Odisha Elections 2024
Posted inଫୁରସତ

ପରିତ୍ୟକ୍ତ ମାସ୍କରେ ସୁନ୍ଦର ଗାଉନ୍‌

କରୋନା ମହାମାରୀ ସମୟରେ ମାସ୍କର ଗୁରୁତ୍ୱ କେତେ ତାହା ସମସ୍ତେ ଜାଣନ୍ତି। ତେବେ ଏହାର ବହୁଳ ବ୍ୟବହାର ଯୋଗୁ ଏହାକୁ ନେଇ ଆବର୍ଜନା ବି ବଢ଼ିବାରେ ଲାଗିଛି। ହେଲେ କିଛି ସୃଜନଶୀଳ ମଣିଷ ଏହି ସମସ୍ୟାକୁ ଏଡ଼େଇବା ପାଇଁ ପରିତ୍ୟକ୍ତ ମାସ୍କକୁ ସୃଜନଶୀଳ ଉପାୟରେ ବ୍ୟବହାର କରୁଛନ୍ତି। ଯେମିତି କି ବ୍ରିଟେନ୍‌ର ଫ୍ୟାଶନ ଡିଜାଇନର୍‌ ଟମ୍‌ ସିଲ୍‌ଭର୍‌ଉଡ୍‌ ପରିତ୍ୟକ୍ତ ମାସ୍କକୁ ବ୍ୟବହାର କରି ତିଆରି କରିଛନ୍ତି ଏକ ସୁନ୍ଦର ଓ୍ବେଡିଂ ଗାଉନ୍‌। ଏହି ଗାଉନ୍‌୍‌କୁ ଦେଖିଲେ କେହି ବି ପ୍ରଶଂସା ନ କରି ରହିପାରିବେ ନାହିଁ। ଫ୍ୟାଶନ୍‌ ଡିଜାଇନର୍‌ ଟମ୍‌ ଏହାକୁ ତିଆରି କରିବା ଲାଗି ୧୫୦୦ଟି ଧଳା ରଙ୍ଗର ପରିତ୍ୟକ୍ତ ମାସ୍କ ବ୍ୟବହାର କରିଛନ୍ତି। ଆଉ ଅଣ୍ଟା ନିକଟରେ ହାଇଲାଇଟ୍‌ ଦେବା ପାଇଁ ଡିସ୍‌ପୋଜେବଲ୍‌ ପ୍ଲାଷ୍ଟିକ ପିପିଇକୁ ମଧ୍ୟ ବ୍ୟବହାର କରିଛନ୍ତି। ଉକ୍ତ ଗାଉନ୍‌କୁ ମଡେଲ ଜେମିମା ହୈମ୍ବ୍ରୋ ପିନ୍ଧି ଲଣ୍ଡନର ସେଣ୍ଟ ପଲ୍‌ କ୍ୟାଥେଡ୍ରାଲ ନିକଟରେ ଫଟୋଶୁଟ୍‌ କରିଥିଲେ। ମାସ୍କରେ ତିଆରି ଏହି ଗାଉନ୍‌ ଏତେ ସୁନ୍ଦର ଓ ଲୋକେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ, ଏବେ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri