ଥିଏଟରରୁ ଆରମ୍ଭ ହୋଇଥିଲା ଏହି ଅଭିନେତାଙ୍କ ଲଭ ଷ୍ଟୋରୀ, ଏହି କାରଣ ପାଇଁ ଲୁଚାଇ ଥିଲେ ବିବାହ କଥା

କେ କେ ମେନନ ବଲିଉଡରେ ଅଭିନୟ ପାଇଁ ବେଶ ଜଣାଶୁଣା। କେ କେ ମେନନ ୧୯୯୫ ଚଳଚ୍ଚିତ୍ର ‘ନସିମ’ ସହିତ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ। ପରେ ସେ ଚଳଚ୍ଚିତ୍ରରେ କାମ ଜାରି ରଖିଥିଲେ। ଏହା ବ୍ୟତୀତ ସେ ଅନେକ ହିଟ୍‌ ଫିଲ୍ମରେ କାମକରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତେବେ ଜାଣନ୍ତୁ ଟିଭି ଅଭିନେତ୍ରୀ ନିବେଦିତା ଭଟ୍ଟାଚାର୍ଯ୍ୟଙ୍କ ସହ ତାଙ୍କ ଲଭ ଷ୍ଟୋରୀ ସମ୍ପର୍କରେ।

ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍‌ ବିଷୟରେ ସମସ୍ତେ ଜାଣିଥିବେ। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ କମ ଲୋକ ଜାଣନ୍ତି । ସେ କେରଳରେ ଜନ୍ମ ହୋଇଥିଲେ ମଧ୍ୟ ଅମ୍ବରନାଥ ଏବଂ ପୁଣେରେ ବଢ଼ିଥିଲେ। ନିବେଦିତା ଭଟ୍ଟାଚାର୍ଯ୍ୟ ଲକ୍ଷ୍ନୌର ବାସିନ୍ଦା। ଏକ ସାକ୍ଷାତକାରରେ ନିବେଦିତା କେ କେ ମେନନଙ୍କ ସହ ତାଙ୍କର ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା ଏବଂ ସେ କାହିଁକି ନିଜ ସମ୍ପର୍କକୁ ଲୋକଙ୍କଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ ସେ ବିଷୟରେ ଆଲୋଚନା କରିଥିଲେ, କେ କେ ମେନନଙ୍କ ସହ ତାଙ୍କ ପ୍ରେମ ଥିଏଟରରୁ ଆରମ୍ଭ ହୋଇଥିଲା । ସେ କହିଥିଲେ, ‘ଆମେ ଦୁହେଁ ଥିଏଟରରେ ଏକାଠି କାମ କରୁଥିଲୁ। ଏକାଠି କାମ କରିବା ସମୟରେ ହିଁ ଆମେ ପରସ୍ପରର ନିକଟତର ହୋଇଥିଲୁ ।
ଯେତେବେଳେ ସେ ପ୍ରଥମ ଦିନରେ ସଂଘର୍ଷ କରୁଥିଲେ, ସେତେବେଳେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି କାରଣରୁ ସେ ତାଙ୍କ ବିବାହକୁ ଲୋକଙ୍କଠାରୁ ଲୁଚାଇ ରଖିଥିଲେ। ସେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ କହିଛନ୍ତି, ‘ପ୍ରାରମ୍ଭିକ ଦିନ ଆମ ପାଇଁ ବହୁତ କଷ୍ଟସାଧ୍ୟ ଥିଲା, କାରଣ ଆମେ ଦୁହେଁ ଏକାଠି ସଂଘର୍ଷ ଆରମ୍ଭ କରିଥିଲୁ । ସେହି ସମୟ ମଧ୍ୟରେ ଆମର କ୍ୟାରିୟର ଆରମ୍ଭ ହୋଇଥିଲା, ତେଣୁ ଆମେ ଦୁହେଁ ବିବାହ କରିବାକୁ ଚିନ୍ତା କଲୁ । ନିବେଦିତା ଏହା ମଧ୍ୟ କହିଛନ୍ତି ଯେ, ଆରମ୍ଭରୁ ଲୋକଙ୍କ ସାମ୍ନାରେ ଆମର ବିବାହ ବିଷୟରେ ଆମେ ବହୁତ କମ କଥା ହୋଇଛୁ। କେବଳ ଆମର ଘନିଷ୍ଠ ବନ୍ଧୁମାନେ ଜାଣିଥିଲେ ଯେ ଆମେ ବିବାହିତ ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri