ଇ-ଯାନ କିଣିବାକୁ ୯୦% ଆଗ୍ରହୀ

ନୂଆଦିଲ୍ଲୀ, ୨୬।୭: ପେଟ୍ରୋଲ ଏବଂ ଡିଜେଲର ଲଗାତର ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଏ କ୍ଷେତ୍ରରେ ଇ-ଯାନ ଏକ ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଛି। କେନ୍ଦ୍ର ସରକାର ଫେମ୍‌-୨ ଯୋଜନା ଦ୍ୱାରା ସବ୍‌ସିଡି ଯୋଗାଇ ଦେଉଛନ୍ତି। ସେହିଭଳି ରାଜ୍ୟଗୁଡ଼ିକ ସ୍ତରରେ ମଧ୍ୟ ସରକାର ସବ୍‌ସିଡି ପ୍ରଦାନ ଦ୍ୱାରା ଇ-ଯାନ ଦର ସୁଲଭ ହେଉଥିବା ଦେଖାଯାଇଛି। କନ୍‌ସଲ୍‌ଟିଂ ଫାର୍ମ ଇଓ୍ବାଇ ପକ୍ଷରୁ ଏକ ରିପୋର୍ଟ ମୁତାବକ, ୯୦% ଲୋକ ଇ-ଯାନ କ୍ରୟ କରିବାକୁ ଚାହୁଁଛନ୍ତି। ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ୧୩ ଦେଶର ୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରେ ଭାରତର ୧ ହଜାର ଲୋକ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ ୯୯୦ ବା ୯୯% ଲୋକ ଇଲେକ୍ଟ୍ରିକ ଭେଇକିଲ କିଣିବାକୁ ଆଗ୍ରହୀ ବୋଲି ମତ ରଖିଛନ୍ତି।
ବିଶ୍ୱ ସ୍ତରରେ ଇ-ଯାନ ବିକ୍ରି ଆଗାମୀ ବର୍ଷଗୁଡ଼ିକରେ ଦ୍ରୁତ ଭାବେ ବୃଦ୍ଧି ପାଇବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ୪୦% ଲୋକ ଇ-ଯାନ ଲାଗି ୨୦% ପର୍ଯ୍ୟନ୍ତ ପ୍ରିମିୟମ ପ୍ରଦାନ ନିମନ୍ତେ ପ୍ରସ୍ତୁତ ଥିବା ଏଥିରୁ ସାମ୍ନାକୁ ଆସିଛି। ଭାରତରେ ପ୍ରତି ୧୦ ଜଣରେ ୩ ଜଣ ଇଲେକ୍ଟ୍ରିକ କାର କିଣିବାକୁ ପ୍ରସ୍ତୁତ ହେଉଥିବା କୁହାଯାଇଛି। ସର୍ଭେ ମୁତାବକ, ଭାରତରେ ଅଧିକାଂଶ ଲୋକ ଚାହାନ୍ତି ଯେ, ଯାନ ଗୋଟିଏ ଥର ଚାର୍ଜରେ ଅଧିକ ବାଟ ଗଡୁ। ୧୦୦ରୁ ୨୦୦ ମାଇଲ ବା ୧୬୦ କିମିରୁ ୩୨୦ କିମି ସିଙ୍ଗଲ ଚାର୍ଜରେ ଯାନ ଅତିକ୍ରମ କରିବାର ଆବଶ୍ୟକତା ରହିଛି ବୋଲି ଭାରତୀୟମାନେ ମତ ପ୍ରକାଶ କରିଛନ୍ତି।
ଯାନବାହନଗୁଡ଼ିକ ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ। ଏହାକୁ ଲୋକମାନେ ବିଚାର କରି ଇ-ଯାନ କ୍ରୟ କରିବାକୁ ଚାହୁଁଥିବା ରିପୋର୍ଟରୁ ଜଣାପଡ଼ିଛି। ପେଟ୍ରୋଲ ଏବଂ ଡିଜେଲ ଚାଳିତ ଗାଡ଼ି କ୍ରୟ ପରିବର୍ତ୍ତେ ନିଜର ଉତ୍ତରଦାୟିତ୍ୱକୁ ବୁଝି ଇ-ଯାନ କ୍ରୟ କରିବା ଆବଶ୍ୟକ ବୋଲି ୬୭% ଲୋକ ମତ ରଖିଛନ୍ତି। ଇ-ଯାନ ବ୍ୟବହାର ବଢ଼ିଲେ ପରିବେଶ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଜାରି କରାଯାଇପାରିବ ବୋଲି ଲୋକମାନେ ଆଶା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଗୁଡ଼ିକ ଇ-ଯାନକୁ ବର୍ତ୍ତମାନ ପ୍ରୋତ୍ସାହନ କରୁଛନ୍ତି। ଏହାର ବହୁଳ ବ୍ୟବହାର ନେଇ କେବେ ବ୍ୟବସ୍ଥା ଆସୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri