ଭାରତ ନାଁରେ ବିପୁଳ ଅର୍ଥ ସଂଗ୍ରହ

ୱାଶିଂଟନ,୧୭ା୬: ଭାରତରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଯୋଗୁ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା। ଭାରତ ପକ୍ଷରୁ ଦିଆଯାଇଥିବା ସହାୟତା ବଦଳରେ ବିଶ୍ୱର ଅନେକ ଦେଶ ସହଯୋଗର ହାତ ବଢ଼ାଇଥିଲେ। ଏହାକୁ ଦେଖି କେତେକ ପାକିସ୍ତାନୀ ସଙ୍ଗଠନ ଭାରତକୁ ସହାୟତା ଦେବା ନାଁରେ କ୍ରାଉଡ୍‌ ଫଣ୍ଡିଂର ସାହାରା ନେଇଥିଲେ। ସଂଗୃହୀତ ଅର୍ଥ ଏବେ ଆତଙ୍କବାଦୀ କାର୍ଯ୍ୟକଳାପରେ ଉପଯୋଗ ହେବା ଆଶଙ୍କା ସୃଷ୍ଟି ହୋଇଛି।

କରୋନା ସଙ୍କଟ ସମୟରେ ଆମେରିକାରେ ପାକିସ୍ତାନର କେତୋଟି ଦାତବ୍ୟ ସଂସ୍ଥା ମହାମାରୀ ମୁକାବିଲାରେ ଭାରତକୁ ସହାୟତା ଦେବା ନାଁରେ କୋଟି କୋଟି ଡଲାର ସଂଗ୍ରହ କରିଛନ୍ତି। ଏହି ରାଶିର ବ୍ୟବହାର ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନା ଓ ସରକାର ବିରୋଧୀ ପ୍ରଦର୍ଶନର ଆୟୋଜନ ପାଇଁ କରାଯାଉଥିବା ନେଇ ଏକ ରିପୋର୍ଟରେ ଆଶଙ୍କା କରାଯାଇଛି। ଡିସ୍‌ଇନ୍‌ଫୋ ଲାବ୍‌ ପକ୍ଷରୁ କୋଭିଡ୍‌-୧୯ ସ୍କାମ୍‌ ୨୦୨୧ ରିପୋର୍ଟରେ ଦାବି କରାଯାଇଛି ଯେ କୋଭିଡ୍‌-୧୯ ଆଳରେ ପାକିସ୍ତାନର ଦାତବ୍ୟ ସଙ୍ଗଠନଗୁଡ଼ିକ ମାନବ ଇତିହାସର ଅନ୍ୟତମ ବଡ଼ ଦୁର୍ନୀତି କରିଛନ୍ତି। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ‘ହେଲ୍ପ ଇଣ୍ଡିଆ ବ୍ରିଦ୍‌’ ନାମରେ ଏକ ଅଭିଯାନ ଚଳାଇ କରୋନା ଦ୍ୱିତୀୟ ଲହରର ସାମ୍ନା କରୁଥିବା ଭାରତରେ ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଓ ଟିକା ସମେତ ଅନ୍ୟ ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ଆର୍ଥତ୍କ ସହଯୋଗ ଦେବାକୁ ଚ୍ୟାରିଟି ସଂସ୍ଥାଗୁଡ଼ିକ ଅନୁରୋଧ କରିଥିଲେ।
ଭାରତର ଭଲ ଛବି ଥିବା ଦେଖି ବହୁ ସଂଖ୍ୟକ ଲୋକ ମୋଟା ଅଙ୍କର ଅର୍ଥ ଦାନ କରିଥିଲେ। ଏହି ସଙ୍ଗଠନଗୁଡ଼ିକର ସମ୍ପର୍କ ପାକିସ୍ତାନୀ ସେନା ଇଙ୍ଗିତରେ ପରିଚାଳିତ ଆତଙ୍କବାଦୀ ସଙ୍ଗଠନ ସହିତ ରହିଥିବା ସାମ୍ନାକୁ ଆସିଛି। ଚ୍ୟାରିଟି ନାମରେ ସଂଗୃହୀତ ଅର୍ଥର ବ୍ୟବହାର ବିକ୍ଷୋଭ ପ୍ରଦର୍ଶନ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ଖର୍ଚ୍ଚ କରାଯାଇପାରେ। ଭାରତକୁ ସାହାଯ୍ୟ ଆଳରେ ଏଭଳି କାମ କରିଥିବା ଚ୍ୟାରିଟି ସଂସ୍ଥା ମଧ୍ୟରେ ଇସ୍‌ଲାମିକ୍‌ ମେଡିକାଲ ଆସୋସିଏଶନ ଅଫ୍‌ ନର୍ଥ ଆମେରିକା (ଇମାନା) ସାମିଲ ଅଛି। ୨୦୨୧ ଏପ୍ରିଲ ୨୭ରେ ଇମାନା ହ୍ୟାସ୍‌ଟ୍ୟାଗ୍‌ ହେଲ୍ପ ଇଣ୍ଡିଆ ବ୍ରିଦ୍‌ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ପ୍ରାଥମିକ ଭାବେ ୧.୮ କୋଟି ଡଲାର ସଂଗ୍ରହର ଲକ୍ଷ୍ୟ ରଖାଯାଇଥିଲା। ତେବେ ଏହି ସଂସ୍ଥା ମିଛ କହି ଲୋକଙ୍କଠାରୁ କେତେ ଅର୍ଥ ନେଇଛି ସେନେଇ କିଛି ସ୍ପଷ୍ଟ କରିନାହିଁ। ସଂଗୃହୀତ ଅର୍ଥ କେବେ ଓ କେଉଁ କାର୍ଯ୍ୟରେ ଲଗାଯାଇଛି ତାହା ମଧ୍ୟ କହିନାହିଁ। ଆମେରିକାରେ ଥିବା ଅନ୍ୟ ଚ୍ୟାରିଟି ସଙ୍ଗଠନଗୁଡ଼ିକ ମଧ୍ୟ ଏଭଳି ଭାବେ ଅର୍ଥ ସଂଗ୍ରହ କରିଛନ୍ତି। ରିପୋର୍ଟରେ ଏହାକୁ ମାନବ ଇତିହାସରେ ସବୁଠୁ ନିକୃଷ୍ଟ ଭ୍ରଷ୍ଟାଚାର ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି। ଅଭିଯାନ ଚଳାଇଥିବା ସଙ୍ଗଠନ ଇମାନା ଆମେରିକାର ଇଲିନୋଇସ୍‌ରେ ସକ୍ରିୟ ରହିଛି। ଏହି ସଂସ୍ଥା ୧୯୬୭ରେ ପ୍ରତିଷ୍ଠା ହୋଇଥିଲା। ଡକ୍ଟର ଇସ୍‌ମାଇଲ ମେହର ଇମାନା ଏହାର ଅଧ୍ୟକ୍ଷ। ମୁଖ୍ୟତଃ ଡକ୍ଟର ଇମାନା ‘ହେଲ୍ପ ଇଣ୍ଡିଆ ବ୍ରିଦ୍‌’ର ଯୋଜନା ତିଆରି କରିଥିଲେ। ପ୍ରକାଶ ଯେ, ଇମାନାର କୌଣସି ସ୍ଥାନରେ ଅଫିସ କିମ୍ବା ବ୍ରାଣ୍ଡ୍‌ ନାହିଁ। ଏଥିଲାଗି ଏହି ସଂସ୍ଥାକୁ ଅର୍ଥ ସଂଗ୍ରହ କରିବାରେ ରୋକାଯାଇ ପାରିନାହିଁ। ଏକ ଆକଳନ ଅନୁସାରେ ସଂଗୃହୀତ ରାଶି ୩୦-୧୫୮ କୋଟି ଡଲାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri