ପାଣି ପିଇ ହେଉନି, ଖାଦ୍ୟ ରୁଚୁନି: ଲୁଣିପାଣି କବଳରେ ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳ

ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୬।୬: ଯାଜପୁର ଜିଲା ବରୀ ବ୍ଲକର ବ୍ରାହ୍ମଣୀ, ବିରୂପା ଓ ଗେଙ୍ଗୁଟି ଦ୍ୱୀପାଞ୍ଚଳରେ ମାଟି ଅଳ୍ପ ଖୋଳିଲେ ବାହାରୁଛି ଲୁଣି ପାଣି। ସେହି ପାଣି ପିଇ ହେଉନି କି ଏଥିରେ ରାନ୍ଧିଲେ ଖାଦ୍ୟ ରୁଚୁନି। ଫଳରେ ଏହି ବ୍ଲକର ରତ୍ନଗିରି, ମନ୍ଦାରୀ, ଅମଠପୁର ଓ ସେରପୁର ପଞ୍ଚାୟତର ପ୍ରାୟ ୪୦ ହଜାର ଲୋକ ସ୍ବଚ୍ଛ ପାଣି ପାଇବାରୁ ବଞ୍ଚିତ ରହୁଛନ୍ତି। ଏପରିକି ଲୁଣିପାଣି ଯୋଗୁ ଶତାଧିକ ହେକ୍ଟର ଚାଷଜମି ପଡ଼ିଆ ପଡୁଛି।
ମନ୍ଦାରୀ ପଞ୍ଚାୟତର ବେଞ୍ଜେରାପୁରରେ ୨୦୦ ଫୁଟ୍‌ର ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ହୋଇଥିବା ସର୍ଭେରୁ ଲୁଣିପାଣି ବାହାରିବା ଜଣାପଡ଼ିଛି। ତେଣୁ ୭୫୦ ଫୁଟ୍‌ ପର୍ଯ୍ୟନ୍ତ ଖନନ ହେଲେ ଭଲ ପାଣି ବାହାରିବ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି। ଏହି ମର୍ମରେ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ, ଜଳସେଚନ ମନ୍ତ୍ରୀ ଓ ସଚିବ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗୀୟ ଅଧିକାରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ଏପରି କି ଗତ ବିଧାନସଭା ଅଧିବେଶନରେ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଏନେଇ ପ୍ରଶ୍ନ ମଧ୍ୟ କରିଛନ୍ତି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଦାବି ଉପରେ କେହି ଦୃଷ୍ଟି ଦେଉ ନ ଥିବାରୁ ଅଞ୍ଚଳବାସୀ ସ୍ବଚ୍ଛ ପାଣି ନ ପାଇ ଫ୍ଲୋରାଇଡ୍‌ କବଳରେ ଘାଣ୍ଟି ହେଉଛନ୍ତି।
ବରୀ ବ୍ଲକର ଅଣିକଣା ଓ ମନ୍ଦାରି ରାଜସ୍ବ ଗ୍ରାମରେ ବିଭିନ୍ନ ଯୋଜନାରେ ୨୦୦ ଫୁଟ୍‌ ଲେଖାଏ ୧୦ରୁ ଊର୍ଦ୍ଧ୍ୱ ବୋର୍‌ୱେଲ ଖନନ ହୋଇଛି। ହେଲେ ସେଥିରୁ ବାହାରୁଥିବା ପାଣି ଚାଷ ଉପଯୋଗୀ ହେଉନାହିଁ। ଫଳରେ ଚାଷୀ ବିଭିନ୍ନ ଚାଷ କରିବାରୁ ବଞ୍ଚିତ ରହୁଛନ୍ତି। ଚାଷୀ ରଘୁନାଥ ଜେନା, ବିଷ୍ଣୁଚରଣ ଜେନା, ଶ୍ୟାମସୁନ୍ଦର ଜେନା ପ୍ରମୁଖ କହିଛନ୍ତି, ଏହି ଅଞ୍ଚଳରେ ଜଳସମ୍ପଦ ବିଭାଗ ତରଫରୁ ଗଭୀର ନଳକୂପ ଖନନ କରାଯାଇ ମଧୁର ଜଳ ପାଇଁ ବ୍ୟବସ୍ଥା କରାଗଲେ ପଡ଼ିଆ ରହୁଥିବା ଶତାଧିକ ହେକ୍ଟର ଜମିରେ ଚାଷ କରାଯାଇ ପାରନ୍ତା। ବିଶେଷକରି ଏହି ଅଞ୍ଚଳରେ ଅଧିକ ପନିପରିବା ଚାଷ ହେଉଥିବାରୁ ଚାଷୀ ଉପକୃତ ହୋଇପାରନ୍ତେ। ଅନ୍ୟପକ୍ଷରେ ପାନୀୟ ଜଳ ସମସ୍ୟା ମଧ୍ୟ ଏଠାରେ ଉତ୍କଟ। ପଟଣା ଏବଂ ରତ୍ନଗିରିଠାରେ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ରହିଛି। ହେଲେ ରାଉତପୁର ଗ୍ରାମବାସୀ ଉକ୍ତ ପ୍ରକଳ୍ପରୁ ପାଉଥିବା ପାଣି ଲୁଣିଆ ଲାଗୁଥିବା କହିିଛନ୍ତି। ଅଞ୍ଚଳରେ ଥିବା ନଳକୂପଗୁଡିକରୁ ମଧ୍ୟ ଲୁଣିଆ ପାଣି ବାହାରୁଛି। ଆବଶ୍ୟକ ବିଶୋଧନ ଯନ୍ତ୍ର ଲଗାଯାଇ ନ ଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପାଣିରେ ରାନ୍ଧିଲେ ଖାଦ୍ୟର ପ୍ରକୃତ ସ୍ବାଦ ମିଳି ପାରୁନାହିଁ। ପଞ୍ଚାୟତବାସୀଙ୍କ ପାଇଁ ଏହା ଏକ ଗୁରୁତର ସମସ୍ୟା ହୋଇଥିଲେ ହେଁ ଜିଲା ପ୍ରଶାସନ ହାଲୁକା ଭାବେ ଗ୍ରହଣ କରି ଆସୁଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଫ୍ଲୋରାଇଡ୍‌ ମିଶ୍ରିତ ପାଣି ପିଇ ଲୋକେ ଅଧିକ ରୋଗାକ୍ରାନ୍ତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତିୱାରୀଙ୍କ ମୋବାଇଲ ଫୋନ ବନ୍ଦ ଥିବାରୁ ମତାମତ ନିଆଯାଇ ପାରିନାହିଁ। ସ୍ଥାନୀୟ ବାସିନ୍ଦା ଦେବସ୍ମିତା ବେହୁରିଆ କହନ୍ତି, ସମୁଦ୍ରକୂଳକୁ ଏହି ଅଞ୍ଚଳର ଦୂରତା ଆକାଶ ମାର୍ଗରେ ମାତ୍ର ୨୦ରୁ ୨୫ କିମି ଦୂରହେବ। ସେଥିପାଇଁ କମ୍‌ ଗଭୀର ଖନନ କରାଗଲେ ଲୁଣି ପାଣି ବାହାରୁଛି। ପାଇପ୍‌ ଜଳଯୋଗାଣ ପ୍ରକଳ୍ପରେ ମଧ୍ୟ କେତେକ ସ୍ଥାନରେ ପାଣି ଲୁଣିଆ ଲାଗୁଛି। ଏଥିପାଇଁ ରାଜ୍ୟ ସରକାର ଯେଉଁଭଳି ପଦକ୍ଷେପ ନେବା କଥା ତାହା ସମୁଦ୍ରକୁ ଶଙ୍ଖେ। ଜଳସେଚନ ବିଭାଗର ଅବହେଳା ଯୋଗୁ ଚାଷୀଙ୍କ ଅଧିକାଂଶ ଜମି ପଡ଼ିଆ ପଡୁଛି ବୋଲି ବେହୁରିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri