Posted inଫୁରସତ

ଅପରାଧୀ ପାଇଁ ଜେଲ୍‌

ମଣିଷ ଅପରାଧ କଲେ ହାଜତ ଯାଆନ୍ତି । ଦୋଷ ପାଇଁ ଦଣ୍ଡ ପାଆନ୍ତି । ତେବେ କଥା କହିପାରୁ ନ ଥିବା, ଭାବ ପ୍ରକାଶ କରିପାରୁ ନ ଥିବା ପ୍ରାଣୀ କ’ଣ କେବେ ଅପରାଧ କରନ୍ତି ? ଜାଣି ଆଶ୍ଚର୍ଯ୍ୟ ହେବେ କିଛି ନିରୀହ ପ୍ରାଣୀ ଆଇନ ଆଖିରେ ଅପରାଧୀ ସାଜିଛନ୍ତି ଓ ହାଜତ ବି ଯାଇଛନ୍ତି ….

ଗୁପ୍ତଚର ପାରା- ୨୦୧୫ରେ ଭାରତୀୟ ପୋଲିସ ଏକ ପାରାକୁ ଗୁପ୍ତଚର ଭାବେ ସନ୍ଦେହ କରି ଗିରଫ କରିଥିଲା। ସନ୍ଦେହର ପ୍ରଥମ କାରଣ ଥିଲା ପାରା ଶରୀରରେ ଷ୍ଟାମ୍ପ ମାରି କିଛି ଲେଖା ଯାଇଥିଲା। ଭଲରେ ଦେଖିବାରୁ ଜଣାପଡ଼ିଲା ତାହା ପାକିସ୍ତାନର ଅଫିସିଆଲ ଭାଷା ଉର୍ଦ୍ଦୁରେ ଲେଖା ହୋଇଥିଲା ଓ ତାହା କୌଣସି ପାକିସ୍ତାନୀଙ୍କ ଫୋନ୍‌ ନମ୍ବର ପରି ପ୍ରତ୍ୟେୟ ହେଉଥିଲା। ଦ୍ୱିତୀୟରେ ପାରାଟି କଶ୍ମୀରର ସେହି ପ୍ରାନ୍ତରେ ଦେଖିବାକୁ ମିଳିଥିଲା ଯେଉଁ ଅଞ୍ଚଳକୁ ଉଭୟ ଭାରତ ଓ ପାକିସ୍ତାନ ନିଜର ବୋଲି ଦାବିକରି ଯୁଦ୍ଧ କରିଆସୁଛନ୍ତି। ୧୪ ବର୍ଷ ବୟସର ଏକ ବାଳକ ଏହି ପାରାଟିକୁ ପାଇଥିଲା। ସନ୍ଦେହଜନକ ଲାଗୁଥିବାରୁ ସେ ପାରାଟିକୁ ପୋଲିସକୁ ହସ୍ତାନ୍ତର କରିଥିଲା। ଅଫିସରମାନେ ପାରାକୁ ଭେଟେରିନାରୀ ହସ୍ପିଟାଲ ନେଇ ଏକ୍ସ-ରେ କରାଇଥିଲେ। ତା’ସହ ଆହୁରି ଅନେକ କିଛି ଯାଞ୍ଚ କରିଥିଲେ। କିନ୍ତୁ ପାରାଟି ଗୁପ୍ତଚର ବୋଲି କିଛି ପ୍ରମାଣ ମିଳି ନ ଥିଲା। ତଥାପି ତାକୁ ସନ୍ଦେହ ଘେରରେ ନେଇ କଷ୍ଟଡିରେ ରଖିଥିଲେ। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ପାକିସ୍ତାନୀ ସୋସିଆଲ ମିଡିଆରେ ବହୁତ ମଜା ଉଠାଯାଇଥିଲା।

ଗାଳି ଦେଉଥିବା ଶୁଆ- ଏଇ ଘଟଣାଟି ମଧ୍ୟ ୨୦୧୫ର। ମହାରାଷ୍ଟ୍ରରେ ହରିୟଲ ନାମକ ଏକ ଶୁଆକୁ ଆସିଥିଲା ଥାନାରେ ହାଜର ହେବାର ନିର୍ଦ୍ଦେଶ। କାରଣ ୮୫ ବର୍ଷୀୟା ମହିଳା ଜନାବାଈ ଏହି ଶୁଆ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଶୁଆଟି ଥିଲା ମହିଳାଙ୍କ ସାବତ ପୁଅ ସୁରେଶ ସଖରକର୍‌ଙ୍କର। ସୁରେଶ ଓ ତାଙ୍କ ସାବତ ମା’ଙ୍କ ଭିତରେ ଜମିଜମାକୁ ନେଇ ବହୁପୂର୍ବରୁ କଳହ ଲାଗି ରହିଥିଲା। ତେଣୁ ସୁରେଶ ନିଜ ଶୁଆକୁ ଏମିତି ତାଲିମ ଦେଇଥିଲେ ଯେ, ତାଙ୍କ ସାବତ ମା’ ଯେବେ ଯେବେ ତାଙ୍କ ଘର ଦେଇ ଯାଉଥିଲେ ଶୁଆଟି ତାଙ୍କୁ ବହୁତ ଖରାପ ଭାଷାରେ ଗାଳି ଗୁଲଜ କରୁଥିଲା। ଦିନେ କି ଦୁଇଦିନ ନୁହେଁ ଦୁଇବର୍ଷ ଶୁଆଟି ଏହି ଭଳି ଗାଳି ଦେଇଆସୁଥିଲା। ଶେଷରେ ଏହାକୁ ସହି ନ ପାରି ଜନାବାଈ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଉ ଶୁଆ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ କରିଥିଲେ। ହେଲେ ପୋଲିସ ଯେବେ ଶୁଆକୁ ନିଜ କଷ୍ଟଡିକୁ ନେଲା ତା’ ପରଠାରୁ ଶୁଆଟି କଥା କହିବା ପୂରା ବନ୍ଦ କରିଦେଲା। ବୋଧହୁଏ ଶୁଆ ଜାଣିଥିଲା କେଉଁଠି ନିଜର ଚଞ୍ଚୁ ଖୋଲିବା କଥା ଓ କେଉଁଠି ନୁହେଁ। ଶେଷରେ ପୋଲିସ ହରିୟଲକୁ ବନ୍ଦି କରି ରଖିବାକୁ ଉଚିତ ମଣି ନ ଥିଲା। ଆଉ ତାକୁ ବନ ବିଭାଗକୁ ହସ୍ତାନ୍ତର କରିଦେଇଥିଲା।

କୁକୁରକୁ ଆଜୀବନ କାରାଦଣ୍ଡ- ୧୯୨୪, ପେନସିଲଭାନିଆରେ ଗଭର୍ନର ଗିଫର୍ଡ ପିନଚଟ୍‌ ଏକ କଳାରଙ୍ଗର ଲାବ୍ରାଡର କୁକୁରକୁ ଦେଇଥିଲେ ଆଜୀବନ କାରାଦଣ୍ଡ। ସେପୁଣି ବିନା ପାରୋଲ୍‌ରେ। ପେପ୍‌ ନାମକ ଏହି କୁକୁର ମୁଣ୍ଡ ଉପରେ ଥିଲା ଗଭର୍ନରଙ୍କ ସ୍ତ୍ରୀଙ୍କ ବିଲେଇର ହତ୍ୟା ଅଭିଯୋଗ। ଗଣମାଧ୍ୟମରେ ତାକୁ ‘ପେପ୍‌ ଦ କ୍ୟାଟ୍‌ ମର୍ଡରିଂ ଡଗ୍‌’ ଆଖ୍ୟା ଦିଆଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ, ପେପ୍‌ କୌଣସି ବିଲେଇକୁ ହତ୍ୟା କରି ନ ଥିଲା। ତଥାପି ସେ ଆଜୀବନ ଜେଲ୍‌ରେ ରହିଥିଲା। ହେଲେ ବେଶ୍‌ ଭଲରେ ବିତୁଥିଲା ତା’ ସମୟ। ଯେତେବେଳେ ତାର ମୃତ୍ୟୁ ହେଲା ସେହି ଜେଲ୍‌ରେ ହିଁ ତାକୁ କବର ଦିଆଯାଇଥିଲା।

ମାଙ୍କଡ ଗଲା ଜେଲ- ପଞ୍ଜାବର ପଟିଆଲାରେ ଏକ ମାଙ୍କଡ ବହୁତ ଉତ୍ପାତ ହେଉଥିଲା। କେତେବେଳେ କାହାଘରୁ ଖାଦ୍ୟ ଚୋରାଉଥିଲା ତ କେବେ କାହା ଶାର୍ଟର ବଟନ୍‌ ଛିଣ୍ଡେଇ ଦେଉଥିଲା। ପୁଣି କେବେ ଆକ୍ରମଣ କରି ରାମ୍ପି ଦେଉଥିଲା। ଛୋଟ ପିଲାଙ୍କୁ ପଥର ଧରି ଗୋଡାଉଥିଲା। ଶେଷରେ ମାଙ୍କଡ ବିରୋଧରେ ଅଭିଯୋଗ କରାଯାଇଥିଲା। ଆଉ ବନ ବିଭାଗ ଅଧିକାରୀ ମାଙ୍କଡକୁ ଧରି ମଙ୍କି ଜେଲ୍‌କୁ ପଠେଇ ଦେଇଥିଲେ, ଯାହାକି ସ୍ଥାନୀୟ ଚିଡିଆଖାନାର ଏକ କୋଣରେ ତିଆରି ହୋଇଥିଲା। ଜେଲରେ ଫଳକ ଲଗାଯାଇ ଲେଖାଯାଇଥିଲା ଯେ, ଏହି ମାଙ୍କଡଗୁଡିକୁ ପଞ୍ଜାବର ବିଭିନ୍ନ ସ୍ଥାନରୁ ଆଣି ରଖାଯାଇଛି। ଏମାନେ ବହୁତ ବଦ୍‌ମାସ୍‌। ଏମାନଙ୍କ ନିକଟକୁ ଯିବା ବିପଜ୍ଜନକ।

ଜେଲରୁ ଖସିବାରେ ସାହାଯ୍ୟ କରି ବିଲେଇ ଗିରଫ- ମଧ୍ୟମଧରଣର ସୁରକ୍ଷା ଥିବା ବ୍ରାଜିଲ, ଅରାପିରାକା ଜେଲର ଏକ ଫାଟକ ପାଖରେ ବୁଲୁଥାଏ ଏକ ଧଳା ରଙ୍ଗର ବିଲେଇ। ହଠାତ ଜଣେ ସୁରକ୍ଷାକର୍ମୀଙ୍କ ନଜର ବିଲେଇ ଉପରେ ପଡ଼ିଲା। ଦେଖିଲେ ବିଲେଇ ଦେହରେ ଟେପ୍‌ ଗୁଡେଇ ହୋଇଥିଲା। ଭାବିଲେ ବୋଧହୁଏ କୌଣସି ଦୁଷ୍ଟପିଲା ଏଭଳି କରିଛି। କିନ୍ତୁ ବିଲେଇଟି ସେହି ସ୍ଥାନ ଛାଡି ଯାଉ ନ ଥିଲା। ତେଣୁ ସନ୍ଦେହ କରି ସୁରକ୍ଷା କର୍ମଚାରୀ ତାକୁ ତନଖି ଦେଖିଲେ। ଆଉ ଯାହା ପାଇଲେ ସେଥିରେ ଚକିତ ହୋଇଗଲେ। କାରଣ ବିଲେଇ ଦେହରେ ଗୁଡାଯାଇଥିବା ଟେପ୍‌ ଖୋଲି ଯେତେବେଳେ ଦେଖିଲେ ତା’ ଭିତରେ ଛୋଟ କରତ, ଛୋଟ ଡ୍ରିଲ, ଇୟରଫୋନ୍‌, ମେମୋରୀ କାର୍ଡ, ବ୍ୟାଟେରି ଓ ଫୋନ୍‌ ଚାର୍ଜର ଥିଲା। ଜେଲ ଅଧିକାରୀଙ୍କ ଅନୁସାରେ, ବିଲେଇଟି ଆଗରୁ ବି ଜେଲ୍‌ ଭିତରକୁ ଯାଉଥିଲା। କଏଦୀମାନେ ତାକୁ ଆଦର କରନ୍ତି। ଛୋଟବେଳୁ ସେ ଜେଲକୁ ଆସୁଛି। ହେଲେ ସେ କେଉଁ କଏଦୀକୁ ଜେଲରୁ ଫେରାର୍‌ ହେବା ପାଇଁ ସାହାଯ୍ୟ କରୁଥିଲା ଜାଣି ହେଉନି। ତେଣୁ ତାକୁ କିଛି ଦିନ ପାଇଁ ସ୍ବତନ୍ତ୍ର ଜେଲରେ ରଖି ପରେ ସ୍ଥାନୀୟ ଆନିମଲ ସେଣ୍ଟରକୁ ପଠେଇ ଦେଇଥିଲୁ।
କୁନି ଗୁଣ୍ଡୁଚି ସାଜିଲା ଅପରାଧୀ- ପଶ୍ଚିମ ଜର୍ମାନୀର ବୋର୍ତ୍ତୋପ ସହରର ଏକ ଗଳିରେ ଯାଉଥିଲେ ଜଣେ ମହିଳା। ହଠାତ ସେ ଦେଖିଲେ ଏକ କୁନି ଈଷତ୍‌ ଲାଲରଙ୍ଗର ଗୁଣ୍ଡୁଚି ବେଶ୍‌ ରାଗିବା ଢଙ୍ଗରେ ତାଙ୍କୁ ପିଛା କରୁଛି। ଛୋଟିଆ ପ୍ରାଣୀ ହେଲେ ବି ତା’ର ଢଙ୍ଗ ଥିଲା ବେଶ୍‌ ଭୟଙ୍କର। ସେ ପାଖକୁ ଆସି ମହିଳାଙ୍କୁ କାମୁଡିବାକୁ ଚେଷ୍ଟା କଲା। ମହିଳାଜଣକ ଚାହିଁ ବି ତାଠୁ ପିଛା ଛଡ଼େଇ ପାରିଲେ ନାହିଁ। ଶେଷରେ ସେ ପୋଲିସଙ୍କ ସାହାଯ୍ୟ ଲୋଡ଼ିଲେ। ପୋଲିସ୍‌ ଆସି ଗୁଣ୍ଡୁଚିକୁ କାବୁ କଲା। ଆଉ ଅପରାଧୀ ଗୁଣ୍ଡୁଚିକୁ ପୋଲିସଷ୍ଟେଶନ୍‌ ନେଇ ଆସିଲେ। ଅନୁଧ୍ୟାନ କରିବାରୁ ଜାଣିବାକୁ ପାଇଲେ ଯେ, ଗୁଣ୍ଡୁଚି ଅବସାଦର ଶିକାର ହୋଇଛି। ତେଣୁ ତାକୁ ମହୁ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା କଲେ। ଏହାପରେ ତାକୁ ଆକ୍ରମଣକାରୀ ଭାବେ ବନ୍ଦି କରି ନ ରଖି ବରଂ ରେସ୍କ୍ୟୁ ସେଣ୍ଟର ପଠାଇଦେଲେ।
ଜେଲରେ ଗଧ-୨୦୦୮ରେ ଦକ୍ଷିଣ ମେକ୍ସିକୋର ଚିଆପସ୍‌ର ପୋଲିସ ବ୍ଲାକି ନାମକ ଏକ ଗଧକୁ ଆରେଷ୍ଟ କରିଥିଲା। ତା’ର ଅପରାଧ ଏହା ଥିଲା ଯେ, ସେ ଜଣେ ବ୍ୟକ୍ତିଙ୍କ ଛାତିକୁ ମୁଣ୍ଡରେ ମାରିବା ସହ ଆଉ ଜଣେ ବ୍ୟକ୍ତିଙ୍କୁ ଗୋଇଁଠା ମାରିଥିଲା। ଏହାପରେ ପୋଲିସ ଗଧକୁ ଗିରଫ କରି ଜେଲ୍‌ରେ ରଖିଥିଲା। ପୋଲିସଙ୍କ କହିବାନୁସାରେ ଯେ ପର୍ଯ୍ୟନ୍ତ ତା’ର ମାଲିକ ଆହତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ଓ କାମକୁ ଯାଇପାରି ନ ଥିବାରୁ ତାଙ୍କ ପାଉଣା ଦେଇ ନ ଥିଲେ ସେତେଦିନ ପର୍ଯ୍ୟନ୍ତ ବ୍ଲାକି ରହିଥିଲା ଜେଲରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri