ନକଲି ଡାକ୍ତରଙ୍କ କ୍ଲିନିକ୍‌ରେ ଚଢ଼ାଉ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍‌ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ ନେଇ ଲୋକେ ଆତଙ୍କ ଓ ଆଶଙ୍କା ଭିତରେ ରହୁଥିବାବେଳେ ‘ଷ୍ଟପ୍‌ କରୋନା’ ନାମକ ଔଷଧ ଧରାଇ ୨ଶହରୁ ୧୫ଶହ ପର୍ଯ୍ୟନ୍ତ ଟଙ୍କା ନେଉଛନ୍ତି। ଏଭଳି ଏକ ଅଭିଯୋଗ ପାଇବାପରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ଗୁରୁବାର ଏୟାରଫିଲ୍ଡ ଥାନା ସୁନ୍ଦରପଦାସ୍ଥିତ ଏକ କ୍ଲିନିକ୍‌ରେ ଚଢ଼ାଉ କରି ସେଠାରୁ ପ୍ରାୟ ୧୦ହଜାର ଟଙ୍କାର ଔଷଧ ଜବତ କରିଛନ୍ତି। ଏଥିସହ ବିନା ଲାଇସେନ୍ସରେ ଏଭଳି ଔଷଧ ବିକ୍ରି କରିଥିବା ଅଭିଯୋଗରେ ମାନସ ରଞ୍ଜନ ପାତ୍ର (୪୭)ଙ୍କ ନାମରେ ଡ୍ରଗ୍ସ ଆଣ୍ଡ୍‌ କସ୍‌ମେଟିକ୍ସ ଆକ୍ଟ ଧାରା ୧୮(ସି)ରେ ଏକ ମାମଲା ରୁଜୁ କରାଯାଇଛି। ଜବତ ଔଷଧକୁ ପରୀକ୍ଷା ପାଇଁ ଦିଲ୍ଲୀ ଗାଜିଆବାଦକୁ ପଠାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି ସୂଚନା ଦେଇଛନ୍ତି। ଉକ୍ତ ନକଲି ଡାକ୍ତରଙ୍କଠାରୁ ଔଷଧ ସେବନ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।
ପ୍ରକାଶ ଯେ, ସୁନ୍ଦରପଦାର କୋକିଳ ଭିଲ୍ଲାରେ ମାନସ ନିଜ ଭଡ଼ା ଘରେ ‘ଷ୍ଟପ୍‌ କରୋନା’ ନାମରେ ଔଷଧ ଦେଉଥିବା ଖବର ମିଳିବା ପରେ ‘ଧରିତ୍ରୀ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଧରିତ୍ରୀ ପ୍ରତିନିଧି ରୋଗୀ ସାଜି ଉକ୍ତ କ୍ଲିନିକ୍‌ରେ ପହଞ୍ଚତ୍ ସମ୍ପୃକ୍ତ ଡାକ୍ତରଙ୍କୁ କେତେକ ଲକ୍ଷଣ କହିଥିଲେ। ଏହାପରେ ମାନସ ୨୦୦ଟଙ୍କା ନେଇ ଏକ ୧୦ ଗ୍ରାମର ପ୍ଲାଷ୍ଟିକ ବୋତଲରେ ‘ଷ୍ଟପ୍‌ କରୋନା’ ହାତ ଲେଖାଥିବା ତରଳ ଔଷଧ ଦେଇଥିଲେ। ଏହାକୁ ଖାଇଲେ ଜୀବନରେ କେବେ କରୋନା ପାଖ ମାଡ଼ିବ ନାହିଁ। ବହୁ ବଡ଼ ବଡ଼ ଅଧିକାରୀ ଓ ପ୍ରତିଷ୍ଠିତ ଗଣମାଧ୍ୟମ କର୍ମଚାରୀ ଏହାକୁ ଖାଇ ଭଲ ହୋଇଛନ୍ତି। ଆଗାମୀ ଦିନରେ ଏଠାରେ ଏକ କରୋନା ହସ୍ପିଟାଲ ଖୋଲାଯିବ ବୋଲି କହିଥିଲେ। ତେବେ ତାଙ୍କର ଔଷଧ ଓ କ୍ଲିନିକ୍‌ର ବୈଧତା ଜାଣିବା ପାଇଁ ଆମ ପ୍ରତିନିଧି ଏ ସମ୍ପର୍କରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେପରି କାହାକୁ ଅନୁମତି ଦିଆଯାଇ ନ ଥିବା କହିଥିଲେ। ଗୁରୁବାର ପୂର୍ବାହ୍ନରେ ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି, ତୁଷାର ରଞ୍ଜନ ପାଣିଗ୍ରାହୀ, ପି.କେ. ଲେଙ୍କା, ସୁଦର୍ଶନ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍‌ ମାନସଙ୍କ ଘରେ ଚଢ଼ାଉ କରିଥିଲା। ସେତେବେଳେ ସେଠାରେ ୫ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ପ୍ରଥମେ ମାନସ ଡ୍ରଗ୍ସ ଅଧିକାରୀଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲେ। ଔଷଧ ବିକ୍ରି ଓ ଚିକିତ୍ସା ପାଇଁ ଲାଇସେନ୍ସ ମାଗିବାରୁ ସେ କିଛି ଦେଖାଇପାରି ନ ଥିଲେ। ମାନସ କହିଥିଲେ, ସେ ଯୁକ୍ତ ୨ ବିଜ୍ଞାନ ପଢିଛନ୍ତି। ଗତବର୍ଷ କରୋନା ଆରମ୍ଭ ହେବାପରେ ଏହି ହୋମିଓପାଥିକ କ୍ଲିନିକ୍‌ ଖୋଲି ନିଜେ ‘ଷ୍ଟପ୍‌ କରୋନା’ ଔଷଧ ତିଆରି କରି ଲୋକଙ୍କୁ ଦେଉଛନ୍ତି। ଏଥିସହ କ୍ୟାନ୍ସସର, ଡାଇବେଟିସ ଆଦି ବିଭିନ୍ନ ପ୍ରକାର ରୋଗର ଓଷଧ ନିଜେ ତିଆରି କରୁଥିବା ସେ ଡ୍ରଗ୍ସ ଅଧିକାରୀଙ୍କ ଆଗରେ ସ୍ବୀକାର କରିଥିଲେ।
ତୃତୀୟ ମହଲା ଭୟ ଦେଖାଇଲେ
ନକଲି ଡାକ୍ତର ସାଜିଥିବା ମାନସ ଡ୍ରଗ୍ସ ଅଧିକାରୀଙ୍କ ଚଢ଼ାଉ ସମୟରେ ପ୍ରଥମେ ହଡ଼ବଡ଼େଇ ଯାଇଥିଲେ ମଧ୍ୟ ପରେ କିନ୍ତୁ ଭ୍ରୂକ୍ଷେପ କରି ନ ଥିଲେ। ନିଜ ଭୁଲ ସ୍ବୀକାର କରିବା ପରିବର୍ତ୍ତେ ସର୍ବ ସମ୍ମୁଖରେ ସିଗାରେଟ ଟାଣିଥିଲେ। ନିଜକୁ ରାଜ୍ୟ ସଚିବାଳୟ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ସମ୍ପର୍କୀୟ ବୋଲି କହି ଭୟ ଦେଖାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri