ଗ୍ରାହକଙ୍କ ବିଶ୍ୱାସ ଲୋକପ୍ରିୟ ବ୍ରାଣ୍ଡ୍‌ କରିଛି

ଏଲ୍‌ଜି ପାଇଁ ଓଡ଼ିଶା ବଜାର କିଭଳି ଗୁରୁତ୍ୱ ରଖୁଛି?
ସାରା ଦେଶରେ ଆମର କାରବାର ବେଶ୍‌ ଭଲ ରହିଛି। ପ୍ରମୁଖ ବ୍ୟବସାୟ କ୍ଷେତ୍ର ମଧ୍ୟରେ ଓଡ଼ିଶା ବଜାର ଅନ୍ୟତମ। ଏଠାରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବ୍ୟବସାୟ ନେଟଓ୍ବର୍କ ଦୃଢ଼ କରିଛୁ। ବିଭିନ୍ନ ପଦକ୍ଷେପ ଦ୍ୱାରା ବ୍ୟବସାୟକୁ ସର୍ବାଧିକ ଗୁରୁତ୍ୱ ଦେଉଛୁ। ଏକକ ନୀତି ଯୋଗୁ ଏଲ୍‌ଜି ଏକ ନମ୍ବର କଞ୍ଜ୍ୟୁମର ପ୍ରଡକ୍ଟ ଯୋଗାଣକାରୀ ହୋଇପାରିଛି। ଓଡ଼ିଶାରେ ଏକ ମିଶ୍ରିତ ବଜାର ରହିଛି। ୩୦% ଲୋକ ସହରାଞ୍ଚଳ ଏବଂ ୭୦% ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି। ବଜାର ସର୍ଭେ ଦ୍ୱାରା ଲୋକଙ୍କ ଚାହିଦା ଅନୁଧ୍ୟାନ କରୁଛୁ। ପ୍ରତି ଓଡ଼ିଆଙ୍କ ଘରେ ଏଲ୍‌ଜି ପ୍ରଡକ୍ଟ ପହଞ୍ଚି ପାରିଛି। ପ୍ରଡକ୍ଟରେ ସୁଲଭତା ଦେଉଛୁ, ଯାହା ଗ୍ରାହକ ଆଦୃତି ପ୍ରଦାନ କରିପାରିଛି।
କୋଭିଡ୍‌୍‌କୁ କିଭଳି ସାମ୍ନା କରିଛନ୍ତି?
କୋଭିଡ୍‌-୧୯ ବ୍ୟବସାୟ କ୍ଷେତ୍ରକୁ ମାନ୍ଦାବସ୍ଥା ମଧ୍ୟକୁ ଠେଲି ଦେଇଛି। କାରବାରକୁ ଗତିଶୀଳ କରାଇବା ପାଇଁ ପ୍ରତିହତ ଯୋଜନା ହାତକୁ ନିଆଯାଇଛି। କର୍ମଚାରୀ ଏବଂ ସହଯୋଗୀଙ୍କୁ କୋଭିଡ୍‌ ସହାୟତା ଦିଆଯାଇଛି। ଚାହିଦାକୁ ଦେଖି ନୂଆ ଜ୍ଞାନକୌଶଳ ଏବଂ ସ୍ବତନ୍ତ୍ର ପ୍ରଡକ୍ଟ ପ୍ରସ୍ତୁତ ହେଉଛି। ସଙ୍କଟ ସ୍ଥିତି ବିଚାରକୁ ନେଇ ସମାଧାନ ପନ୍ଥା ଗ୍ରହଣ କରାଯାଇଛି। ପ୍ରଥମ ଲହରରେ ଗ୍ରାହକଙ୍କୁ ବୀମା ସୁବିଧା ଦେଇଥିଲୁ। କୋଭିଡ୍‌ ନିୟମକୁ ମାନି ସେବା ଯୋଗାଇଛୁ। ଦ୍ୱିତୀୟ ଲହରରେ ମେଡିକାଲ ସୁବିଧା ଓ ଡାକ୍ତରୀ ପରାମର୍ଶ ପ୍ରଦାନ କରାଯାଇଛି। ବିପଦ ସମୟରେ ଉଭୟ ଗ୍ରାହକ ଓ କର୍ମଚାରୀଙ୍କ ସହ କମ୍ପାନୀ ଛିଡ଼ା ହୋଇଛି।
ଜିଏସ୍‌ଟିକୁ କିଭଳି ଦେଖୁଛନ୍ତି?
ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆସିବା ପରେ ଅନେକ ସୁବିଧା ହେଉଛି। ସିଙ୍ଗଲ୍‌ ବିଲ୍‌ ବ୍ୟବସ୍ଥା ବେଶ୍‌ ସହାୟକ ହୋଇଛି। ପୂର୍ବର ସମସ୍ୟା ଆଉ ନାହିଁ। ବ୍ୟବସାୟ ଓ ଗ୍ରାହକଙ୍କ ମଧ୍ୟରେ ସ୍ବଚ୍ଛତା ଆସିଛି। ରାଜ୍ୟଗୁଡ଼ିକ ସ୍ତରରେ ଲାଗୁ ହେଉଥିବା ବହୁ ଟିକସ ଜିଏସ୍‌ଟିରେ ସାମିଲ ହେବାରୁ ଏକକ ଟିକସ ଲାଗୁ ହୋଇଛି। ବ୍ୟବସାୟ ବର୍ତ୍ତମାନ ସରଳ ଓ ସହଜ ହୋଇଛି।
ଅନ୍ୟ ବ୍ରାଣ୍ଡଠାରୁ ଏଲ୍‌ଜି କିଭଳି ଭିନ୍ନ?
ନୂଆ ପଦକ୍ଷେପ ଦ୍ୱାରା ପ୍ରତିଦ୍ୱନ୍ଦ୍ୱୀ ବ୍ରାଣ୍ଡଗୁଡ଼ିକଠାରୁ ଆଗରେ ରହିବାକୁ ଚେଷ୍ଟା ଜାରି ରହିଛି। ଷ୍ଟୋରରେ ଗ୍ରାହକଙ୍କ ଆବଶ୍ୟକତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ପ୍ରତି ଜିଲାରେ ସେବା କେନ୍ଦ୍ର ଏବଂ ନିର୍ଦ୍ଦିଷ୍ଟ ଜିଲାଗୁଡ଼ିକରେ ସର୍ଭିସ ସେଣ୍ଟର ସ୍ଥାପନ କରିଛୁ। ଗ୍ରାହକ ସନ୍ତୁଷ୍ଟି, ତତ୍କାଳ ସେବା ଏବଂ ବିକ୍ରି ପରବର୍ତ୍ତୀ ସେବାକୁ ଗୁରୁତ୍ୱ ଦେଇଆସିଛୁ।
ପାର୍ବଣରେ କିଛି ଯୋଜନା
ରଖିଛନ୍ତି କି?
୨୫ ବର୍ଷ ହେବ ଓଡ଼ିଶାରେ ସଫଳ ଭାବେ କାରବାର କରୁଛୁ। କୋଭିଡ୍‌ ସମୟରେ ସ୍ବତନ୍ତ୍ର ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଡିମାଣ୍ଡ ଅଧିକ ରହିଛି। ଲୋକମାନେ ଚାହଁୁଥିବା ପ୍ରଡକ୍ଟ କିଭଳି ପାଇପାରିବେ ତାକୁ ଧ୍ୟାନରେ ରଖାଯାଇଛି। ଓଡ଼ିଶାରେ ସାରା ବର୍ଷ ପର୍ବପର୍ବାଣି ରହୁଥିବାରୁ ବିଭିନ୍ନ ପଦକ୍ଷେପ ସହ ସ୍ବତନ୍ତ୍ର ଅଫର ସୁବିଧା କରାଯାଇଥାଏ। ବଜାର ସ୍ଥିତିକୁ ଦେଖି ବିଭିନ୍ନ ଅଫର ଡିଜାଇନ କରାଯିବାକୁ ଯୋଜନା ରଖାଯାଇଛି। ଏଠାରେ ୧୪ଟି ବ୍ରାଣ୍ଡ ଷ୍ଟୋର ଓ ୧୦୦୦ରୁ ଉର୍ଦ୍ଧ୍ୱ ଆଉଟଲେଟରେ ଗ୍ରାହକ କମ୍ପାନୀର ବିଭିନ୍ନ ସେବା ଲାଭ କରିପାରିବେ।
କର୍ମକ୍ଷେତ୍ର ପରିବାର ମଧ୍ୟରେ କେମିତି ସମନ୍ବୟ ରଖନ୍ତି?
ଜୀବନରେ ଅନେକ ପରୀକ୍ଷା ଆସିବ। ବିଭିନ୍ନ କାମ ପାଇଁ ସମୟ ବାହାର କରିବାକୁ ପଡ଼ିବ। କମ୍ପାନୀ କର୍ତ୍ତୃପକ୍ଷ ଓ ପରିବାରର ଲୋକଙ୍କ ସହଯୋଗ ଯୋଗୁ ସବୁ କାମ ଠିକ୍‌ ଭାବେ ହୋଇପାରୁଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ଅନେକ ଦାୟିତ୍ୱ ରହିଛି। ପରିବାର ଲୋକଙ୍କ ପାଇଁ କର୍ତ୍ତବ୍ୟ ରହିଛି। ସବୁ ଥିରେ ସମନ୍ବୟ ରଖିବାକୁ ଶତ ପ୍ରତିଶତ ଚେଷ୍ଟା ଜାରି ରଖିଛି।

-ସାକ୍ଷାତ୍‌କାର: ଅଭୟ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

ଭାରତୀୟ ରେଲଓ୍ବେର ନୂଆ ରେକର୍ଡ, ଯାହା ବ୍ରିଟେନ-ଋଷ କରିପାରିନଥିଲେ…

ନୂଆଦିଲ୍ଲୀ,୧୮।୧୨: ଦେଶର ଜୀବନରେଖା ଭାବେ ବିବେଚିତ ଭାରତୀୟ ରେଳବାଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଯାହା ବିଶ୍ୱର ପ୍ରମୁଖ ରେଳ ଶକ୍ତିଗୁଡ଼ିକୁ ମଧ୍ୟ ପଛରେ...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ଅତିରଞ୍ଜିତ କରି ଏମିତି କଥା କହିଲେ ଟ୍ରମ୍ପ, ମୁଣ୍ଡରେ ହାତ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଦେଶକୁ ସମ୍ବୋଧିତ କରି ସେ କହିଛନ୍ତି, ତାଙ୍କର ନିଷ୍ପତ୍ତି ଏବଂ...

ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର, ଆଉ ଭିଡ଼ରେ ଅଟକିବନି ଆମ୍ବୁଲାନ୍ସ

ଭୁବନେଶ୍ବର,୧୮।୧୨: ଆଉ ଭିଡରେ ଫସିବନି ଆମ୍ବୁଲାନ୍ସ । ଏନେଇ ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିବା ନେଇ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।...

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri