ପୁଣି ଭାରତୀୟ ଦଳର ଜର୍ସି ପିନ୍ଧିଲେ ଧୋନୀ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୭।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ କ୍ରିକେଟର୍‌ ସମସ୍ତ ଫର୍ମାଟ୍‌ରେ ଅବସର ନେଇଛନ୍ତି। ଏବେ ସେ କେବଳ ଆଇପିଏଲ୍‌ ଖେଳୁଛନ୍ତି। ନିକଟରେ ଧୋନୀ ଟିମ ଇଣ୍ଡିଆର ରେଟ୍ରୋ ଜର୍ସି ପିନ୍ଧିଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ଭାବପ୍ରବଣ ହୋଇପଡିଛନ୍ତି। ସୋସିଆଲ ମିଡିଆରେ ଧୋନୀଙ୍କ ରେଟ୍ରୋ ଜର୍ସି ପିନ୍ଧା ଫଟୋ ନିଆଁ ଭଳି ଭାଇରାଲ ହୋଇଛି। ଧୋନୀ ଏକ ବିଜ୍ଞାପନ ଶୁଟ ପାଇଁ ଟିମ ଇଣ୍ଡିଆର ରେଟ୍ରୋ ଜର୍ସି ପିନ୍ଧିଥିଲେ। ସେ ଏବେ ମୁମ୍ବାଇରେ ଅଛନ୍ତି ଏବଂ ତାଙ୍କୁ ନିକଟରେ ବଲିଉଡ ଅଭିନେତା ରଣବୀର ସିଂଙ୍କ ସହ ଏକ ଫୁଟବଲ ମ୍ୟାଚ ଖେଳୁଥିବା ଦେଖିବାକୁ ମିଳିଥିଲା।
ଆଜିକାଲି ଧୋନୀ ଫରାହ ଖାନଙ୍କ ସହ ଏକ ବିଜ୍ଞାପନର ଶୁଟିଂ କରୁଛନ୍ତି। ଧୋନି, କ୍ରିକେଟ ଜଗତର ଅନ୍ୟତମ କୁଲ୍‌ ଖେଳାଳି ତଥା ଅଧିନାୟକ, ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଖ୍ୟାତ କୋରିଓଗ୍ରାଫର ଫରାହ ଖାନଙ୍କ ସହ ତାଙ୍କର ଶେଷ ବିଜ୍ଞାପନରେ ସେ ହସୁଥିବା ଦେଖିବାକୁ ମିଳିଛି। ଫରାହ ଖାନ ଇନଷ୍ଟାଗ୍ରାମରେ ଧୋନୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫରାହ ଖାନ ଲେଖିଛନ୍ତି, କି ଚମତ୍କାର ବ୍ୟକ୍ତି, ଏତେ ସମୟାନୁବର୍ତ୍ତୀ, ଏତେ ସରଳ, କ୍ଲାଏଣ୍ଟ ଠାରୁ ଆରମ୍ଭ କରି ସ୍ପଟବଏ ପର୍ଯ୍ୟନ୍ତ ସମସ୍ତଙ୍କ ସହ ହସଖୁସିରେ ଫଟୋ ଉଠାଇଲେ .. ମୁଁ ବର୍ତ୍ତମାନ ଜଣେ ପ୍ରଶଂସକ।
ଧୋନୀଙ୍କୁ ଖୁବ ଶୀଘ୍ର କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳିବ। ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୧ର ସ୍ଥଗିତାଦେଶ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଥିଲା। ଚେନ୍ନାଇ ଏବେ ପଏଣ୍ଟ ଟେବୁଲରେ ଦୁଇ ନମ୍ବରରେ ଅଛି। ଚେନ୍ନାଇ ୭ଟି ମ୍ୟାଚ ମଧ୍ୟରୁ ୫ଟି ଜିତିଛି ଏବଂ ୧୦ ପଏଣ୍ଟ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri