Posted inଜାତୀୟ

ସେଣ୍ଟ୍ରାଲ ଭିଷ୍ଟା: ଏତେ ବିବାଦ କାହିଁକି

ନୂଆଦିଲ୍ଲୀ,୩୦ା୬: ନୂଆଦିଲ୍ଲୀର ସର୍ବାଧିକ ସୁରକ୍ଷା ବଳୟରେ ଥିବା ରାଇସିନା ହିଲ୍‌ରେ ନିର୍ମାଣାଧୀନ ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପ୍‌ମେଣ୍ଟ ପ୍ରୋଜେକ୍ଟ କିଛିଦିନ ହେଲା ବେଶ୍‌ ଚର୍ଚ୍ଚା ସାଉଣ୍ଟୁଛି। ବ୍ରିଟିଶ ଶାସନ ଅମଳରେ ସାର୍‌ ଏଡ୍‌ୱିନ୍‌ ଲୁଟିଏନ୍ସ ଏବଂ ସାର୍‌ ହର୍ବର୍ଟ ବର୍କର ଡିଜାଇନ କରିଥିବା ଏହି ସ୍ଥାପତ୍ୟାଞ୍ଚଳ ସ୍ବାଧୀନତା ପରେ ଭାରତ ସରକାରଙ୍କ ହାତକୁ ଆସିଥିଲା। ୨୦ ହଜାର କୋଟି ଟଙ୍କା ବ୍ୟୟରେ ମେଗା ପ୍ରୋଜେକ୍ଟର ପୁନର୍ନିମାଣ ଓ ନବୀକରଣ କାର୍ଯ୍ୟ ୨୦୧୯ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବାବେଳେ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ରାଜପଥ, ରାଷ୍ଟ୍ରପତି ଭବନ ଓ ଇଣ୍ଡିଆ ଗେଟ୍‌ ମଝିରେ ଥିବା ୩ କି.ମି. ବିସ୍ତୃତ ଉକ୍ତ ହାଇ ସିକ୍ୟୁରିଟି ଜୋନ୍‌କୁ ନୂଆ ରୂପ ଦେବା, ନର୍ଥ ବ୍ଲକ୍‌-ସାଉଥ୍‌ ବ୍ଲକ୍‌କୁ ଜାତୀୟ ସଂଗ୍ରହାଳୟରେ ସଜାଯିବା ସହ ସମସ୍ତ ମନ୍ତ୍ରୀଙ୍କ ପାଇଁ ନୂଆ ସେକ୍ରେଟାରିଏଟ୍‌ ବିଲ୍ଡିଂ ପ୍ରତିଷ୍ଠା କରାଯାଉଛି। ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଲାଗି ନୂଆ ଅଫିସ ଓ ସରକାରୀ ବାସଭବନ କାର୍ଯ୍ୟ ଚାଲିଛି। ୨୦୨୬ରେ ସାଂସଦମାନଙ୍କ ସଂଖ୍ୟା ବଢ଼ାଯିବା ଲକ୍ଷ୍ୟରେ ବର୍ଦ୍ଧିତ ଧାରଣ କ୍ଷମତା ସମ୍ପନ୍ନ ପାର୍ଲାମେଣ୍ଟର ନୂଆ ବିଲ୍ଡିଂ ନିର୍ମାଣ ହେଉଛି। ମୋଦି ସରକାରଙ୍କ ଏହି ଡ୍ରିମ୍‌ ପ୍ରୋଜେକ୍ଟକୁ ନେଇ ବିବାଦ ମୁଣ୍ଡ ଟେକିଛି।
ଜାତୀୟ ରାଜଧାନୀରେ ସ୍ବାସ୍ଥ୍ୟ ସୁବିଧା ଅଭାବରୁ ଲୋକେ ମରୁଥିବାବେଳେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କାର୍ଯ୍ୟ ମହାମାରୀରେ ମଧ୍ୟ ଅଟକିନାହିଁ। ଏହାକୁ ‘ଜରୁରୀ ସେବା’ ଘୋଷଣା କରାଯାଇଛି। ଲକ୍‌ଡାଉନ ଜାରି ସତ୍ତ୍ୱେ ଏଥିରେ ନିୟୋଜିତ ୧୫୦୦ ଶ୍ରମିକଙ୍କ କାମ ନ ଅଟକାଇବା ପାଇଁ ସୁନିଶ୍ଚିତ କରାଯାଇଛି। ଖରାରେ ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେଇଛି।

କଂଗ୍ରେସର ସମାଲୋଚନା, କେନ୍ଦ୍ରର ଯୁକ୍ତି

ସେଣ୍ଟ୍ରାଲ ଭିଷ୍ଟାକୁ କଂଗ୍ରେସ ‘ମୋଦି ମହଲ’ କହି ମହାମାରୀ ବେଳେ ଏହାର ନିର୍ମାଣ ପାଇଁ ୨୦ ହଜାର କୋଟି ଟଙ୍କା କାହିଁକି ଖର୍ଚ୍ଚ କରାଯାଉଛି ବୋଲି ପ୍ରଶ୍ନ କରିଛି। ଏହି ନ୍ୟାଶନାଲ ପାଓ୍ବାର କରିଡରକୁ ନେଇ ବିବାଦ ଲାଗି ରହିଥିବାବେଳେ କେନ୍ଦ୍ର କହୁଛି, ରାଇସିନା ହିଲ୍‌ରେ ଓ ରାଜପଥକୁ ଲାଗି ରହିଥିବା କୋଠାଗୁଡ଼ିକର ପୁନଃ ନିର୍ମାଣ ଆବଶ୍ୟକତା ବଢ଼ିଗଲାଣି। ଏହି ବିଲ୍ଡିଂଗୁଡ଼ିକ ଏବେ ପର୍ଯ୍ୟାପ୍ତ ସ୍ଥାନ, ସୁବିଧା ଓ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ନୁହେଁ। ନୂଆ ସଂସଦ ଭବନ ଜରୁରୀ। ବହୁ ସଂଖ୍ୟକ ବିଦେଶୀ ଏହି ଅଞ୍ଚଳକୁ ଆସୁଥିବାରୁ ଏହାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାକୁ ହେଲେ ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବା ଦରକାର ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଛି।

ଆବେଦନକାରୀଙ୍କୁ ଲକ୍ଷେ ଜରିମାନା

ମହାମାରୀ ବେଳେ ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣ ଉପରେ ରୋକ ଲଗାଇବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରିବାକୁ ମେ ୩୧ରେ ଦିଲ୍ଲୀ ହାଇକୋର୍ଟ ମନା କରିଦେବା ପରେ ଅନୁବାଦକ ଅନ୍ୟା ମାଲହୋତ୍ରା ଓ ଐତିହାସିକ ତଥା ଡକ୍ୟୁମେଣ୍ଟାରି ଫିଲ୍ମ ପ୍ରଯୋଜକ ସୋହାଇଲ୍‌ ହାସ୍‌ମି ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଏମ୍‌.ଏ. ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଆବେଦନକାରୀ ନିର୍ଦ୍ଦିଷ୍ଟ ଭାବେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟକୁ ଟାର୍ଗେଟ କରିଥିବାରୁ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରାଯିବ କନାହିଁ। ଲକ୍‌ଡାଉନ୍‌ରେ ଦିଲ୍ଲୀରେ ଅନ୍ୟ ସରକାରୀ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି। ଆବେଦନକାରୀ ସେଗୁଡ଼ିକ ସମ୍ପର୍କରେ ଚିନ୍ତା କରୁନାହାନ୍ତି। ତେଣୁ ହାଇକୋର୍ଟ ଏହାକୁ ଉଦ୍ଦେଶ୍ୟମୂଳକ ବୋଲି ଅଭିହିତ କରିଛନ୍ତି। ଆବେଦନକାରୀଙ୍କ ଏପରି ବ୍ୟବହାରକୁ ନେଇ ଲକ୍ଷେ ଟଙ୍କା ଜରିମାନା କଲେ ମଧ୍ୟ ତାହା କମ୍‌। ପ୍ରକାଶ ଯେ, ହାଇକୋର୍ଟ ଦିଲ୍ଲୀ ଷ୍ଟେଟ୍‌ ଲିଗାଲ୍‌ ସର୍ଭିସେସ୍‌ ଅଥରିଟିଙ୍କ ନିକଟରେ ୪ ସପ୍ତାହ ମଧ୍ୟରେ ୧ ଲକ୍ଷ ଟଙ୍କା ଜମା ଦେବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଯାହା ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି।
ଆଗକୁ ସେଣ୍ଟ୍ରାଲ ଭିଷ୍ଟା ଉପରେ ଯେମିତି କେହି ପ୍ରଶ୍ନ ଉଠାଇବେ ନାହିଁ, ସେଥିଲାଗି ଏଭଳି ଅର୍ଥଦଣ୍ଡ ଦିଆଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri