ଅଧାରେ ଅଟକିଛି ଜଗଦଳା ଜଳସେଚନ ପ୍ରକଳ୍ପ

ଝୁମ୍ପୁରା, ୫।୭ (ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ମଲଦା ପଞ୍ଚାୟତରେ ରହିଛି ଜଗଦଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଏହାର ଉନ୍ନତୀକରଣ କାମ ଅଧାରେ ଅଟକିଛି। ଉକ୍ତ ଡ୍ୟାମ୍‌ ଉପରେ ବହୁ ଗ୍ରାମର ଚାଷୀ ନିର୍ଭର କରୁଥିଲେ ମଧ୍ୟ କାର୍ଯ୍ୟ ଅଧାପନ୍ତରିଆ ହୋଇପଡ଼ିଥିବାରୁ ଲୋକେ ହଇରାଣ ହେଉଛନ୍ତି। ଏହି ଡ୍ୟାମ୍‌ର ରିଜର୍ଭର, ଟନେଲ, ସର୍‌ପ୍ଲସ ଟନେଲ, ମୁଖ୍ୟ କେନାଲ ତତ୍‌ସହିତ ଝୁମ୍ପୁରା ବ୍ଲକ ଓ ସଦର ବ୍ଲକର ଗୋଡୁଆ ଟୋପା, ରେଙ୍ଗାଳବେଡା, ଧନୁର୍ଜୟପୁର, କୁରଡିହି, ସିଲିସୁଆଁ, କାଳିସୁଇ, କଣ୍ଡାରାପଶି ଆଦି ଗ୍ରାମଗୁଡିକର ଚାଷଜମିରେ ଶାଖା କେନାଲ ଭାବେ ବିଛାଇ ହୋଇରହିଛି।
ସମୟକ୍ରମେ ରିଜର୍ଭର ପୋତିହେଲା, ଟନେଲରେ ଲିକ, ଧ୍ୱସ୍ତ ଅବସ୍ଥାରେ କେନାଲ ଯୋଗୁ ଚାଷଜମିକୁ ପାଣି ମାଡିଲା ନାହିଁ। ଚାଷୀଙ୍କ ବାରମ୍ବାର ଅଭିଯୋଗ ପରେ ୨୦୧୮ରେ ଜଗଦଳା ଡ୍ୟାମର ରିଜର୍ଭର ପଙ୍କୋଦ୍ଧାର, ଟନେଲ ମରାମତି, ମୁଖ୍ୟ କେନାଲ ମରାମତି ଆଦି ପାଇଁ ଜିଲା ଖଣିଜ ପାଣ୍ଠିରୁ (ଡିଏମ୍‌ଏଫ୍‌) ୩ କୋଟି ୩୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟବରାଦ କରାଯାଇ କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ ଟେଣ୍ଡର ଦିଆଗଲା। ସେହିପରି ବିଛାଇ ହୋଇପଡିଥିବା କେନାଲଗୁଡିକର ମରାମତି, କେନାଲ ସ୍ବାଇଫଲ ମରାମତି ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ ଆଉ ଏକ ଟେଣ୍ଡର ଦିଆଗଲା। ଜିଲା ଖଣିଜ ପାଣ୍ଠିରୁ ଦ୍ୱିତୀୟ ଟେଣ୍ଡର ପାଇଁ ୩ କୋଟି ୩୩ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟୟବରାଦ ହୋଇଥିଲା। ଡ୍ୟାମ୍‌ର ଉନ୍ନତୀକରଣ ପାଇଁ ସମୁଦାୟ ୭ କୋଟି ପାଖାପାଖି ଟଙ୍କା ବ୍ୟୟବରାଦ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ଟେଣ୍ଡର ଏଷ୍ଟିିମେଟ୍‌ ଅନୁସାରେ ଡ୍ୟାମ୍‌ ରିଜର୍ଭର ପଙ୍କୋଦ୍ଧାର ହୋଇନାହିଁ କି ଟନେଲ ମରାମତି ହୋଇନାହିଁ। କେବଳ ମୁଖ୍ୟ କେନାଲର କିଛି ଅଂଶ ଯେନତେନ ମରାମତି କରାଯାଇଛି। କ୍ଷୁଦ୍ର ଜଳସେଚନ ବିଭାଗ କେବଳ ମିଟିଂ ଡକାଇ କାମ ଚଳାଇ ନେଉଛି ବୋଲି ଚାଷୀ ସୁନାରାମ ମାଝୀ, ଜାପାନ ମାଝୀ, ଆଦେଶ ମୁଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ କେନାଲ ପାଇଁ ଥିବା ସୂଚନା ଫଳକ ଏବଂ ଡ୍ୟାମ୍‌ ପାଖରେ ଥିବା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ତା.୫।୧।୨୦୧୮ ଲେଖାଥିବା ବେଳେ, କାର୍ଯ୍ୟଶେଷ ତା.୪।୧୨।୨୦୧୮ ଲେଖାଯାଇଛି। ଉଭୟ ସୂଚନାଫଳକରେ ସମାନ ଲେଖାଯାଇଛି। କିନ୍ତୁ ଏଯାଏ କାମ ଅଧାରେ ଅଟକିଥିବା ଚାଷୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଡି. ପ୍ରଧାନଙ୍କୁ ପଚାରିବାରୁ ସେ କାମ ହେବ କହିଛନ୍ତି। କେନ୍ଦୁଝରସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ମାନସ ରଞ୍ଜନ ଦାସ କହିଛନ୍ତି, ରିଜର୍ଭରରେ ପାଣି ପଶିଯିବାରୁ କାମ ହୋଇପାରିନାହିଁ, କାମ ହେବ। ତେବେ ସୂଚନାଫଳକ ସମ୍ବନ୍ଧରେ କିଛି କହିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri