ଦେଢ଼ ବର୍ଷ ପରେ ଖୋଲିଲା ସ୍କୁଲ

ଭୋପାଳ/ଅହମଦାବାଦ,୨୬।୭: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରାୟ ଦେଢ଼ବର୍ଷ ପରେ ସ୍କୁଲ ଖୋଲିଛି। ହିମାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟଗୁଡ଼ିକରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍କୁଲ ଖୋଲାଯାଇଛି। ସୋମବାର କରୋନା ଗାଇଡଲାଇନ୍‌ ଅନୁସାରେ ସ୍କୁଲ ଖୋଲାଯାଇଥିବା ବେଳେ ପିଲାଙ୍କ ତାପମାତ୍ରା ମାପି ଗେଟ୍‌ ଭିତରକୁ ପ୍ରବେଶ କରାଯାଇଥିଲା। କରୋନା କାଳରେ ସୋମବାର ମଧ୍ୟପ୍ରଦେଶ ସ୍ଥିତ ମଡେଲ ସ୍କୁଲକୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଖୋଲାଯାଇଛି। ସ୍କୁଲରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ନିଆରା ଭାବେ ସ୍ବାଗତ କରାଯାଇଥିଲା। ପ୍ରଥମେ ପ୍ରତ୍ୟେକ ପିଲାଙ୍କ ତାପମାତ୍ରା ମପାଯାଇ ପାରମ୍ପରିକ ଭାବେ ମନ୍ତ୍ରୋଚ୍ଚାରଣ ସହ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଶିକ୍ଷକମାନେ ସେମାନଙ୍କୁ ଉପହାରରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହ ତାଙ୍କ ଉପରେ ଫୁଲ ପକାଇ ସ୍କୁଲ ଭିତରକୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି।

ଏହାପରେ ପିଲମାନେ ସିଧାସଳଖ ଶ୍ରେଣୀ କକ୍ଷକୁ ଯାଇଥିଲେ, ଏବଂ ସେଠାରେ ସାମାଜିକ ଦୂରତ୍ୱ ରକ୍ଷା କରି ବସିଥିଲେ। ତେବେ କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ବର୍ତ୍ତମାନ ସ୍କୁଲରେ ପ୍ରାର୍ଥନା ସଭା କି ଖେଳ ଛୁଟି ହେବ ନାହିଁ। ଫଳରେ ପିଲାମାନେ ନିଜ ଘରୁ ଟିଫିନ ଓ ପାଣି ବୋତଲ ଆଣିବେ। କିନ୍ତୁ ଏକାଠି ବସି କେହି କାହାର ଖାଦ୍ୟ ଖାଇପାରିବେ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପଟେ ମଧ୍ୟପ୍ରଦେଶରେ ଏକାଦଶ ଶ୍ରେଣୀର ପିଲାମାନେ ମଙ୍ଗଳବାର ଓ ଶୁକ୍ରବାର ସ୍କୁଲ ଆସିବେ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ସୋମାବର ଓ ଗୁରୁବାର ସ୍କୁଲ ଆସିବେ। ୫୦ ପ୍ରତିଶତ କ୍ଷମତାରେ ଉକ୍ତ ସ୍କୁଲ ଚାଲିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। କୁହାଯାଉଛି, ଯଦି ସବୁ ଠିକ୍‌ଠାକ୍‌ ରୁହେ ତେବେ ଅଗଷ୍ଟ ୫ରୁ ନବମ ଓ ଦଶମ ଶ୍ରେଶୀର ପିଲାମାନେ ମଧ୍ୟ ସ୍କୁଲ ଆସିପାରିବେ। ସେହିପରି ୫୦ପ୍ରତିଶତ କ୍ଷମତାରେ ଗୁଜରାଟରେ ନବମରୁ ଏକାଦଶ ଶ୍ରେଣୀର ସ୍କୁଲ ଖୋଲାଯାଇଛି। ସ୍କୁଲକୁ ଆସୁଥିବା ପ୍ରତ୍ୟେକ ପିଲାମାନେ ନିଜ ଅଭିଭାବକଙ୍କ ସହମତିର ଏକ ଲିଖିତ ପତ୍ର ଆଣିବା ବାଧ୍ୟତାମୂଳକ। ଏଥିସହ ସ୍କୁଲରେ ସାମାଜିକ ଦୂରତ୍ୱ ରକ୍ଷା ପାଳନ କରିବା ଜରୁରୀ। ସ୍କୁଲ ଖୋଲିବା ପରେ ପିଲାଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପଟେ ସ୍କୁଲ ଖୋଲିବା ପରେ ବି ଯେଉଁ ଛାତ୍ରୀଛାତ୍ରମାନେ ଆସିବାକୁ ଚାହଁୁନାହାନ୍ତି ସେମାନଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସର ମଧ୍ୟ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri