‘ଆପଲ ଡେଲି’ର ଅପମୃତ୍ୟୁ

ହଂକଂ,୨୪ା୬: ହଂକଂର ନୂଆ ସୁରକ୍ଷା ଆଇନ ଓ ଗଣତନ୍ତ୍ର ସପକ୍ଷବାଦୀ ଲଢ଼େଇ ମଝିରେ ବଳିପଡ଼ିଛି ପ୍ରସିଦ୍ଧ ଦୈନିକ ଖବରକାଗଜ ‘ଆପଲ୍‌ ଡେଲି’। ୧୯୯୫ ଜୁନ୍‌ ୨୦ରେ ଜିମି ଲାଇଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆପଲ୍‌ ଡେଲି’ ପ୍ରଥମେ ଚାଞ୍ଚଲ୍ୟକର ଖବର ପ୍ରକାଶ କରୁଥିଲା। ସେକ୍ସ, ଡ୍ରଗ୍ସ ଓ ସ୍କାଣ୍ଡାଲ ଆଦିକୁ ନେଇ ଏହାର ଶିରୋନାମା ପାଠକୀୟ ଦୃଷ୍ଟି ଆକର୍ଷଣ କରୁଥିଲା। ପରେ ଏହି ପେପର୍‌ ନିଜକୁ ପରିବର୍ତ୍ତିତ କରି ଶକ୍ତିଶାଳୀ ଚାଇନାର ବିରୋଧୀ ପାଲଟିଯାଇଥିଲା। ୨୦୨୧ ଜୁନ୍‌ ୨୬ରୁ ଏହାର ମୁଦ୍ରିତ ସଂସ୍କରଣ ଆଉ ପ୍ରକାଶ ପାଇବ ନାହିଁ ବୋଲି ‘ଆପଲ ଡେଲି’ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ହଂକଂ କର୍ତ୍ତୃପକ୍ଷ ବିବାଦୀୟ ସୁରକ୍ଷା ଆଇନ ବଳରେ ‘ଆପଲ ଡେଲି’ର ସମ୍ପତ୍ତି ବାଜ୍ୟାପ୍ତ କରିବା ପରେ ଏହି ମିଡିଆ ଆଉଟ୍‌ଲେଟ୍‌ ଖବରକାଗଜର କେବଳ ଚୂଡ଼ାନ୍ତ ସଂସ୍କରଣ ପ୍ରକାଶ କରାଯିବ। ଉକ୍ତ ନିଷ୍ପତ୍ତି ଫଳରେ ହଂକଂର ସ୍ବାଧୀନତା ପାଇଁ ଚାଲିଥିବା ଆନ୍ଦୋଳନକୁ ଶକ୍ତ ଝଟ୍‌କା ଲାଗିଛି। ବିରୋଧ, ବିକ୍ଷୋଭ ଓ ଆନ୍ଦୋଳନର ସ୍ବରକୁ ଚାଇନା ଚପାଇଦେବାକୁ ଉଦ୍ୟମ ଚଳାଇଥିବାରୁ ୭୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ମିଡିଆ ହବ୍‌ ରୂପେ ଏକପ୍ରକାର ଅଭିବ୍ୟକ୍ତିର ସ୍ବାଧୀନତା ହରାଇଛି। ଏଥିସହ ଖବରକାଗଜରେ କାର୍ଯ୍ୟରତ ପ୍ରାୟ ୧,୦୦୦ ଏଡିଟୋରିଆଲ ଷ୍ଟାଫ୍‌ ଓ ଅନ୍ୟ କର୍ମଚାରୀ ନିଯୁକ୍ତି ହରାଇଛନ୍ତି।
ଡେଲି’ ମୁଖ୍ୟାଳୟ ବାହାରେ ଖବରଦାତାମାନେ ବୁଧବାର ସନ୍ଧ୍ୟାରେ କହିଛନ୍ତି, ସେମାନେ ଗୋଟିଏ ରାତିରେ ପ୍ରାୟ ୧୦ ଲକ୍ଷ କପି ଖବରକାଗଜ ଛାପିବେ। ଚାଇନାର ଏକଚ୍ଛତ୍ରବାଦୀ ନେତାଙ୍କ ଆକ୍ରୋଶର ଶିକାର ହୋଇ ଏହାର ଅପମୃତ୍ୟୁ ଘଟିଛି। ‘ଆପଲ ଡେଲି’ ମାଲିକ ତଥା ଚାଇନା କମ୍ୟୁନିଷ୍ଟ ପାର୍ଟିର ସମାଲୋଚକ ଜିମି ଲାଇ ଗଣତନ୍ତ୍ର ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଛନ୍ତି। ଗତବର୍ଷ ହଂକଂବାସୀଙ୍କ ଉପରେ ଉକ୍ତ ଆଇନ ଲଦି ଦିଆଯିବା ପରେ ଏହା ବଳରେ ଜେଲ୍‌ ଯିବାରେ ଜିମି ହେଉଛନ୍ତି ପ୍ରଥମ। ଚାଇନାର ଜାତୀୟ ନିରାପତ୍ତାକୁ ନୂ୍ୟନ କରୁଥିବା ବିଦେଶୀ ଶକ୍ତିଙ୍କ ସହ ହାତ ମିଳାଇବା ଅଭିଯୋଗରେ ଜିମି ଲାଇ, ମୁଖ୍ୟ ସମ୍ପାଦକ ର଼୍ୟାନ୍‌ ଲ’ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କିମ୍‌-ହଙ୍ଗ୍‌ଙ୍କୁ ଜେଲରେ ରଖାଯାଇଛି। ସେହିପରି ବରିଷ୍ଠ ସ୍ତମ୍ଭକାର ୟେଉଙ୍ଗ୍‌ ଚିଙ୍ଗ୍‌କିଙ୍କୁ ବୁଧବାର ଗିରଫ କରାଯାଇଛି। ଚାଇନା ବିରୋଧୀ ନିବନ୍ଧ ଓ ସ୍ତମ୍ଭ ପ୍ରକାଶ ଏବଂ ବେଜିଂ ବିପକ୍ଷରେ ଅନ୍ତର୍ଜାତୀୟ କଟକଣାକୁ ସମର୍ଥନ କରିବା କାରଣରୁ ଖବରକାଗଜକୁ ଜାତୀୟ ସୁରକ୍ଷା ପାଇଁ ବିପଦ ବିବେଚନା କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଗତ ଗୁରୁବାର ପ୍ରାୟ ୫୦୦ ପୋଲିସ ଅଫିସର ‘ଆପଲ ଡେଲି’ର ପ୍ରକାଶନ ନ୍ୟୁଜ୍‌ରୁମ୍‌ରେ ଚଢ଼ାଉ କରିଥିଲେ। ପ୍ରକାଶ ଯେ, ସିକ୍ୟୁରିଟି ଲ’ ଅନୁସାରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୌଣସି କୋର୍ଟ ଅର୍ଡର କିମ୍ବା ଆପରାଧିକ ଦଣ୍ଡବିଧାନ ଆବଶ୍ୟକ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri