Posted inଖେଳ

ଜନ୍ମ ପରେ ମତ୍ସଜୀବୀଙ୍କ ପିଲା ସହ ଅଦଳବଦଳ ହୋଇଯାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର; ଏପରି ପଡ଼ିଥିଲା ଜଣା

ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଇତିହାସରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ବତନ୍ତ୍ରତାକୁ ନେଇ ଜଣାଶୁଣା। ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ କିମ୍ବଦନ୍ତୀ ବା ମହାନ ଖେଳାଳି ଆଖ୍ୟା ମିଳିଛି। ଏଥିମଧ୍ୟରୁ ପୂର୍ବତନ ଭାରତୀୟ ଓପନର ତଥା ଅଧୀନାୟକ ସୁନୀଲ ଗାଭାସ୍କର ଅନ୍ୟତମ। ସନି ଏବଂ ଲିଟିଲ୍‌ ମାଷ୍ଟର ନାମରେ ଜଣାଶୁଣା ଏହି ମହାନ ବ୍ୟାଟ୍ସମ୍ୟାନ ସାରା ବିଶ୍ୱରେ ନିଜର ପ୍ରତିଭାକୁ ପ୍ରମାଣିତ କରିଛନ୍ତି। ଆଜି ସେ ନିଜର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି।

୧୯୪୯ ଜୁଲାଇ ୧୦ରେ ସୁନୀଲ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ଗାଭାସ୍କର ଜନ୍ମ ହୋଇଥିଲେ, ତାଙ୍କୁ ଡାକ୍ତରଖାନାରେ ଜଣେ ମତ୍ସ୍ୟଜୀବୀଙ୍କ ପିଲାଙ୍କ ସହ ଅଦଳବଦଳ କରାଯାଇଥିଲା। ହେଲେ ଗାଭାସ୍କରଙ୍କ ମାମୁଁ ଏହା ଜାଣିପାରିଥିଲେ। କାନରେ ଥିବା ଜନ୍ମ ଚିହ୍ନ ଦେଖି ପିଲା ବଦଳ ହୋଇଥିବା ନେଇ ସେ ଅନ୍ୟମାନଙ୍କୁ କହିଥିଲେ। ଶେଷରେ ତାଙ୍କୁ ଗାଭାସ୍କରଙ୍କୁ ଚିହ୍ନିବା ସହଜ ହୋଇଥିଲେ। ମାତ୍ର ଯଦି ଉକ୍ତ ଦିନ ସେ ବଦଳ ହୋଇଯାଇଥାନ୍ତେ ବୋଧହୁଏ ପଶ୍ଚିମ ଉପକୂଳରେ ମତ୍ସ୍ୟଚାଷୀ ଭାବେ ବଡ଼ ହୋଇଥାନ୍ତେ ବୋଲି ଗାଭାସ୍କର କହିଥିଲେ।

ଉଚ୍ଚତା ଛୋଟ ହୋଇଥିଲେ ହେଁ ଏହି ମହାନ ଖେଳାଳି ୧୯୭୧ ମାର୍ଚ୍ଚରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିଲେ। ନଖ ସଂକ୍ରମଣ ଯୋଗୁ ସେ ଉକ୍ତ ଟେଷ୍ଟରେ ଖେଳିବାର ସୁଯୋଗ ପାଇ ନ ଥିଲେ। ହେଲେ ଦ୍ୱିତୀୟ ଟେଷ୍ଟରେ ସେ ମଇଦାନକୁ ଓହ୍ଲାଇ ୬୫ ଓ ୬୭ ରନ୍‌ର ଦୁଇଟି ଇନିଂସ ଖେଳିଥିଲେ। ସୁନିଲଙ୍କ ରନ୍‌ ଯୋଗୁ ଭାରତ ସେମାନଙ୍କ ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳକୁ ପରାସ୍ତ କରିଥିଲା। ଏହିଭଳି ଭାବେ ସୁନିଲଙ୍କ ପାଇଁ ପ୍ରଥମ ମ୍ୟାଚ୍‌ ବେଶ ଖାସ୍‌ ପାଲଟିଥିଲା।

ବ୍ୟକ୍ତିଗତ ଜୀବନକୁ ଦେଖିଲେ କାନପୁରର ଚମଡ଼ା ବ୍ୟବସାୟୀଙ୍କ ଝିଅ ମାର୍ଶନିଲଙ୍କୁ ବିବାହ କରିଛନ୍ତି। ତାଙ୍କର ପୁଅ ମଧ୍ୟ ଭାରତ ପାଇଁ ଖେଳିଥିଲେ। ଗାଭାସ୍କରଙ୍କ ପୁଅ ରୋହନ ଗାଭାସ୍କର ଭାରତ ପାଇଁ ୧୧ ଓଡିଆଇ ଖେଳିଥିଲେ ମଧ୍ୟ ସେ ତାଙ୍କ ପିତାଙ୍କ ଭଳି ଚମକି ପାରି ନ ଥିଲେ। ଦଳରେ ଅଧିକ ସମୟ ରହି ନ ପାରିବା ଯୋଗୁ ସେ କ୍ରିକେଟ କମେଣ୍ଟ୍ରିରେ କ୍ୟାରିୟର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ପ୍ରବୀଣ ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri