Odisha Elections 2024
Posted inଖେଳ

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ : ରିଭ୍ୟୁରେ ହାରିଲେ ସାକ୍ଷୀ

ଦୁବାଇ, ୨୯।୫(ପି.ଟି.)-
ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ଭାରତର ସାକ୍ଷୀ ଚୌଧାରୀ (୫୪ କେଜି) ରିଭ୍ୟୁରେ ଲଢ଼େଇ ହାରି ଯାଇଛନ୍ତି। ମହିଳା ବାଣ୍ଟମଓ୍ବେଟ ୫୪ କେଜି ଲଢ଼େଇ ପରେ ସାକ୍ଷୀ ୩-୨ରେ ବିଜୟ ହାସଲ କରିଥିବା ରେଫରି ଘୋଷଣା କରିଥିଲେ। ମାତ୍ର ତାହାକୁ ପ୍ରତିଦ୍ୱନ୍ଦ୍ୱୀ କାଜାଖସ୍ତାନର ଦିନା ଝୋଲାମାନ ଚ୍ୟାଲେଞ୍ଜ କରିଥିଲେ। ପରେ ଫଳାଫଳ ଓଲଟି ଯାଇଥିଲା। ଅଫିସିଆଲ ରେଜଲ୍ଟ ଶିଟ୍‌ରେ ଝୋଲାମାନ ୩-୨ରେ ବିଜୟୀ ହୋଇଥିବା ଘୋଷଣା ହୋଇଥିଲା। ଏସିଆନ ବକ୍ସିଂ କନ୍‌ଫେଡେରେଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।
ସାକ୍ଷୀଙ୍କ ସପକ୍ଷରେ ରେଫରି ଫଳାଫଳ ଘୋଷଣା କରିବା ପରେ କାଜାଖ ଟିମ୍‌ ୩ୟ ରାଉଣ୍ଡକୁ ରିଭ୍ୟୁ ପାଇଁ ଆବେଦନ କରିଥିଲା। ଏହି ରାଉଣ୍ଡରେ ତାଙ୍କ ବକ୍ସରଙ୍କ ସପକ୍ଷରେ ପଏଣ୍ଟ ଆସିବା କଥା ବୋଲି ସେମାନେ ଅନୁଭବ କରିଥିଲେ। ରିଭ୍ୟୁ ସମୟରେ ଜୁରି ସଦସ୍ୟମାନେ ସେମାନଙ୍କ ଭୁଲ ବୁଝିପାରିଥିଲେ ଏବଂ ଫଳାଫଳକୁ ଓଲଟାଇବାକୁ ବାଧ୍ୟ ହୋଇଥିଲେ। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ପକ୍ଷରୁ ବାଉଟ୍‌ (ଲଢ଼େଇ) ରିଭ୍ୟୁ ସିଷ୍ଟମ୍‌ ୨୦୧୯ରେ ପ୍ରଣୟନ କରାଯାଇଥିଲା। ”ଏହି ଲଢ଼େଇ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମାତ୍ର ଫଳାଫଳ ଓଲଟିଯିବା ପରେ ସାକ୍ଷୀ ଖୁବ୍‌ ଭାଙ୍ଗି ପଡ଼ିଥିଲେ। ମାତ୍ର ସେ ଜଣେ ଯୁବ ବକ୍ସର। ୨୦୨୪ ଅଲିମ୍ପିକ୍ସକୁ ଫୋକସ୍‌ କରିବା ପାଇଁ ମୁଁ ତାଙ୍କୁ ପରାମର୍ଶ ଦେଇଥିଲି। ପରେ ସେ ହାଲୁକା ଅନୁଭବ କରୁଛନ୍ତି“ ବୋଲି ଭାରତୀୟ ମହିଳା ବକ୍ସିଂ ହାଇ ପରଫରମାନ୍ସ ନିର୍ଦ୍ଦେଶକ ରାଫେଲ ବେର୍ଗାମାସ୍କୋ ପ୍ରକାଶ କରିଛନ୍ତି। କୌଣସି ଲଢ଼େଇରେ ପରାଜିତ ବକ୍ସରଙ୍କ ଟିମ୍‌ ମ୍ୟାନେଜର କିମ୍ବା ମୁଖ୍ୟ କୋଚ୍‌ ଫଳାଫଳ ଘୋଷଣାର ୧୫ ମିନିଟ ମଧ୍ୟରେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ। କାଗଜପତ୍ର ପ୍ରସ୍ତୁତ କରିବାକୁ ସେମାନଙ୍କୁ ଆଉ ୩୦ ମିନିଟ ସମୟ ଦିଆଯିବ। ତେବେ ଫଳାଫଳ ଯଦି ୫-୦ କିମ୍ବା ୪-୧ ରହିଥାଏ ତେବେ ରିଭ୍ୟୁ ପାଇଁ ଆବେଦନ ହୋଇପାରିବ ନାହିଁ। ”କୌଣସି ପକ୍ଷ ଆବେଦନ କଲେ ବୈଷୟିକ ପ୍ରତିନିଧିମାନେ ବାଉଟ୍‌ ରିଭ୍ୟୁ ଜୁରିଙ୍କ ସହ ଆଲୋଚନା ପରେ ଏହା ରିଭ୍ୟୁ ପାଇଁ ଉପଯୁକ୍ତ କି ନୁହେଁ ତାହା ନିଷ୍ପତ୍ତି ନିଅନ୍ତି। ସେମାନଙ୍କର ହୃଦୟଙ୍ଗମ ହେଲେ ଜୁରି, ପର୍ଯ୍ୟବେକ୍ଷକ, ରେଫରି ଏବଂ ଜଜ୍‌ ମୂଲ୍ୟ ନିର୍ଦ୍ଧାରକଙ୍କ ଦ୍ୱାରା ବାଉଟ ରିଭ୍ୟୁ ହୋଇଥାଏ ବୋଲି ଏଆଇବିଏ ପକ୍ଷରୁ ପ୍ରକାଶ କରାଯାଇଛି। ଜୁରିଙ୍କ ନିଷ୍ପତ୍ତି ନିର୍ବିବାଦୀୟ ଏବଂ ଚୂଡ଼ାନ୍ତ ହୋଇଥାଏ। ପ୍ରକାଶଯୋଗ୍ୟ ଯେ, ୬ ଥର ବିଶ୍ୱ ଚାମ୍ପିୟନ ଭାରତର ଏମ୍‌.ସି. ମେରୀ କମ୍‌ (୫୧ କେଜି), ଲାଲବୁଆସାଇ (୬୪ କେଜି), ପୂଜା ରାଣୀ (୭୫ କେଜି) ଏବଂ ଅନୁପମା (+୮୧ କେଜି) ଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri