ପୁରୁଷଙ୍କ ତୁଳନାରେ କମ୍‌ ମହିଳା ନେଉଛନ୍ତି ଟିକା

ନୂଆଦିଲ୍ଲୀ,୩୦।୬: ଭାରତରେ କରୋନା ବିରୋଧ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଭାବେ ଥିବା ଟିକାକରଣ ଅଭିଯାନ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି। କିନ୍ତୁ ଜୁନ ୨୧ରୁ ଏହି ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଜୁନ ୧୨ରୁ ଜୁନ ୨୯ମଧ୍ୟରେ
କାନାଡାର ମୋଟ ଜନସଂଖ୍ୟା ଅପେକ୍ଷା ଭାରତରେ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଏହି ଟିକାକରଣରେ ପୁରୁଷ ଓ ମହିଳାଙ୍କ ଅନୁପାତ ଏବେ ଚିନ୍ତାର ବିଷୟ ପାଲଟିଛି। କାରଣ ପୁରୁଷଙ୍କ ଅପେକ୍ଷା କମ୍‌ ସଂଖ୍ୟକ ମହିଳା ନିଜର ଟିକାକରଣ କରାଇଛନ୍ତି। ସୂଚନାଯୋଗ୍ୟ, ଗତ ୮ଦିନ ମଧ୍ୟରେ ଭାରତରେ ୪.୬୧କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି। ଯାହା ଇରାକ(୪.୦୨କୋଟି), କାନାଡା(୩.୭୭କୋଟି), ସୌଦି(୩.୪୮କୋଟି) ଓ ମାଲେସିଆ(୩.୨୩କୋଟି) ଜନସଂଖ୍ୟାଠାରୁ ଢ଼େର ଗୁଣା ଅଧିକ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଅନ୍ୟପଟେ ପୁରୁଷ ଓ ମହିଳାଙ୍କ ଅନୁପାତ ବିଷୟରେ କହିବାକୁ ଗଲେ ସରକାରୀ ତଥ୍ୟ ଅନୁସାରେ ମହିଳାଙ୍କ ତୁଳନାରେ ୩କୋଟିରୁ ଊର୍ଦ୍ଧ୍ୱ ପୁରୁଷ ଟିକା ନେଇଛନ୍ତି। ଟିକାକରଣ ଅଭିଯାନର ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ ୧୪.୯୯ କୋଟି ମହିଳା ଟିକା ନେଇସାରିଛନ୍ତି। ଯାହା ଟିକାକରଣର ମୋଟ ୪୬ପ୍ରତିଶତ। ସେହିପରି ଏପର୍ଯ୍ୟନ୍ତ ମୋଟ ୧୭.୮କୋଟି ପୁରୁଷମାନେ ଟିକା ନେଇସାରିଥିବା ବେଳେ, ଯାହା ଟିକାକରଣର ୫୪ ପ୍ରତିଶତ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ଭାରତରେ ଏପର୍ଯ୍ୟନ୍ତ ମୋଟ ୫୪,୬୯୩ କିନ୍ନରଙ୍କୁ ଟିକା ଦିଆଯାଇଛି ବୋଲି ନୀତି ଆୟୋଗର ସଦସ୍ୟ(ସ୍ବାସ୍ଥ୍ୟ) ବି.କେ ପଲ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା କର୍ମଚାରୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ, କହିଲେ ସଫଳ ବିବାହାର ଆଧାର ସହନଶୀଳତା

ନୂଆଦିଲ୍ଲୀ,୪।୫: ସୁଖି ଦାମ୍ପତ୍ୟ ଜୀବନ ବିଷୟରେ ପରାମର୍ଶଦାତା ପରି ସୁପ୍ରିମକୋର୍ଟ କିଛି ଟିପ୍ସ ଦେଇଛନ୍ତି। ଶୁକ୍ରବାର କୋର୍ଟ କହିଛନ୍ତି ଯେ ସହନଶୀଳତା ଏବଂ ସମ୍ମାନ ଏକ...

ରାଜନୀତିରେ ଅଜବ ଦୃଶ୍ୟ, ମଇଁଷି-ମେଣ୍ଢା ଉପରେ ଆସି କରୁଛନ୍ତି ନାମାଙ୍କନ ଦାଖଲ

କୋଲକାତା,୪।୫: ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଜାରି ରହିଛି। ବିଭିନ୍ନ ଦଳର ପ୍ରାର୍ଥୀ ନିଜର ଖାସ୍‌ ଅନ୍ଦାଜରେ ଆସି ନାମାଙ୍କନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri