Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ- ଆର୍ଜେଣ୍ଟିନା ଫାଇନାଲ

ରିଓ ଡି ଜେନିରୋ,୧୦।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଦୁଇ ହେଭିଓ୍ବେଟ ଦଳ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଟାଇଟଲ ଲଢେଇରେ ଅବତୀର୍ଣ୍ଣ ହେବେ। ଶନିବାର ସ୍ଥାନୀୟ ଐତିହାସିକ ମାରାକାନା ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟୁର୍ନାମେଣ୍ଟରେ ଗତଥରର ଚାମ୍ପିୟନ ବ୍ରାଜିଲ ସର୍ବାଧିକ ୯ଥର ଟାଇଟଲ ହାସଲ କରିଛି। ତେବେ ୧୫ ଥର ଚାମ୍ପିୟନ ହୋଇ ଉରୁଗୁଏ ସଫଳତମ ଦଳ ସାବ୍ୟସ୍ତ ହୋଇଛି। ସେହିପରି ଆର୍ଜେଣ୍ଟିନା ୧୪ ଥର ଚାମ୍ପିୟନ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି।
ଟୁର୍ନାମେଣ୍ଟରେ ଏ ପର୍ଯ୍ୟନ୍ତ ବ୍ରାଜିଲ ମାତ୍ର ୨ଟି ଗୋଲ ବରଣ କରିଛି। ଅଭିଜ୍ଞ ଥିଆଗୋ ସିଲ୍‌ଭା, ମାରକ୍ୟୁନୋସ ଓ ଏଡେର ମିଲିଟାଓଙ୍କ ସମେତ ଡିଫେନ୍ସିଭ ମିଡ୍‌ଫିଲ୍ଡର କାସେମିରେ, ଫ୍ରେଡ, ରାଇଟ ବ୍ୟାକ ଡାନିଲୋ ଓ ଲେଫ୍ଟ ବ୍ୟାକ୍‌ ରେନାନ ଲୋଦି ଟୁର୍ନାମେଣ୍ଟରେ ଉଚ୍ଚକୋଟୀର ପ୍ରଦର୍ଶନ କରି ବ୍ରାଜିଲକୁ ଚାମ୍ପିୟନ କରାଇବାର ସାମର୍ଥ୍ୟ ରଖୁଛନ୍ତି। କୋଭିଡ୍‌-୧୯ କାରଣରୁ ଏହି ଖେଳାଳିମାନେ ଟୁର୍ନାମେଣ୍ଟ ଆୟୋଜନକୁ ବିରୋଧ କରି ସମାଲୋଚନ କରୁଥିଲେ ମଧ୍ୟ ଏବେ ଟାଇଟଲ ଜିତିବା ପାଇଁ ବେଶ୍‌ ଆଶାବାଦୀ ଅଛନ୍ତି।
ମେସିଙ୍କ ପାଇଁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି। ସଫଳ ହେଲେ ଆର୍ଜେଣ୍ଟିନା ପାଇଁ ମେସି ଜିତିବେ ପ୍ରଥମ ଅନ୍ତର୍ଜାତୀୟ ତଥା ମେଜର ଟାଇଟଲ। ଗତ ୨୮ ବର୍ଷ ହେବ ଆର୍ଜେଣ୍ଟିନା କୌଣସି ମେଜର ଟ୍ରଫି ଜିତିପାରି ନାହିଁ। ୩୪ ବର୍ଷରେ ମେସି ପଦାର୍ପଣ କରୁଛନ୍ତି। ମେସିଙ୍କୁ ମିଡ୍‌ଫିଲ୍ଡର ରୋଡ୍ରିଗୋ ଡି ପଲ ଓ ଗିଓଭାନ ଲୋ ସେଲସୋ ସହାୟତା ତଥା ସୁରକ୍ଷା ଦେବେ। ଏହି ଦୁଇ ଖେଳାଳି ଆକ୍ରମଣାତ୍ମକ ଓ୍ବିଙ୍ଗର ଭାବେ ଜଣାଥିବା ଲାଉଟାରୋ ମାର୍ଟିନଜେ ଓ ନିକୋ ଗୋଞ୍ଜାଲେଜଙ୍କୁ ଭଲ ପାସ୍‌ ଦେବାର ସମ୍ଭାବନା ରଖୁଛନ୍ତି। ମେସି ଏ ପର୍ଯ୍ୟନ୍ତ ୪ଟି ଗୋଲ ସ୍କୋର କରି ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି ଓ ସେ ୫ଟି ଆସିଷ୍ଟ କରିଛନ୍ତି। ନିଜ କ୍ଲବ ବାର୍ସିଲୋନ ଶୈଳୀରେ ମେସି ଖେଳୁଛନ୍ତି ଓ ଫ୍ରି କିକ୍‌ ଜରିଆରେ ଗୋଲ ସ୍କୋର କରିଛନ୍ତି।
ବ୍ରାଜିଲ ଓ ଆର୍ଜେଣ୍ଟିନା ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଏହି ଦୁଇ ଦଳ ପାଖରେ ଦୁର୍ବଳତା ରହିଛି। ଡିଫେନ୍ସ ଉପରେ ବ୍ରାଜିଲ ଅତ୍ୟଧିକ ନିର୍ଭରଶୀଳ ହୋଇଥିବାରୁ ଷ୍ଟ୍ରାଇକରମାନଙ୍କ ପ୍ରଦର୍ଶନ ସେତେଟା ଭଲ ହୋଇପାରି ନାହିଁ। ଯାହାଫଳରେ ରିଚାର୍ଲିଶନ ଓ ରୋବେର୍ଟୋ ଫିରମିନୋ ବ୍ରାଜିଲ ପାଇଁ ମାତ୍ର ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। ଫାଇନାଳ ମ୍ୟାଚ୍‌ରୁ ବାସନ୍ଦ ହୋଇଥିବା ଗାବ୍ରିଏଲ ଜେସସ ଗୋଲ ଦେବାରେ ବିଫଳ ହୋଇଛନ୍ତି। ମେସିଙ୍କୁ ସୁରକ୍ଷା ଦେବା ପ୍ରକ୍ରିୟାରେ ଆର୍ଜେଣ୍ଟିନାକୁ ଦ୍ୱିତୀୟାର୍ଦ୍ଧରେ ମୂଲ୍ୟ ଦେବାକୁ ହୋଇଛି। ବ୍ରାଜିଲ ଆର୍ଜେଣ୍ଟିନାଠାରୁ ଅଧିକ ଗୋଲ ଦେବାରେ ସଫଳ ହୋଇଛି। ଫାଇନାଳ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ। ମ୍ୟାଚ୍‌ ଅତିରିକ୍ତ ସମୟକୁ ଯିବ ଓ ପେନାଲ୍ଟି ପରେ ଚାମ୍ପିୟନ କିଏ ହେବ ତାହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ୨୦୧୯ କୋପା ସେମିଫାଇନାଲରେ ବ୍ରାଜିଲ ୨-୦ରେ ଆର୍ଜେଣ୍ଟିନାକୁ ହରାଇଥିଲା। ଦଳ ତରଫରୁ ଗାବ୍ରିଏଲ ଜେସସ ଓ ରୋବେର୍ଟୋ ଫିର୍ମିନୋ ଗୋଲ ଦେଇଥିଲେ। ନେମାର ଇଞ୍ଜୁରି କାରଣରୁ ଏହି ଟୁର୍ନାମେଣ୍ଟ ଖେଳି ନ ଥିଲେ।
ଆର୍ଜେଣ୍ଟିନା ଗୋଲକିପର ଏମିଲିଆନୋ ମାର୍ଟିନେଜଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ହୋଇଛି। କଲମ୍ବିଆ ବିପକ୍ଷ ସେମିରେ ସେ ୩ଟି ଗୋଲ ସେଭ କରିଥିଲେ। ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସେନାରୋ ଅନ୍‌ଲାଇନ୍‌ରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବେର୍ଟୋ ଫର୍ନାଣ୍ଡିଜଙ୍କ ସହ ଫାଇନାଲ ମ୍ୟାଚ୍‌ ପୂର୍ବରୁ କଥା ହୋଇଛନ୍ତି। ବ୍ରାଜିଲ ୫-୦ରେ ଜିତିବ ବୋଲି ବୋଲସେନାରୋ କହିଛନ୍ତି। ତେବେ ଫର୍ନାଣ୍ଡିଜ କିନ୍ତୁ ହସିବା ସହ ନିଜର ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଏହି ଫାଇନାଲ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri