Posted inଜାତୀୟ

କୋଭିଡ୍‌ ପାଣ୍ଠି ଲାଗି ୨୩,୧୨୩ କୋଟି

ନୂଆଦିଲ୍ଲୀ, ୯।୭(ପି.ଟି.):କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ କୋଭିଡ୍‌ ପ୍ୟାକେଜ୍‌ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାମାରୀ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଲାଗି ୨୩,୧୧୨୩ କୋଟି ଟଙ୍କାର କୋଭିଡ୍‌ ପାଣ୍ଠି ଘୋଷଣା କରାଯାଇଛି।
କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଉକ୍ତ ପ୍ୟାକେଜ୍‌ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଆଗାମୀ ୯ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ଏହା କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ପ୍ୟାକେଜ୍‌। ପୂର୍ବରୁ ଦେଶରେ କୋଭିଡ୍‌ ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ଲାଗି ୧୫,୦୦୦ କୋଟି ଟଙ୍କା ଦିଆଯାଇଥିଲା। ନୂଆ ପ୍ୟାକେଜ୍‌ରେ କେନ୍ଦ୍ର ସରକାର ୧୫,୦୦୦ କୋଟି ଏବଂ ରାଜ୍ୟ ସରକାର ୮୦୦୦ କୋଟି ଟଙ୍କା ଯୋଗାଇଦେବେ। ସ୍ବାସ୍ଥ୍ୟସେବା ଭିତ୍ତିଭୂମି, ପ୍ରାଥମିକ ତଥା ଜିଲା ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ବିକାଶ ଲାଗି ଏହି ଯୋଜନା ମିଳିତ ଭାବେ ଦେଶର ସମସ୍ତ ୭୩୬ଟି ଜିଲାରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ପ୍ରାୟ ୨.୪ ଲକ୍ଷ ସାଧାରଣ ମେଡିକାଲ ବେଡ୍‌ ଏବଂ ୨୦,୦୦୦ ଆଇସିୟୁ ବେଡ୍‌ ସୃଷ୍ଟି କରାଯିବ। ସେଥିରୁ ୨୦ ପ୍ରତିଶତ ବେଡ୍‌ ସ୍ବତନ୍ତ୍ର ଭାବେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ମନ୍ତ୍ରୀ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଉକ୍ତ ଯୋଜନାରେ ଜିଲା ସ୍ତରରେ ଅକ୍ସିଜେନ୍‌ ଏବଂ ମେଡିସିନ୍‌ ଗଚ୍ଛିତ ରଖିବା ପାଇଁ ଷ୍ଟୋରେଜ୍‌ ସୁବିଧା କରାଯିବ। ତୁରନ୍ତ କୋଭିଡ୍‌ ସଂକ୍ରମିତଙ୍କୁ ଚିହ୍ନଟ କରିବା ଓ ମହାମାରୀ ମୁକାବିଲାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବିକାଶ ଯୋଜନା କରାଯାଇଛି।
ସ୍ବାସ୍ଥ୍ୟସେବା ବ୍ୟତୀତ କ୍ୟାବିନେଟ ବୈଠକରେ କୃଷି ସେକ୍ଟର ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୃଷି ଉତ୍ପାଦନ ବିପଣନ କମିଟି (ଏପିଏମ୍‌ସି) ମଣ୍ଡିଗୁଡ଼ିକ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠିରୁ ଆର୍ଥତ୍କ ସହାୟତା ପାଇବେ। ଏପିଏମ୍‌ସି ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠିକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହା ନିୟନ୍ତ୍ରିତ ବଜାର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବା ସହ ଚାଷୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ। ସେହିପରି ନଡ଼ିଆ ବୋର୍ଡ ପୁନର୍ଗଠନ ପାଇଁ ବୈଠକରେ ଘୋଷଣା କରାଯାଇଛି। ନୂଆ କୃଷି ଆଇନ ଯୋଗୁ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହୋଇଯିବ ନାହିଁ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। କୃଷି ଆଇନ କାର୍ଯ୍ୟକାରୀ ହେବା ପରେ ଏପିଏମ୍‌ସି କେନ୍ଦ୍ର ସରକାରଙ୍କ ଭିତ୍ତିଭୂମି ପାଣ୍ଠିରୁ କୋଟି କୋଟି ଟଙ୍କା ପାଇବ, ଯାହା କୃଷକମାନଙ୍କ ଆର୍ଥତ୍କ ସ୍ଥିତିକୁ ସୁଦୃଢ଼ କରିବ ବୋଲି ତୋମାର କହିଛନ୍ତି।
କ୍ୟାବିନେଟ ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ତୋମାର କହିଥିଲେ, ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେବନାହିଁ ବୋଲି ଗତ ବଜେଟ ଉପସ୍ଥାପନ ବେଳେ କୁହାଯାଇଥିଲା। ମଣ୍ଡି ବ୍ୟବସ୍ଥାକୁ ଅଧିକ ମଜଭୂତ କରିବା ଲକ୍ଷ୍ୟରେ ଏହାକୁ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଲକ୍ଷେ କୋଟି ଟଙ୍କା ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ମାର୍କେଟ ୟାର୍ଡ ମଧ୍ୟରେ ଶୀତଳ ଭଣ୍ଡାର, ସଟିଂ, ଗ୍ରେଡିଂ ଆଦି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ଲାଗି ଏପିଏମ୍‌ସିକୁ କମ୍‌ ସୁଧରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ବର୍ତ୍ତମାନ ସୁଦ୍ଧା ବ୍ୟକ୍ତିବିଶେଷ, ସଂଗଠନ, ସମବାୟ ସଂସ୍ଥା, କୃଷି ଉତ୍ପାଦନ ସଂଗଠନ (ଏଫ୍‌ପିଓ) ଏବଂ କୃଷି ଷ୍ଟାର୍ଟଅପ୍‌ଗୁଡ଼ିକୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ବାର୍ଷିକ ୩ ପ୍ରତିଶତ ସୁଧ ଛାଡ଼ ସୁବିଧା ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri