କୋଭିଡ୍‌ ଯୁଦ୍ଧରେ ଡାକ୍ତର ଗୋଷ୍ଠୀ ଆଗରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ୮,୫୦୦କୋଟି ଟଙ୍କା ବିନିଯୋଗ କରାଯାଉଛି। ଓଡ଼ିଶା ପ୍ରଶାସନିକ ସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ନବନିଯୁକ୍ତ ୭୮୬ ଡାକ୍ତରଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଗତ କିଛିବର୍ଷ ଭିତରେ ବହୁ ସଂଖ୍ୟାରେ ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି ଦିଆଯାଇଛି। କରୋନା ମହାମାରୀ ବେଳେ ଡାକ୍ତରମାନଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସମାଜରେ ଡାକ୍ତରଙ୍କର ସ୍ବତନ୍ତ୍ର ସମ୍ମାନ ରହିଛି। ଜନ୍ମ ଓ ମୃତ୍ୟୁ ସମୟରେ ଲୋକେ ଡାକ୍ତରଙ୍କୁ ଭଗବାନ ମନେକରନ୍ତି। ଗତ ଦେଢ଼ବର୍ଷ ହେବ ଡାକ୍ତରମାନେ ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଡାକ୍ତର ଗୋଷ୍ଠୀଙ୍କୁ ପ୍ରଶଂସା କରିଛନ୍ତି। ଜନସାଧାରଣଙ୍କ ସେବାକୁ ବାଛିଥିବାରୁ ନବନିଯୁକ୍ତ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି। ଦୀର୍ଘ ବର୍ଷ କଠିନ ପରିଶ୍ରମ ବଳରେ ଡାକ୍ତର ହେବାର ସୌଭାଗ୍ୟ ଅର୍ଜନ କରିଥିବାରୁ ପରିବାର ଗର୍ବ ଅନୁଭବ କରୁଥିବେ। ଡାକ୍ତର ଗୋଷ୍ଠୀଙ୍କୁ ରୋଲ୍‌ ମଡେଲ ବୋଲି କହିବା ସହ ଆଗାମୀ ଦିନରେ ସମସ୍ତ ପ୍ରକାର ସଫଳତା ହାସଲ ନେଇ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।
କରୋନା ମହାମାରୀ ସମଗ୍ର ବିଶ୍ୱ ସମେତ ଓଡ଼ିଶାରେ ଗୁରୁତର ପ୍ରଭାବ ପକାଇଛି। ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଗଭୀର ଚାପ ପଡୁଛି। ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ଆମେ ଏହି ଲଢ଼େଇରେ ଅନେକ ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇପାରିଛୁ। ଯଦିଓ କୋଭିଡ୍‌ ସଂକ୍ରମଣ ହ୍ରାସପାଉଛି ତଥାପି ଆମକୁ ସତର୍କ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କଠିନ ସମୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗ ଦେଇଥିବାରୁ ନବନିଯୁକ୍ତ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ନବନିଯୁକ୍ତ ଡାକ୍ତରମାନଙ୍କ ସହ ଆଲୋଚନା ବେଳେ ୫-ଟି ବ୍ୟବସ୍ଥାକୁ ନିଜ ସେବାରେ ବାଧ୍ୟତାମୂଳକ ଭାବେ ପାଳନ କରି ଗରିବ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ଜି.ଉଦୟଗିରିରେ କଲବଲ କରୁଛି ହାଡ଼ଭଙ୍ଗା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି, ୧୧।୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ...

ୟୁକାଲପଟାସ୍‌ ଜଙ୍ଗଲରେ କୁଢ଼କୁଢ଼ ଅଳିଆ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟି ଆଢୁଆଳରେ ରହିଥିବାରୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

ଗୁମର ଖୋଲିଦେଲେ ତାନ୍ୟା: ବିଗ୍‌ ବସ୍‌ରୁ ଆସିବା ପରେ….

ମୁମ୍ବାଇ:ଶେଷ ହୋଇଛି ‘ବିଗ୍‌ ବସ୍‌ ୧୯’। ଏହି ଶୋ’ରେ ସବୁଠୁ ଚର୍ଚ୍ଚାରେ ଥିବା ଆଧ୍ୟାତ୍ମିକ କଣ୍ଟେଣ୍ଟ କ୍ରିଏଟର ତାନ୍ୟା ମିତ୍ତଲଙ୍କୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ...

ରେଳେଓ଼୍ବ ଗ୍ରୁପ ଡିରେ ବଡ଼ ନିଯୁକ୍ତି ଅପଡେଟ, ଦଶମ ପାସ୍‌ କରିଥିଲେ ମିଳିବ ସୁଯୋଗ, ଦରମା ରହିଛି…

ନୂଆଦିଲ୍‌ଲୀ,୧୧।୧୨: ସୋସିଆଲ ମିଡିଆରେ ୬୨,୪୬୦ ପଦବୀ ପାଇଁ ରେଳବାଇ ଗ୍ରୁପ ଡି ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞପ୍ତି ଭାଇରାଲ ହେଉଛି, କିନ୍ତୁ ରେଳବାଇ ନିଯୁକ୍ତି ବୋର୍ଡ...

ସନ୍ଦେହ ଘେରରେ ଦାରିଙ୍ଗବାଡି ତାପମାପକ ଯନ୍ତ୍ର: ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦାରିଙ୍ଗବାଡି, ୧୧।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ଆଇଏମଡି ପକ୍ଷରୁ ରହିଥିବା ତାପମାପକ ଯନ୍ତ୍ର ତ୍ରୁଟି ରହିଥିବା ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri