, ଲଙ୍କା, ଅଦାଠାରୁ ଆରମ୍ଭ କରି ପିଆଜ, ରସୁଣ, କୋବି ଆଦି ଚାଷ କରିଥାଆନ୍ତି। ପ୍ରତି ୧୫ ଦିନରେ ବିଭିନ୍ନ ପ୍ରକାର ପରିବା ଗଛ ଲଗାନ୍ତି। ବଗିଚାରୁ ଯାହା ପରିବା ମିଳେ, ତାହା ୪ଟି ପରିବାରର ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ ବୋଲି କହନ୍ତି ଗଣେଶ। ସେ ପ୍ରୋ-ବ୍ୟାଗ୍‌ ବ୍ୟତୀତ ସ୍ଥାୟୀ କୁଣ୍ଡ ବ୍ୟବହାର କରୁଛନ୍ତି। ପାଚେରି ଓ ଘର କାନ୍ଥରେ ବି କୁଣ୍ଡ କରିଛନ୍ତି। ନିଜେ ଜିଆଖତ ପ୍ରସ୍ତୁତ କରି ଏଥିରେ ଉପଯୋଗ କରୁଛନ୍ତି। ଅଗଣାରେ ବଗିଚା କରି ପରିବା ଚାଷ ସହ ଲୋକମାନଙ୍କୁ ହ୍ବାଟ୍ସଆପ୍‌ ଗ୍ରୁପ୍‌ ମାଧ୍ୟମରେ ଯୋଡୁଛନ୍ତି। ୧୦ ଗ୍ରୁପ୍‌ରେ ଏବେ ୧,୫୦୦ ଲୋକ ଯୋଡ଼ିହୋଇ ଏଭଳି ବଗିଚା କରିଛନ୍ତି। ଗଣେଶ ମଧ୍ୟ ‘ଗ୍ରୀନ୍‌ ଟ୍ରଷ୍ଟ’ ଏନ୍‌ଜିଓ ଗଠନ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇଛନ୍ତି। ସ୍ବେଚ୍ଛାସେବୀଙ୍କ ସହାୟତାରେ ଏବେ ସୁଦ୍ଧା ସେ ବିଭିନ୍ନ କଲେଜ ହତାରେ ୧୫୦୦ ଚାରା ରୋପଣ କରିସାରିଲେଣି। ଏହି ଅଭିଯାନ ଔରଙ୍ଗାବାଦ ବ୍ୟତୀତ ଅନ୍ୟ ସହରକୁ ସମ୍ପ୍ରସାରଣ କରିବାକୁ ଗଣେଶ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri