Posted inଖେଳ

ଇତିହାସ ରଚିଲେ ଏହି ବୋଲର୍‌

ଇଂଲଣ୍ଡର କିମ୍ବଦନ୍ତୀ ପେସର୍‌ ଜେମ୍ସ ଆଣ୍ଡରସନ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୧୦୦୦ ଉଇକେଟ ନେଇ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଲାନକାର୍ଶି ଖେଳିବାବେଳେ କେଣ୍ଟ ବିପକ୍ଷ ମ୍ୟାଚରେ ଏହି ସଫଳତା ହାସଲ କରିଥିଲେ। ଚଳିତ ମାସ ଶେଷରେ ତାଙ୍କର ୩୯ତମ ଜନ୍ମଦିନ ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ଆଣ୍ଡରସନ ଏହି ନୂଆ ରେକର୍ଡ କରିଛନ୍ତି। ଓଲ୍ଡ ଟ୍ରାଫର୍ଡରେ ଆଣ୍ଡରସନ ଏହି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୫୧ ତମ ଥର ପାଇଁ ଇନିଂସରେ ୫ ଉଇକେଟ ନେଇଥିଲେ। ମ୍ୟାଚର ପ୍ରଥମ ୭ ଓଭରରେ ସେ ୩ ରନ ପାଇଁ ୫ଟି ଉଇକେଟ ନେଇଥିଲେ। ଏବେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ୯୦୪ ଉଇକେଟ ରହିଛି। ସେ ଟେଷ୍ଟରେ ମୋଟ ୬୧୭ ଉଇକେଟ, ଦିନିକିଆରେ ୨୬୯ ଉଇକେଟ ଏବଂ ଟି -୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ୧୮ଟି ଉଇକେଟ ନେଇଛନ୍ତି।
୨୦୦୨ ମସିହାରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଆଣ୍ଡରସନ, କ୍ୟାରିୟରରେ ୧୦୦୦ ଉଇକେଟ ନେଇଥିବା ୧୪ତମ ଖେଳାଳି। ସେ ଆଣ୍ଡି କ୍ୟାଡିକ (୨୦୦୫), ମାର୍ଟିନ ବିକନେଲ (୨୦୦୪), ଡିଭନ ମଲକମ (୨୦୦୨) ଏବଂ ୱାସିମ ଆକ୍ରାମ (୨୦୦୧)ଙ୍କ ପରେ ଏହା କରିବାରେ ପଞ୍ଚମ ଦ୍ରୁତ ବୋଲର ଅଟନ୍ତି। ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ପାଇଁ ୧୬୨ଟି ମ୍ୟାଚରେ ହାରାହାରି ୨୬.୬୭ ହାରରେ ୬୧୭ ଉଇକେଟ ନେଇ ବିଶ୍ୱର ସର୍ବୋତ୍ତମ ଦ୍ରୁତ ବୋଲର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି କାଫେ ଉଦ୍‌ଘାଟନ କଲେ ଏମ୍‌ପି

ତୁମୁଡିବନ୍ଧ,୨୬ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଶୁକ୍ରବାର ତୁମୁଡିବନ୍ଧ ଗସ୍ତ କରି ବ୍ଲକ୍‌ ପରିସରରେ ଥିବା ମିଶନ ଶକ୍ତି କାଫେ, ବେଲଘର...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri