Posted inଫୁରସତ

ଯେଉଁଠି ଘରକୁ ଫେରେ ଅଧାଜଳା ମୃତ ଶରୀର

ସାଧାରଣ ଜୀବନ ଯାପନ ଶୈଳୀଠାରୁ ଆଦିବାସୀମାନଙ୍କ ଜୀବନ ଶୈଳୀ ଟିକେ ଅଲଗା। ଆଧୁନିକ ସମାଜରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠକୁ ଯାତ୍ରା କରୁଥିବା ସମୟରେ ଏମାନେ କିନ୍ତୁ ସେମାନଙ୍କ ପୂର୍ବ ପରମ୍ପରାକୁ ନେଇ ବଞ୍ଚିବାକୁ ପସନ୍ଦ କରିଥାଆନ୍ତି। ଏମିତିକି ପୂର୍ବଜମାନେ ତିଆରି କରି ଯାଇଥିବା ରୀତିନୀତିକୁ ମଧ୍ୟ ଏମାନେ ଆଜିବି ଅକ୍ଷରେ ଅକ୍ଷରେ ପାଳନ କରିଥାଆନ୍ତି। ଭିନ୍ନ ଭିନ୍ନ ଜନଜାତିର ନିୟମ ଅଲଗା ଅଲଗା ହୋଇଥାଏ। ଏମିତି ଏକ ଜନଜାତି ଅଛନ୍ତି ଯେଉଁମାନଙ୍କର ମୃତଦେହ ସଂସ୍କାର କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଏଠାରେ ଲୋକେ ମୃତ ବ୍ୟକ୍ତିର ଶରୀରକୁ ସମାଧି ଦିଅନ୍ତି ନାହିଁ। ଏଠାରେ ମୃତ ଶରୀରକୁ ପୋଡା ଯାଇଥାଏ। ହେଲେ ଏହା ସମ୍ପୂର୍ଣ୍ଣ ପୋଡିବା ପୂର୍ବରୁ ଅଧାଜଳା ଶରୀରକୁ ନିଆଁରୁ ବାହାର କରି ପରିଜନମାନେ ଘରକୁ ନେଇ ଆସନ୍ତି। ଏହାକୁ ମମି କରି ଘରେ ସାଇତି ରଖନ୍ତି। ପପୁଆ ନିଉ ଗିିନିରେ ରହୁଥିବା ଦାନି ନାମକ ଏକ ଜନଜାତି ସେମାନଙ୍କ ପରିଜନଙ୍କ ମୃତ୍ୟୁ ହେଲେ ମୃତ ଶରୀରକୁ ଅଧା ପୋଡା କରି ଘରକୁ ଆଣି ମମି ପରି ବର୍ଷ ବର୍ଷ ଧରି ସାଇତି ରଖନ୍ତି। ତେବେ ପରିବାରର ଉକ୍ତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏପରି କରାଯାଏ ବୋଲି କୁହାଯାଏ। ଏପରି ନୀତିନିୟମରେ ପରିବର୍ତ୍ତନ ଆଣିବାକୁ ସେଠାକାର ସରକାର ଚେଷ୍ଟା ଚଳାଇଛନ୍ତି। ତେବେ ବର୍ତ୍ତମାନ କେତେ ଅଞ୍ଚଳରେ ଏପରି ଜନଜାତି ଆଉ ମୃତ ଶରୀରକୁ ଅଧା ପୋଡା କରି ଘରକୁ ଆଣୁ ନାହାନ୍ତି। ହେଲେ ପୂର୍ବରୁ ଘରେ ସାଇତା ହୋଇ ରହିଥିବା ମୃତ ଶରୀରକୁ ଦେଖିବାକୁ ଦୂରଦୂରାନ୍ତରରୁ ଅନେକ ଲୋକ ଏଠାକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri