ମହାକାଶରେ ବେଜୋସ୍‌ଙ୍କ ୧୧ ମିନିଟ୍‌

ଓ୍ବାଶିଂଟନ୍‌, ୨୧ା୭: ମହାକାଶ ଯାତ୍ରା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି ବିଶ୍ୱର ସବୁଠୁ ଧନୀ ତଥା ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌। ମଙ୍ଗଳବାର ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌ର ପ୍ରଥମ ସ୍ପେସ୍‌ ଫ୍ଲାଇଟ୍‌ ତଥା ସମ୍ପୂର୍ଣ୍ଣ ସ୍ବୟଂଚାଳିତ ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲରେ ୫୭ ବର୍ଷୀୟ ବେଜୋସ୍‌ ୧୦ ମିନିଟ୍‌ ୨୦ ସେକେଣ୍ଡ୍‌ର ମହାକାଶ ଯାତ୍ରା କରି ଫେରିଛନ୍ତି। ଆମେରିକାର ଓ୍ବେଷ୍ଟ ଟେକ୍ସାସରୁ ଏହା ଉଡ଼ାଣ କରିଥିଲା। ସାଙ୍ଗରେ ଭାଇ ମାର୍କ ବେଜୋସ୍‌, ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ପୂର୍ବତନ ପାଇଲଟ୍‌ ୮୨ ବର୍ଷୀୟା ଓ୍ବାଲି ଫଙ୍କ୍‌ ଏବଂ ବେଜୋସ୍‌ଙ୍କ ପାଖ ସିଟ୍‌ ୨୮ ମିଲିୟନ ଡଲାରରେ ନିଲାମ ନେଇଥିବା ୧୮ ବର୍ଷୀୟ ଓଲିବର ଡେମେନ୍‌ ଯାତ୍ରା କରିଥିଲେ।
ସମୟ ସନ୍ଧ୍ୟା ସାଢ଼େ ୬ଟାରେ ମହାକାଶ ଯାନ ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲ ସ୍ପେସ୍‌ ଅଭିମୁଖେ ବାହାରିଥିଲା। ଲଞ୍ଚ୍‌ ପରେ କ୍ୟାପ୍‌ସୁଲରୁ ରକେଟ ବାହାରି ଲଞ୍ଚ୍‌ପ୍ୟାଡ୍‌କୁ ଫେରିଆସିଥିଲା। ବେଜୋସ୍‌ଙ୍କ ଫ୍ଲାଇଟ୍‌ କାରାମାନ୍‌ ଲାଇନ (କାଳ୍ପନିକ ମହାକାଶ ସୀମାରେଖା) ବାହାରେ ତଥା ପୃଥିବୀ ପୃଷ୍ଠରୁ ୧୦୬ କିଲୋମିଟର ଉପରକୁ ଯାଇଥିଲା। ସେଠାରେ ସେମାନେ ଓଜନ ବିହୀନ ଶରୀରର ଅନୁଭୂତି ନେଇଥିଲେ। ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲ କିଛି ସମୟ ମହାକାଶରେ ରହିବା ପରେ ପାରାସୁଟ୍‌ ସହାୟତାରେ ଓ୍ବେଷ୍ଟ ଟେକ୍ସାସ୍‌କୁ ଫେରିଥିଲା। ଏହା ପୂର୍ବରୁ ଗତ ୧୧ ତାରିଖରେ ବ୍ରିଟିଶ ବିଲିୟନେୟାର ରିଚାର୍ଡ ବ୍ରାନ୍‌ସନ୍‌ ତାଙ୍କ ଭର୍ଜିନ ଗାଲାକ୍ଟିକ୍‌ ସ୍ପେସ୍‌କ୍ରାଫ୍ଟ ଯୋଗେ ମହାକାଶକୁ ଯାତ୍ରା କରି ଫେରିଥିଲେ। ତେବେ ବ୍ରାନ୍‌ସନ୍‌ ମାତ୍ର ୮୬ କିମି ପର୍ଯ୍ୟନ୍ତ ଯାଇଥିବାବେଳେ ବେଜୋସ୍‌ ତାଙ୍କୁ ପଛରେ ପକାଇଦେଇଛନ୍ତି। ଘରୋଇ ସ୍ପେସ୍‌ ମିଶନ ଜରିଆରେ ମହାକାଶ ପର୍ଯ୍ୟଟନକୁ ନୂତନ ଦିଗ ଦେବା ଲକ୍ଷ୍ୟରେ ବୋଜୋସ୍‌ ଓ ବ୍ରାନସନ୍‌ ଏହି ଯାତ୍ରା ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ସିଭିଲିଆନ୍‌ କ୍ର୍ୟୁ ସଦସ୍ୟଙ୍କୁ ଆସନ୍ତା ସେପ୍ଟେମ୍ବରରେ ପୃଥିବୀ କକ୍ଷପଥକୁ ପଠାଇବା ପାଇଁ ଯୋଜନା କରିଛନ୍ତି ସ୍ପେସ୍‌ଏକ୍ସ ମାଲିକ ଏଲନ ମସ୍କ। ପୂର୍ବରୁ ସେ ନାସା ପକ୍ଷରୁ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନକୁ ଅନେକ କାର୍‌ଗୋ ପ୍ଲେଲୋଡ୍‌ ଏବଂ ମହାକାଶଚାରୀଙ୍କୁ ପଠାଇ ସାରିଛନ୍ତି।
ଜୁଲାଇ ୨୦ରେ ଚନ୍ଦ୍ରପୃଷ୍ଠରେ ଆପୋଲୋ-୧୧ ସ୍ପେସ୍‌ଫ୍ଲାଇଟ୍‌ ଲ୍ୟାଣ୍ଡ କରିଥିଲା। ପ୍ରଥମ ମହାକାଶ ଯାତ୍ରୀ ଭାବେ ନୀଲ ଆର୍ମଷ୍ଟ୍ରଙ୍ଗ ଏହି ଯାନରେ ଯାଇ ଚନ୍ଦ୍ରରେ ପାଦ ରଖିଥିଲେ। ଏହି ଦିନର ଗୁରୁତ୍ୱ ଯୋଗୁ ଜୁଲାଇ ୨୦ରେ ମହାକାଶ ଯାତ୍ରା କରିବାକୁ ବେଜୋସ୍‌ ସ୍ଥିର କରିଥିଲେ। ବ୍ଲୁ ଅରିଜିନ୍‌ର ୧୮.୩ ମିଟର ଲମ୍ବ ବିଶିଷ୍ଟ ନ୍ୟୁ ଶେପାର୍ଡ କ୍ୟାପ୍‌ସୁଲ ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ। ଏଥିରେ କୌଣସି ପାଇଲଟ୍‌ଙ୍କ ଆବଶ୍ୟକତା ନାହିଁ। ପୃଥିବୀ ପୃଷ୍ଠରୁ ମାଷ୍ଟର କଣ୍ଟ୍ରୋଲ ରୁମ୍‌ରୁ ଏହା ଉପରେ ନିୟନ୍ତ୍ରଣ ରଖାଯାଇଥାଏ। ଲଞ୍ଚ୍‌ ହେବା ପରେ ଏହାକୁ କୌଣସି କମାଣ୍ଡ ଦେବାକୁ ପଡ଼ି ନ ଥାଏ। ଏହା ୬ ଯାତ୍ରୀଙ୍କୁ ନେଇ ମହାକାଶ ଯାଇପାରିବ। ୧୯୬୧ ମସିହାର ମହାକାଶଚାରୀ ଆଲନ ଶେପାର୍ଡଙ୍କ ନାଁ ଅନୁସାରେ ଏହି କ୍ୟାପ୍‌ସୁଲର ନାମ ନ୍ୟୁ ଶେପାର୍ଡ ରଖାଯାଇଛି। ମହାକାଶକୁ ଯିବାରେ ଆଲନ ଶେପାର୍ଡ ହେଉଛନ୍ତି ପ୍ରଥମ ଆମେରିକୀୟ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri