ସାଇକେଲ୍‌ରେ ବ୍ରେଡ୍‌-ଅଣ୍ଡା ବିକ୍ରି କରୁଛନ୍ତି ସୋନୁ

ମୁମ୍ବାଇ: ଗରୀବ ଓ ଅସହାୟ ଲୋକଙ୍କ ପାଇଁ ଦେବଦୂତ ପାଲଟିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଲଗାତର ଭାବେ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ରିଲ ଲାଇଫ୍‌ରୁ ଏବେ ରିୟଲ ଲାଇଫ୍‌ର ହିରୋ ସାଜିଛନ୍ତି ସୋନୁ। କରୋନା କାଳରେ ଲୋକଙ୍କ ସହାୟତା ପାଇଁ ହାତ ବଢ଼ାଇଥିବା ସୋନୁ ଅନେକ ପ୍ରବାସୀଙ୍କୁ ଘର ପହଞ୍ଚାଇବାଠାରୁ ଆରମ୍ଭ କରି ଚାକିରି ଦେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତୁଲାଇଥିଲେ। ଏହି କାର୍ଯ୍ୟ ପାଇଁ ସେ ବେଶ୍‌ ଚର୍ଚ୍ଚା ସାଉଁଟିଥିବା ବେଳେ ପ୍ରଶଂସକମାନେ ମଧ୍ୟ ବେଶ୍‌ ପ୍ରଶଂସା କରୁଛନ୍ତି। ତେବେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ସୋନୁ ସୁଦ ପ୍ରାୟ ସମୟରେ କିଛି ଫନି ଭିଡିଓ ଶେୟାର କରିବା ସହ ସଚେତନାର ବାର୍ତ୍ତା ମଧ୍ୟ ଦେଇଥାନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଢ଼ାବା ଓ ମଦ ଦୋକାନ ଖୋଲିବା ପରେ ବର୍ତ୍ତମାନ ସୋନୁ ନିଜର ଏକ ସୁପରମାର୍କେଟ ଖୋଲିଥିବା ଜଣାପଡ଼ିଛି। ଏହି ସୁପରମାର୍କେଟର ନାମ ରଖିଛନ୍ତି ‘ସୋନୁ ସୁଦକା ସୁପରମାର୍କେଟ’। ଏହାର ଏକ ଭିଡ଼ିଓକୁ ସେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ସେ ସାଇକେଲ୍‌ରେ ଅଣ୍ଡା ଓ ବ୍ରେଡ୍‌ ବିକୁଥିବାର ନଜର ଆସିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି, ମାଗଣା ହୋମ୍‌ ଡେଲିଭରୀ, ୧୦ଟି ଅଣ୍ଡାରେ ଗୋଟିଏ ବ୍ରେଡ୍‌ ମାଗଣା। ସୋନୁଙ୍କ ସୁପରମାର୍କେଟରେ ପ୍ରତି ଅଣ୍ଡାର ଦାମ୍‌ ୬ ଟଙ୍କା ହୋଇଥିବା ବେଳେ ବଡ଼ ବ୍ରେଡ୍‌ର ଦାମ୍‌ ୪୦ ଓ ଛୋଟ ବ୍ରେଡ୍‌ର ଦାମ୍‌ ୨୨ଟଙ୍କା ରହିଛି। ଆଉ ହୋମ୍‌ ଡେଲିଭରୀ ପାଇଁ ଏକ୍ସଟ୍ରା ଚାର୍ଜ ଲାଗିବ ବୋଲି ସୋନୁ ସୁଦ ଉକ୍ତ ଭିଡ଼ିଓରେ କହିଛନ୍ତି। ସୋନୁଙ୍କ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri