କିଏ ଆପଣଙ୍କ ପସନ୍ଦର ଭାରତୀୟ ଅଭିନେତା; ଜବାବରେ ଏଭଳି କହି ହୃଦୟ ଜିଣିଲେ ପାକିସ୍ତାନର ଏହି ପୂର୍ବ ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୧।୬: କ୍ରିକେଟ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ଦ୍ରୁତ ବୋଲରଙ୍କ ମଧ୍ୟରୁ ଶୋଏବ ଅଖତର ଜଣେ। ସେ ନିଜର ଗତିକୁ ନେଇ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ଜାତ କରାଇ ଦେଉଥିଲେ। କ୍ରିକେଟରୁ ସନ୍ୟାସ ନେବା ପରେ ଅଖତର କ୍ରିକେଟ ବିଶେଷଜ୍ଞ ହୋଇଛନ୍ତି। ଏହି ସମୟରେ ସେ ପାକିସ୍ତାନ ଦଳ ପରିଚାଳନା ଏବଂ ବୋର୍ଡକୁ ନେଇ ମଜା କରୁଥିବା ଦେଖାଯାଏ। ନ ଡ଼ରି ନିଜର କଥା ରଖିବାକୁ ନେଇ ପରିଚିତ ଅଖତର ନିକଟରେ ଇନ୍‌ଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ପ୍ରଶ୍ନୋତ୍ତର ଅଧିବେଶନ କରିଥିଲେ। ଏଥିରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ।

ଯେତେବେଳେ ଜଣେ ପ୍ରଶଂସକ ତାଙ୍କୁ ତୁମେ ପାକିସ୍ତାନର ଯୁବ ଦଳର କୋଚ୍‌ ହେବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ, ତାହାର ସ୍ପଷ୍ଟ ଜବାବ ଦେଇ ଅଖତର ସମ୍ପୂର୍ଣ୍ଣ ଭୁଲ ପରାମର୍ଶ ବୋଲି କହିଥିଲେ। ସେହିଭଳି ଜଣେ ପ୍ରଶଂସକ ତୁମର ପ୍ରିୟ ଭାରତୀୟ ଅଭିନେତା କିଏ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଅଖତର ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫଟୋ ଶେୟାର କରିଛନ୍ତି। ଏଥିସହ ଉତ୍ତରରେ ସଲମାନଙ୍କୁ ସେ ଟ୍ୟାଗ୍‌ ମଧ୍ୟ କରିଛନ୍ତି। ଆଉ ଏକ ପ୍ରଶ୍ନରେ ଯଦି ଆପଣଙ୍କ ଉପରେ ବାୟୋପିକ୍‌ ନିର୍ମାଣ ହୁଏ, କିଏ ଅଭିନୟ କରିବେ ବୋଲି ଚାହିଁବେ ପ୍ରଶ୍ନରେ ଅଖତର ସଲମାନଙ୍କ ନାମ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri