ଖୋଲା ରହିବ କୃଷି ଉପକରଣ ଦୋକାନ

ଭୁବନେଶ୍ୱର,୧୧।୬(ବ୍ୟୁରୋ): କୃଷି ଏବଂ କୃଷି ଆନୁଷଙ୍ଗିକ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସାଧାରଣ ସମୟ ଭଳି ଖୋଲା ରହିବ। ଉଭୟ ଲକ୍‌ଡାଉନ ଏବଂ ଶଟ୍‌ଡାଉନ ସମୟରେ ବିହନ, ସାର, କୃଷି ଉପକରଣ ଏବଂ କୃଷି ଯନ୍ତ୍ରପାତି ଦୋକାନ ସାଧାରଣ ସମୟ ଭଳି ଖୋଲା ରହିବ। ଚାଷୀମାନେ ଚାଷ କାର୍ଯ୍ୟ ସହିତ କୃଷିଜାତ ଦ୍ରବ୍ୟର ବିକ୍ରିବଟା ଏବଂ କୃଷି ଉପକରଣ ପରିବହନ ବିନା ବାଧାବିଘ୍ନରେ କରିପାରିବେ ବୋଲି ରାଜ୍ୟ ରିଲିଫ୍‌ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଖରିଫ୍‌ ଚାଷ କାର୍ଯ୍ୟରେ କୋଭିଡ୍‌ କଟକଣା ଯେପରି ବାଧା ସୃଷ୍ଟି ନ କରେ ସେଥିପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍‌ କଟକଣା ପାଇଁ ଚାଷୀମାନେ ଧାନ ବିହନ ସଂଗ୍ରହ କରିବାରେ ଅସୁବିଧା ସୃଷ୍ଟି ହେଉଛି ବୋଲି ଓଡ଼ିଶା ରାଜ୍ୟ ବିହନ ନିଗମ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ କୋଭିଡ୍‌ ପାଇଁ ଦେଶ ଏବଂ ରାଜ୍ୟର ସାମଗ୍ରିକ ଉତ୍ପାଦନ ବିଯୁକ୍ତାତ୍ମକ ହୋଇଥିବା ବେଳେ କୃଷି ଏକମାତ୍ର କ୍ଷେତ୍ର ଯାହାର ଯୁକ୍ତାତ୍ମକ ଅଭିବୃଦ୍ଧି ହୋଇଥିଲା। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷିକୁ ଗୁରୁତ୍ତ୍ୱ ଦେଉଛନ୍ତି। ସେଥିପାଇଁ ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ୫ଲକ୍ଷ ୫୦ ହଜାର ଉନ୍ନତ ମାନର ରୋଗପୋକ ସହଣଶକ୍ତି ଯୁକ୍ତ ପ୍ରାମାଣିକ ଧାନ ବିହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ରାଜ୍ୟରେ ଦେଖାଦେଉଥିବା ବନ୍ୟା, ବାତ୍ୟା ଏବଂ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରୁଥିବା ଧାନ ବିହନ ମଧ୍ୟ ରିହାତି ଦରରେ ଯୋଗାଇ ଦେଉଛନ୍ତି। ଚଳିତ ବର୍ଷ ୧୦ ବର୍ଷରୁ କମ୍‌ ପ୍ରାମାଣିକ ଧାନ ବିହନର ରିହାତି ମୂଲ୍ୟ କୁଇଣ୍ଟାଲ ପ୍ରତି ୧୯୫୦ ଟଙ୍କା ଏବଂ ଦଶ ବର୍ଷରୁ ଅଧିକ ପ୍ରାମାଣିକ ଧାନ ବିହନର ରିହାତି ମୂଲ୍ୟ ୨୨୮୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି। ଚାଷୀମାନେ ଯେପରି ସୁବିଧାରେ ଧାନ ବିହନ ପାଇପାରିବେ ସେଥିପାଇଁ ସମବାୟ ବିଭାଗ ରାଜ୍ୟର ସମସ୍ତ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଭାଙ୍ଗିପଡ଼ିଲେ ୟୁନୁସ: ଶୋକ ପ୍ରକାଶ କରି କହିଲେ…

ଢାକା,୧୯।୧୨: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିବା ବିରୋଧୀ ନେତା ଉସମାନ ହାଦିଙ୍କ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା।...

ଦେଶରେ ୨୦% ଖାଦ୍ୟ-ପାନୀୟ ଅପମିଶ୍ରିତ: ୫ ବର୍ଷରେ ଏତିକି ଲୋକଙ୍କୁ ମିଳିଲାନି ଦଣ୍ଡ, ୨୫୭ କୋଟି ଜରିମାନା

ଭୁବନେଶ୍ୱର,୧୯।୧୨: ଦେଶରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀରେ ଅପମିଶ୍ରଣର ମାତ୍ରା ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ...

ଦନ୍ତାକୁ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍‌

ଭୁବନେଶ୍ୱର,୧୯ା୧୨: ଚନ୍ଦକାର ଅସୁସ୍ଥ ଦନ୍ତାହାତୀକୁ ଉଦ୍ଧାର ଓ ଟ୍ରାଙ୍କୁଲାଇଜ ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି। ଭାଲୁଙ୍କା ଜଙ୍ଗଲର ଆଖପାଖ ଅଞ୍ଚଳରେ ଅସୁସ୍ଥ ଦନ୍ତା ବୁଲୁଛି।...

ଶନିଙ୍କ ରାଶିରେ ଗ୍ରହମାନଙ୍କର ମହାସଂଯୋଗ: ଜାନୁଆରୀରୁ ବଦଳିବ ଏହି ରାଶିଗୁଡ଼ିକର ଭାଗ୍ୟ

୨୦୨୬ ବର୍ଷର ଆରମ୍ଭ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଜାନୁଆରୀ ମାସ, ଏହାର ଦ୍ରୁତ ଗ୍ରହ ଗତି ଏବଂ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସହିତ,...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଜି ଖୋଲିବ ଏପଷ୍ଟିନ୍‌ ପେଡ଼ି: ଫାଇଲ୍‌ରେ ଟ୍ରମ୍ପ୍‌, ଚିନ୍ତାରେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୯ା୧୨(ସିଏନ୍‌ଏନ୍‌/ଏଜେନ୍ସି): ଜେଫ୍ରି ଏପଷ୍ଟିନ୍‌ଙ୍କ ସହ ଜଡ଼ିତ ଅତି ସମ୍ବେଦନଶୀଳ ଦସ୍ତାବିଜ ‘ଏପଷ୍ଟିନ୍‌ ଫାଇଲ୍ସ’ ଖୋଲିବାକୁ ସମୟ ଯେତିକି ପାଖେଇ ଆସୁଛି, ବଡ଼ବଡ଼ିଆଙ୍କ ହୃତ୍‌ସ୍ପନ୍ଦନ ସେତିକି ବଢ଼ିବାରେ...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri