ପଞ୍ଚମୁଖୀ ହନୁମାନ ପୀଠ ଭଙ୍ଗାକୁ ନେଇ ଅସନ୍ତୋଷ

ଯୋଡ଼ା, ୧୮।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭୂୟାଁରୋଇଡା ପଞ୍ଚାୟତର କେଥହଟିଂର ଛତାବରୀ ଠାରେ ଆଦିବାସୀଙ୍କ ଦ୍ୱାରା ସ୍ଥାପନ ହୋଇଥିବା ପଞ୍ଚମୁଖୀ ବାବା ହନୁମାନ ପୀଠ ଭଙ୍ଗାକୁ ନେଇ ଉକ୍ତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁଯାୟୀ କେଉଁ କାଳରୁ ସୁନାନଦୀ ଅବବାହିକାରେ ଏଠାରେ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଉଥିଲା। ଗ୍ରାମବାସୀଙ୍କ ଉଦ୍ୟମକ୍ରମେ ୨୦୧୭ ମସିହା ଠାରୁ ଉକ୍ତ ପୀଠ ପ୍ରତିଷ୍ଠା କରାଯାଇ ବିଦ୍ଧିବଦ୍ଧ ଭାବେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିଲା। ଏନେଇ ପୀଠର ଦେହୁରୀ ଜାଉରା ଓରାମ କହିଛନ୍ତି, ହନୁମାନଙ୍କୁ ପୂଜାର୍ଚ୍ଚନା କଲେ ଲୋକଙ୍କ ମଙ୍ଗଳ ହୋଇଥାଏ ଓ ବିଭିନ୍ନ ସମସ୍ୟା ସମାଧାନ ହୋଇଥାଏ ବୋଲି ଗାଁ ଲୋକଙ୍କ ବିଶ୍ୱାସ ରହିଛି ା ଉକ୍ତ ପବିତ୍ର ପୀଠରେ ସ୍ଥାନୀୟ ଏକ ଖଣି କମ୍ପାନୀର ସୁରକ୍ଷା କର୍ମୀ ମାନେ ସଂଘବଦ୍ଧ ହୋଇ ଏଠାକୁ ଆସି ବଳପୂର୍ବକ ଗ୍ରାମବାସୀଙ୍କୁ ଧମକ ଦେଇ ପୀଠକୁ ଅପରିଷ୍କାର କରିବା ସହିତ ଚପଲ ମାଡି ପୀଠ ଭିତରେ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି। ସୁରକ୍ଷାକର୍ମୀମାନେ ପୀଠରେ ଥିବା ହନୁମାନ ଝଣ୍ଡା, ପୂଜାର୍ଚ୍ଚନା ସାମଗ୍ରୀ, ଘଟ ଉପାଡି ଫୋପାଡି ଦେଇଥିଲେ। ଗ୍ରାମବାସୀଙ୍କ ମଧ୍ୟରେ ରଗଡଦାସ ଓରାମ, ବନବାସୀ ଓରାମ, ବଉଳ ପାତ୍ର, ଧୀରେନ ଓରାମ ପ୍ରମୁଖ କହିଛନ୍ତି, ଗତ ବୁଧବାର ଖଣି କମ୍ପାନୀର ଘରୋଇ ସୁରକ୍ଷା କର୍ମୀ ମାନେ ପୀଠକୁ ଭାଙ୍ଗି ଦେଇଛନ୍ତି। ଯାହାଫଳରେ ତାଙ୍କର ଧର୍ମୀୟ ଭାବନା ଉପରେ ଆଘାତ ଲାଗିଛି। ଆସ୍ଥା ଓ ବିଶ୍ୱାସ ଥିବା ଗ୍ରାମବାସୀଙ୍କ ଏହି ଧର୍ମପୀଠରେ ସମ୍ପୃକ୍ତ ଖଣି କମ୍ପାନୀର କେତେକ ସୁରକ୍ଷା କର୍ମୀ ଶୌଚ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏନେଇ ପ୍ରଶାସନ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri