ତିବ୍ବତରେ ଶି ଜିନ୍‌ପିଙ୍ଗ୍‌

ବେଜିଂ,୨୪ା୭: ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତିବ୍ବତକୁ ଆକସ୍ମିକ ଗସ୍ତ କରିଥିବା ନେଇ ଚାଇନାର ସରକାରୀ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ଶୁକ୍ରବାର ଭିଡିଓ ଫୁଟେଜ୍‌ ଜାରି କରାଯାଇଛି। ଜିନ୍‌ପିଙ୍ଗ୍‌ ତିବ୍ବତୀୟମାନଙ୍କୁ ଅଭିବାଦନ ଜଣାଉଥିବା ଏଥିରେ ଦେଖିବାକୁ ମିଳିଛି। ସେ ନିଜ ବିମାନରୁ ରେଡ୍‌ କାର୍ପେଟକୁ ଓହ୍ଲାଇବା ପରେ ତାଙ୍କୁ ସ୍ଥାନୀୟ ଅଧିବାସୀ ପାରମ୍ପରିକ ପୋଷାକ ପରିଧାନ କରି ଭବ୍ୟ ସ୍ବାଗତ କରିଥିଲେ। ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗିରହିଥିବାବେଳେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ଦକ୍ଷିଣ-ପୂର୍ବ ତିବ୍ବତକୁ ଜିନ୍‌ପିଙ୍ଗ୍‌ ଗସ୍ତ କରି ଅରୁଣାଚଳ ପ୍ରଦେଶ ସୀମା ସଂଲଗ୍ନ ନ୍ୟୁଙ୍ଗ୍‌ଚି ମେନ୍‌ଲିଙ୍ଗ୍‌ ବିମାନବନ୍ଦରରେ ବୁଧବାର ପହଞ୍ଚତ୍ଥିଲେ। କିନ୍ତୁ ଏନେଇ ଗତ ଦୁଇଦିନ ମଧ୍ୟରେ କୌଣସି ସୂଚନା ଦିଆଯାଇ ନ ଥିଲା। ଜିନ୍‌ପିଙ୍ଗ୍‌ ନ୍ୟୁଙ୍ଗ୍‌ଚିି ସିଟି ପ୍ଲାନିଂ ମ୍ୟୁଜିୟମ୍‌ ପରିଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେ ଗୁରୁବାର ନ୍ୟୁଙ୍ଗ୍‌ଚି ରେଲଓ୍ବେ ଷ୍ଟେଶନକୁ ଯାଇ ସିଚୁଆନ୍‌-ତିବ୍ବତ ରେଲଓ୍ବେ ଯୋଜନା ସମ୍ପର୍କରେ ବୁଝାଶୁଝା କରିବା ପରେ ଲହସାକୁ ଟ୍ରେନ୍‌ ଯାତ୍ରା କରିଥିଲେ। ୨୦୦୮ରୁ ତିବ୍ବତରେ ଚାଇନା ପକ୍ଷରୁ ବିପୁଳ ପୁଞ୍ଜିନିବେଶ କରାଯାଉଛି। ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ତିବ୍ବତକୁ ଏହା ଚାଇନାର କୌଣସି ଶୀର୍ଷ ନେତାଙ୍କ ପ୍ରଥମ ଗସ୍ତ। ଏହା ପୂର୍ବରୁ ଜିନ୍‌ପିଙ୍ଗ୍‌ ୧୯୯୮ରେ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚାଇନା(ସିପିସି)ର ଫୁଜିଆନ୍‌ ପ୍ରଦେଶ ମୁଖ୍ୟ ଭାବେ ଏବଂ ୨୦୧୧ରେ ଉପରାଷ୍ଟ୍ରପତି ଥିବାବେଳେ ତିବ୍ବତ ଗସ୍ତ କରିଥିଲେ। ୧୯୯୦ରେ ଜିଆଙ୍ଗ୍‌ ଜେମିନ୍‌ ରାଷ୍ଟ୍ରପତି ଥିବାବେଳେ ତିବ୍ବତ ଯାଇଥିଲେ।

 

ଭାରତ ପାଇଁ ଚିନ୍ତାର ବିଷୟ

ବିଶ୍ୱର ଛାତ ନାମରେ ପରିଚିତ ତିବ୍ବତ ଉପରେ ଚାଇନା ଆଧିପତ୍ୟ ବିସ୍ତାର ପାଇଁ ୧୯୫୦ରେ ହଜାର ହଜାର ସୈନ୍ୟଙ୍କୁ ପଠାଇଥିଲା। ଏହାର କିଛି ଅଂଶକୁ ସ୍ବୟଂଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବାବେଳେ ଅନ୍ୟ କିଛି କ୍ଷେତ୍ରକୁ ଚାଇନା ସହ ବିଲୟ କରାଯାଇଥିଲା। ୧୯୫୯ରେ ଚାଇନା ବିରୋଧରେ ହୋଇଥିବା ବିଫଳ ବିଦ୍ରୋହ ପରେ ଚତୁର୍ଦ୍ଦଶ ଦଲାଇ ଲାମାଙ୍କୁ ତିବ୍ବତ ଛାଡ଼ି ଭାରତର ଶରଣ ନେବାକୁ ପଡ଼ିଥିଲା। ତିବ୍ବତକୁ ଚାଇନାରେ ଏକ ସ୍ବୟଂଶାସିତ କ୍ଷେତ୍ର ରୂପେ ମାନ୍ୟତା ମିଳିଛି। ଚାଇନା ନିୟନ୍ତ୍ରଣରେ ଥିବା ଏହି ଅଞ୍ଚଳର ଅଧିକାଂଶ ଅଧିବାସୀ ନିଜ ନିର୍ବାସିତ ଧର୍ମଗୁରୁ ଦଲାଇ ଲାମାଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିଥାଆନ୍ତି। ସେମାନଙ୍କ ଅନୁସାରେ ଦଲାଇ ଲାମା ଜଣେ ଜୀବିତ ଈଶ୍ୱର। କିନ୍ତୁ ବେଜିଂ ତାଙ୍କୁ ଜଣେ ବିଚ୍ଛିନ୍ନତାବାଦୀ ଓ ଚାଇନା ପ୍ରତି ବିପଦ ବୋଲି ବିବେଚନା କରିଥାଏ।
ନେପାଳ ସହ ବାଣିଜି୍ୟକ ସମ୍ପର୍କ ମଜଭୁତ କରିବା ପାଇଁ ଲହସା-ନ୍ୟୁଙ୍ଗ୍‌ଚି ରେଳପଥ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଛି। ଲହସାରୁ ନ୍ୟୁଙ୍ଗ୍‌ଚିକୁ ଗତିଶୀଳ ୧,୭୪୦ କି.ମି. ବିଶିଷ୍ଟ ଏହି ରେଲଓ୍ବେ ପ୍ରୋଜେକ୍ଟ ସିଚୁଆନ୍‌ ସହ ଲହସାକୁ ଯୋଡ଼ିବ। ଏହା ଉପରେ ୧୬୦ କି.ମି. ବେଗରେ ବୁଲେଟ ଟ୍ରେନ୍‌ ମଧ୍ୟ ଗଡ଼ୁଛି। ଭାରତ ସୀମା ସଂଲଗ୍ନ ଅଞ୍ଚଳରେ ଚାଇନା ପକ୍ଷରୁ ଯେଭଳି ଭାବେ ଭିତ୍ତିଭୂମି ବିକାଶ କରାଯାଉଛି ତାହା ନୂଆଦିଲ୍ଲୀ ପାଇଁ ଚିନ୍ତାର ବିଷୟ ପାଲଟିଛି। ତିବ୍ବତକୁ ନେଇ ଜିନ୍‌ପିଙ୍ଗ୍‌ଙ୍କ ଅଚାନକ ବଢ଼ିଥିବା ରୁଚି ଆହୁରି ଚିନ୍ତାର କାରଣ ପାଲଟିବ ବୋଲି କୁହାଯାଉଛି। ଏହା ଜରିଆରେ ଚାଇନା ଭାରତ ଉପରେ ଚାପ ପକାଇବାକୁ ଚାହୁଁଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ତିବ୍ବତରେ ଚାଇନାକୁ ବୌଦ୍ଧ ଧର୍ମାବଲମ୍ବୀଙ୍କ ସାଂସ୍କୃତିକ ଓ ଧର୍ମୀୟ ସ୍ବାଧୀନତାର ଦମନକାରୀ ରୂପେ ବିବେଚନା କରାଯାଉଥିବାବେଳେ ଜିନ୍‌ପିଙ୍ଗ୍‌ ବୌଦ୍ଧମଠ ଦ୍ରେପୁଙ୍ଗ୍‌କୁ ଯାଇ ପ୍ରାଚୀନ କୀର୍ତ୍ତିରାଜି ସମ୍ପର୍କରେ ପଚାରି ବୁଝିଥିଲେ। ଲହସାରେ ଏକ ସଭାକୁ ସମ୍ବୋଧିତ ସେ କରି କହିଥିଲେ, ଆମେ କମ୍ୟୁନିଷ୍ଟ ପାର୍ଟିକୁ ଅନୁସରଣ କରୁଥିବା ପର୍ଯ୍ୟନ୍ତ ସାମ୍ୟବାଦ ପଥର ଅନୁଗାମୀ ହୋଇ ରହିବା। ଆମ ପାଇଁ ରାଷ୍ଟ୍ର ନିର୍ମାଣ ସହଜ ହୋଇଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri