Posted inଖେଳ

ଲାଲରୁଥରାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ୮ମ ସଂସ୍କରଣ ପୂର୍ବରୁ ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଥରାଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍‌ସି। ଭୁବନେଶ୍ୱରଭିତ୍ତିକ ଦଳ ସହ ଲାଲରୁଥରାଙ୍କର ୨ ବର୍ଷିଆ ଚୁକ୍ତି ହୋଇଛି। ଆବଶ୍ୟକ ପଡ଼ିଲେ ଚୁକ୍ତି ମିଆଦ ୩ୟ ବର୍ଷକୁ ବୃଦ୍ଧି କରାଯିବାର ବିକଳ୍ପ ରଖାଯାଇଛି।
ମିଜୋରାମ୍‌ର ଲାଲରୁଥରା ୨୦୧୫ରେ ଆଇଜଲ ଏଫ୍‌ସିରୁ ନିଜ ପେସାଦାର କ୍ୟାରିୟର ଆରମ୍ଭ କରିଥିଲେ। ଆଇ-ଲିଗ୍‌ ଟାଇଟଲ ବିଜୟୀ ଏହି ଦଳର ସେ ସଦସ୍ୟ ମଧ୍ୟ ଥିଲେ। ପରେ ସେ ୨୦୧୭ରେ କେରଳ ବ୍ଲାଷ୍ଟର୍ସ ସହ ଚୁକ୍ତି କଲେ ଏବଂ ଆଇଏସ୍‌ଏଲ୍‌ରେ ନିଜ ପ୍ରଥମ ବର୍ଷରେ ଇମର୍ଜିଂ ପ୍ଲେୟର ଅଫ୍‌ ଦି ସିଜନ ବିବେଚିତ ହୋଇଥିଲେ। ଟିନ୍‌ଏଜ୍‌ ସମୟରେ ଜଣେ ପ୍ରତିଭାସମ୍ପନ୍ନ ଡିଫେଣ୍ଡରଭାବେ ନିଜକୁ ପ୍ରମାଣିତ କରିଥିବା ଲାଲରୁଥରା ୨୩ ବର୍ଷରୁ କମ୍‌ ଏବଂ ଭାରତୀୟ ସିନିୟର ଦଳରୁ ପ୍ରତିନିଧିତ୍ୱ କରି ସାରିଛନ୍ତି। ଲାଲରୁଥରାଙ୍କୁ ସ୍ବାଗତ କରିଛନ୍ତି ଓଡ଼ିଶା ଏଫ୍‌ସି ସିଇଓ ରୋହନ ଶର୍ମା। କେରଳ ବ୍ଲାଷ୍ଟର୍ସ ସହ ତାଙ୍କର ସମ୍ପର୍କ ଛିଡ଼ିବା ପରଠାରୁ ସେ ତାଙ୍କ ଉପରେ ନଜର ରଖିଥିଲେ। ତାଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍‌ସି ରକ୍ଷଣଭାଗ ଅଧିକ ଦୃଢ଼ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଜାତୀୟ ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରି ନିଜକୁ ପ୍ରମାଣିତ କରିବାକୁ ସେ ବ୍ୟଗ୍ର। ତେଣୁ ଏହି କ୍ୱାଲିଟି ଡିଫେଣ୍ଡର ଓଡ଼ିଶା ଏଫ୍‌ସିରୁ ଖେଳି ଏହି ସୁଯୋଗ ପାଇପାରିବେ ବୋଲି ରୋହନ କହିଛନ୍ତି।
”ଲାଲରୁଥରା ଭାରତର ଅନ୍ୟତମ ପ୍ରତିଭାସମ୍ପନ୍ନ ଡିଫେଣ୍ଡର ା ସେ ଓଡ଼ିଶା ଏଫ୍‌ସିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବାରୁ ମୁଁ ବହୁତ ଖୁସି। ତାଙ୍କ ଉପସ୍ଥିତିରେ ଓଡ଼ିଶା ଏଫ୍‌ସିକୁ ନିଶ୍ଚିତ ଫାଇଦା ମିଳିବାନେଇ ମୁଁ ଆଶାବାଦୀ“ ବୋଲି ଓଡ଼ିଶା ଏଫ୍‌ସି ସଭାପତି ରାଜ ଅଟଓ୍ବାଲ କହିଛନ୍ତି। ଆଗାମୀ ସିଜନରେ ଓଡ଼ିଶା ଏଫ୍‌ସି ଜର୍ସି ପିନ୍ଧିବାକୁ ଯାଉଥିବାରୁ ଖୁସି ଜାହିର କରିଛନ୍ତି ଲାଲରୁଥରା। ଏହି କ୍ଲବ ପକ୍ଷରୁ ଆଗାମୀ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ମୋର ମୁଖ୍ୟ ଲକ୍ଷ୍ୟ ରହିବ। ଏକ ନୂଆ ସିଷ୍ଟମ, କୋଚ୍‌, ଷ୍ଟାଫ୍‌ଙ୍କ ଅଧୀନରେ ଖେଳିବାକୁ ମୁଁ ବ୍ୟଗ୍ର ଏବଂ ନୂଆ କଥା ଶିଖି ମୋ ଗେମ୍‌ରେ ସୁଧାର ଆଣିବାକୁ ଚେଷ୍ଟା କରିବି ବୋଲି ଲାଲରୁଥରା ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri